ସ୍ୱାମୀଙ୍କ ସହ ହେଲା ଲଢେଇ ! ବେଡ଼ ଉପରେ ହିଁ ତିଆରି କଲେ କାନ୍ଥ,ଦେଖନ୍ତୁ ଝଗଡ଼ା ସମାଧାନା କରିବାର ଅନନ୍ୟ ଉପାୟ ।

0

Get real time updates directly on you device, subscribe now.

ଏହି ଦୁନିଆରେ ଏମିତି କୌଣସି ବି ପତି ପତ୍ନୀ ଙ୍କ ଯୋଡି ନଥିବେ ଯାହାଙ୍କର ଲଢେଉ ହେଉନଥିବ । ପତି ପତ୍ନୀଙ୍କ ମଧ୍ୟରେ ଝଗଡ଼ା ହେବା ବହୁତ ସାଧାରଣ କଥା । ଯେତେବେଳେ ଦୁଇଜଣ ଅଲଗା ଅଲଗା ଚିନ୍ତାଧାରା ରଖୁଥିବା ଲୋକ ଗୋଟିଏ ହିଁ ଛାତ ତଳେ ରୁହନ୍ତି ତ ଝଗଡ଼ା ତ ନିଶ୍ଚନ୍ତ ହେବ ନା । ସାଧାରଣତଃ ଯେତେବେଳେ ଦମ୍ପତିଙ୍କ ମଧ୍ୟରେ ଲଢେ଼ଇ ଝଗଡ଼ା ହୁଏ ତ ସେମାନେ ପରସ୍ପରଙ୍କ ସହ କଥାବାର୍ତ୍ତା ବନ୍ଦ କରିଦିଅନ୍ତି । କିଛି ଏମିତି ମଧ୍ୟ। ଅଛନ୍ତି ଯିଏ କି ପରସ୍ପରଙ୍କ ଠାରୁ ଦୂରେଇ ଯାଆନ୍ତି । ମୁହଁ ମଧ୍ୟ ଦେଖିବାକୁ ଚାହାନ୍ତିନି । ଯଦିଓ ଏସବୁକିଛି ପର କଥା । ପରେ ଦୁହେଁ କହିବାକୁ ଲାଗନ୍ତି ।

ଲଢେଇ ହେଲା ତ ପତ୍ନୀ ବେଡ଼ ଉପରେ ବନେଇଦେଲେ ଅସଲି କାନ୍ଥ :-

ଆପଣ ମଧ୍ୟ ପତି ପତ୍ନୀଙ୍କ ଅନେକ ଥର ଲଢେଇ ଝଗଡ଼ା କରୁଥିବାର ଦେଖିଥିବେ । ଏହି ସମୟରେ ସେମାନେ ଅନେକ ଅଜବ ହରକତ କରନ୍ତି । କିନ୍ତୁ ଆଜି ଆମେ ଆପଣଙ୍କୁ ପତି ପତ୍ନୀ ଙ୍କ ଏମତି ଏକ ଭିଡ଼ିଓ ଦେଖେଇବାକୁ ଯାଉଛୁ ଯାହାକୁ ଦେଖି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଆପଣ ଆଜି ପୂର୍ବରୁ ଏମିତି କେବେ ବି ଦେଖିନଥିବେ । ‘ପତି ପତ୍ନୀଙ୍କ ମଧ୍ୟରେ ଘୃଣାର କାନ୍ଥ ଜନ୍ମ ହେଇଯାଇଛି ।’ ଏହି କଥା ଆପଣ ନିଶ୍ଚିତ ଶୁଣିଥିବେ । ଏଠାରେ କାନ୍ଥ ଅସାଲୁ ହୋଇନଥାଏ । ବାସ ଗୋଟିଏ ଉଦାହରଣ ଦିଆଯାଏ । କିନ୍ତୁ ଗୋଟିଏ ପତ୍ନୀ ତ ଲଢେଇ ପରେ ସତରେ କାନ୍ଥ ଛିଡା କରିଦେଲେ ।

