ଲାପଟପ ବ୍ଲାଷ୍ଟ ହେବାରୁ ସଫ୍ଟଓୟାର ଇଞ୍ଜିନିୟର 80% ପୋଡ଼ି ଯାଇଛନ୍ତି, ଅବସ୍ଥା ଗୁରୁତର

0

Get real time updates directly on you device, subscribe now.

ଆନ୍ଧ୍ରପ୍ରଦେଶରୁ ବହୁତ୍ ଆଶ୍ଚର୍ଯ୍ୟଜନକ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି । ଏଠାରେ ଲାପଟପରେ ବ୍ଲାଷ୍ଟ୍ ହେବା ପରେ ଜଣେ ମହିଳା ଇଞ୍ଜିନିୟର ଗୁରୁତର ଭାବେ ପୋଡି ଯାଇଛନ୍ତି ଏବଂ ସେ ହସ୍ପିଟାଲରେ ଜୀବନ ମରଣ ସହିତ ସଂଘର୍ଷ କରୁଛନ୍ତି । ଆନ୍ଧ୍ରପ୍ରଦେଶର କାଡ଼ାପା ସ୍ଥିତ ବି କୋଡୁରୁ ମଣ୍ଡଳର ମେକାଭରିପଲ୍ଲୀ ଗାଁରେ ସୋମବାର ଦିନ ଲାପଟପ ବ୍ଲାଷ୍ଟ ହେବା କାରଣରୁ ଜଣେ 23 ବର୍ଷୀୟ ମହିଳା ସଫ୍ଟୱେୟାର ଇଞ୍ଜିନିୟରଙ୍କ କୋଠରୀରେ ନିଆଁ ଲାଗିଯାଇଛି। ଏହି ଘଟଣାରେ ସେ 80 ପ୍ରତିଶତ ଜଳିଗଲେ । ବର୍ତ୍ତମାନ ସେ ନିଜ ଜୀବନ ପାଇଁ ସଂଘର୍ଷ କରୁଛନ୍ତି |

ୱାର୍କ ଫର୍ମ ହୋଇ ରହିଥିଲେ ସୁମନଲତା :-

ବେଙ୍ଗାଳୁରୁ ସ୍ଥିତ ମ୍ୟାଜିକ ସଲ୍ୟୁସନରେ କାର୍ଯ୍ୟରତ ସୁମନଲତା ନାମକ ମହିଳା ଗତ କିଛି ମାସ ଧରି କୋଭିଡ-19 ମହାମାରୀ କାରଣରୁ ଘରେ କାମ କରୁଛନ୍ତି ।

ତାଙ୍କ ବାପାମାଆ ଭେଙ୍କଟ ସୁବା ରେଡ୍ଡୀ ଏବଂ ଲକ୍ଷ୍ମୀ ନରସମା କହିଛନ୍ତି, “ଆମ ଝିଅ ସବୁଦିନ ପରି ନିଜ ବେଡ଼ରୁମରେ ସକାଳ 8 ଟାରୁ ନିଜ ସିଫ୍ଟ ଆରମ୍ଭ କଲା | ଯେତେବେଳେ ସେ ନିଜ ଲାପଟପ୍ କୋଳରେ ରଖି କାମ କରୁଥିଲା, ସେତେବେଳେ ସେଥିରେ ବ୍ଲାଷ୍ଟ ହୋଇଗଲା । ତା କୋଠରୀରୁ ଧୂଆଁ ବାହାରୁଥିବା ଦେଖି ଆମେ ଭିତରକୁ ପହଞ୍ଚିଲୁ | ସେ ବିଛଣା ଉପରେ ବେହୋସ୍ ହୋଇ ପଡ଼ିଥିଲା ଏବଂ ବହୁତ ପୋଡ଼ି ଯାଇଥିଲା | ଏହା ପରେ ଆମେ ଘରର ଲାଇନ ଯୋଗାଣ ବନ୍ଦ କରିଦେଲୁ |”

ସୁମନଲତାଙ୍କ ଅବସ୍ଥା ଗୁରୁତର :-

ପ୍ରଥମେ ସୁମନଲତାଙ୍କୁ ସ୍ଥାନୀୟ ଡାକ୍ତରଖାନା, ପରେ ସେଠାରୁ ତିରୁପତିର ବଡ ଡାକ୍ତରଖାନାକୁ ନିଆଯାଇଥିଲା । ସେ ବର୍ନ ୟୁନିଟରେ ଭର୍ତ୍ତି ହୋଇଛନ୍ତି ଏବଂ ତାଙ୍କର ହୋସ ଆସିଯାଇଛି । ଡାକ୍ତରମାନେ କହିଛନ୍ତି ଯେ ବର୍ତ୍ତମାନ ସୁମନଲତାଙ୍କ ଅବସ୍ଥା ଗୁରୁତର ରହିଛି । ବି କୋଡୁରୁର ଏସଆଇ ନସିରିନ୍ କହିଛନ୍ତି ଯେ ଏହି ଘଟଣାର ଯାଞ୍ଚ ଆରମ୍ଭ କରାଯାଇଛି । ପୋଲିସ ସନ୍ଦେହ କରୁଛି ଯେ ଏହି ବ୍ଲାