ମଙ୍ଗଳ ଗ୍ରହରେ ଦେଖାଗଲା ଏଲିଏନ୍ସଙ୍କ ପାଦ ଚିହ୍ନ, ନାସାର ଏହି ଚିତ୍ର ଦେଖି ଆଶ୍ଚର୍ଯ୍ୟ ହେଉଛନ୍ତି ଲୋକେ

0

Get real time updates directly on you device, subscribe now.

ଆମ ପୃଥିବୀ ବ୍ୟତୀତ ଆଉ କେଉଁଠି ଜୀବନ ରହିଛି, ଏହାକୁ ନେଇ ଲଗାତାର ଅନୁସନ୍ଧାନ ଚାଲିଛି । ବୈଜ୍ଞାନିକମାନେ ଲଗାତାର ଖୋଜି ଚାଲିଛନ୍ତି ଯେ ଏହି ପୃଥିବୀ ବ୍ୟତୀତ ଆଉ କେଉଁ ଗ୍ରହରେ ସଭ୍ୟତା ବିକଶିତ ହୋଇଛି । ତେବେ ବର୍ତ୍ତମାନ ସୁଦ୍ଧା ଏ ବିଷୟରେ କିଛି ବି ଜଣାପଡି ନାହିଁ । ତଥାପି ଅନେକ ପ୍ରକାରର ଦାବି ସାମ୍ନାକୁ ଆସିଥାଏ । ଯେଉଁଥିରେ ଏଲିଏନମାନଙ୍କୁ ଦେଖାଯାଇଥିବା କଥା ଆସିଥାଏ ।

ତେବେ ବର୍ତ୍ତମାନ ସୁଦ୍ଧା କୌଣସି ନିର୍ଦ୍ଦିଷ୍ଟ ପ୍ରମାଣ ମିଳିନାହିଁ । କେବଳ ବୈଜ୍ଞାନିକ ରେଡିଓ ରିଗନଲୋରୁ ନେଇ ସେମାନେ ଅଛନ୍ତି ବୋଲି ପ୍ରମାଣ ଖୋଜି ଚାଲିଛନ୍ତି । ବିଶେଷକରି ନାସା ଦିନରାତି ଏହି କାମରେ ଲାଗି ପଡିଥାଏ । ନିକଟରେ ନାସା ମଙ୍ଗଳ ଗ୍ରହର ଗୋଟିଏ ଫଟୋ ଜାରି କରିଛି, ଯାହା ଲୋକମାନଙ୍କୁ ଆଶ୍ଚର୍ଯ୍ୟ କରୁଛି ।

ଏଲିଏନ୍ସଙ୍କ ପାଦ ଥିବାର ଦାବି :-

ଆମେରିକୀୟ ଏଯେନ୍ସି ନାସା ଗୋଟିଏ ଚିତ୍ର ଜାରି କରିଛି । ଏହି ଫଟୋକୁ ଦେଖିବାପରେ ଅନେକ ଦାବି ସାମ୍ନାକୁ ଆସୁଛି । ଏହି ଫଟୋକୁ ଦେଖି ଲୋକମାନେ ଆଶ୍ଚର୍ଯ୍ୟ ହେଉଛନ୍ତି । ଏହି ଫଟୋ ମଙ୍ଗଳ ଗ୍ରହର ଅଟେ । ଏହି ଫଟୋରେ ଗୋଟିଏ ଗାତ ଦେଖାଯାଉଛି , ଯାହାକୁ ଦେଖି ଲୋକମାନେ ସେଠାରେ ଏଲିଏନ୍ସ ଥିବାର ଦାବି କରୁଥିବାର ଦେଖାଯାଉଛି ।

ଏଠାରେ ଗାତରେ ଅଜବ ପ୍ରକାରର ଚିହ୍ନ ଦେଖାଯାଉଛି । ଯାହାକୁ ଲୋକମାନେ ଏଲିଏନ୍ସର ପାଦ ଚିହ୍ନ ବୋଲି କହୁଛନ୍ତି । ଏହି ଫଟୋକୁ ନାସା ମାର୍ଷ ଅର୍ବିଟରର ହାଇ କ୍ୟାପେସିଟି ବାଲା କ୍ୟାମେରାରେ ଉଠାଇଛନ୍ତି । ଏହି ଫଟୋ ପୁଣିଥରେ ମଙ୍ଗଳରେ ପରଗ୍ରହୀ ଥିବାର ଦାବି କରୁଥିବା ଲୋକଙ୍କୁ ଉତ୍ସାହିତ କରିଦେଇଛି । ସେମାନେ ନାସା ଉପରେ ସତ ଲୁଚାଇବାର ଅଭିଯୋଗ କରିଥାନ୍ତି ।

ସାଢେ଼ 4 ଲକ୍ଷ ଲୋକ କରିଛନ୍ତି ଲାଇକ :-

ନାସା ଏହି ଫଟୋକୁ ଇନ୍ଷ୍ଟାଗ୍ରାମରେ ଅପଲୋଡ଼ କରିଛି । ବର୍ତ୍ତମାନ ସୁଦ୍ଧା ପ୍ରାୟ ସାଢେ଼ 4 ଲକ୍ଷ ଲୋକ ଏହି ଫଟୋକୁ ଲାଇକ କରିଛନ୍ତି । ୟୁଜରମାନେ ଚିନ୍ତାରେ ପଡି ଯାଇଛନ୍ତି ଯେ ପ୍ରକୃତରେ ଏହି ଫଟୋ କେଉଁ ଜିନିଷର ଅଟେ । ତେବେ ଏ ବିଷୟରେ ନାସା କହିଛି ଯେ ଏହି ଫଟୋ ଏୟରି କ୍ରେଟରର ଚିତ୍ର ଅଟେ । ଏଯେନ୍ସି କହିଛନ୍ତି ଯେ ଏହି କ୍ରେଟର ମଙ୍ଗଳର ଜିରୋ ଦେଶାନ୍ତର ଲାଇନ୍ ହୋଇଥାଏ ।

ତେବେ ନାସା ଏହି ଫଟୋର ସତ କହିଦେଇଛି । ଏହାପରେ ମଧ୍ୟ ପରଗ୍ରହି ଥିଓରୀ ଉପରେ ବିଶ୍ୱାସ କରୁଥିବା ଲୋକମାନେ ମାନିବାକୁ ପ୍ରସ୍ତୁତ ନୁହଁନ୍ତି । ସେମାନେ ଦାବି କରିଛନ୍ତି ଯେ ଏହା ଏଲିଏନ୍ସଙ୍କ ପାଦ ଚିହ୍ନର ପ୍ରମାଣ ଅଟେ । ଏପରି ଦାବି କରୁଥିବା ବୈଜ୍ଞାନିକ ଦୀର୍ଘ ସମୟ ଧରି ମଙ୍ଗଳ ଉପରେ ଅଜବ ପ୍ରକାରର ଦାବି କରୁଥିବାର ମଧ୍ୟ ଦେଖାଯାଆନ୍ତି ।

Leave A Reply

Your email address will not be published.