ବାସ୍ତବରେ ଏହି ଭାଇରାଲ ଭିଡ଼ିଓରେ ଦେଖିପାରୁଥିବେ କି ପତି ଏବଂ ପତ୍ନୀ ବେଡ଼ ଉପରେ ବସିଛନ୍ତି । ଦୁହେଁ ପରସ୍ପରଙ୍କ ଉପରେ ରାଗିଛନ୍ତି । ଏହି ବେଡ଼ ଉପରେ ଗୋଟିଏ ଇଟାର କାନ୍ଥ ମଧ୍ୟ ଅଛି । ଏହି କାନ୍ଥ କୁ ପତ୍ନୀ ଅସଲି ଇଟା ଆଉ ସିମେଣ୍ଟରେ ତିଆରି କରୁଛି । ବେଡ଼ ଉପରେ ଇଟା କାନ୍ଥ ଦୃଶ୍ୟ ଦେଖି ବହୁତ ଅଜବ ଲାଗୁଚି । ସେପଟେ ପତି ମଧ୍ୟ ତାଙ୍କ ପତ୍ନୀଙ୍କର ଏହି କାମରେ ଖୁସି ନାହାନ୍ତି । ଏହି ଭିଡ଼ିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ହୋଇ ରହିଛି । ଏହାକୁ ଦେଖି ଲୋକ ବହୁତ ହସୁଛନ୍ତି ।

ଲୋକ କହିଲେ – ଆଇଡ଼ିଆ ଖରାପ୍ ନୁହେଁ :-

ଏହି ଭିଡ଼ିଓକୁ ଇଷ୍ଟାଗ୍ରାମ ରେ rising.teching ନାମକ ଆକାଉଣ୍ଟରେ ସେୟାର କରାଯାଇଛି । ଏହି ଭିଡ଼ିଓ ଲୋକଙ୍କୁ ବହୁତ ହସାଉଛି । ଲୋକ ଏହା ଉପରେ ମଜାଦାର କମେଣ୍ଟ ମଧ୍ୟ କରୁଛନ୍ତି । ଜଣେ ୟୁଜର୍ ଲେଖିଛନ୍ତି “ଲଢେଇ କଥାବାର୍ତ୍ତା ରେ ସମାଧାନ ହେବ,କାନ୍ଥ ଉଠେଇଲେ ନୁହେ”। ତାପରେ ଅନ୍ୟଜଣେ ଲେଖିଛନ୍ତି ” ମର୍ଡନ ଅସୁବିଧାର ମର୍ଡନ ସମାଧାନ”। ତାପରେ ଗୋଟିଏ କମେଣ୍ଟ ଆସିଛନ୍ତି ” ଏମିତିରେ ଆଇଡ଼ିଆ କିଛି ଖରାପ ନାହିଁ । ମୁଁ ମଧ୍ୟ ମୋ ପତିଙ୍କ ସହ ଏହା ଚେଷ୍ଠା କରିବି । କିଛି ନହେଲେ ତାଙ୍କ ଘୁଙ୍ଗୁଡ଼ି ତ ଶୁଣାଯିବନି” । ବାସ ଏମିତି ଆହୁରି ମଧ୍ୟ ମଜାଦାର କମେଣ୍ଟ ଆସିବାକୁ ଲାଗିଲା ।

ଏମିତିରେ ଆପଣଙ୍କୁ ଏହି ଭିଡ଼ିଓ କେମିତି ଲାଗିଲା ? ଯଦି ମଜା ଲାଗିଲା ତେବେ ଏହାକୁ ଆପଣଙ୍କ ପାର୍ଟନରଙ୍କୁ ସେୟାର କରନ୍ତୁ । ଟିକେ ଦେଖନ୍ତୁ ତାଙ୍କୁ ଏହି ଆଇଡ଼ିଆ କେମିତି ଲାଗୁଛି । ଏମିତିରେ ଆମର ମଧ୍ୟ ଏହି ଉପଦେଶ ଅଛି କି ଲଢେଇ ଝଗଡ଼ା କଥାବାର୍ତା ଏବଂ ଶାନ୍ତି ଦ୍ୱାରା ସମାଧାନ କରାଯାଏ ନା କି ଦୂରତା ବନେଇକି ।

Leave A Reply

Your email address will not be published.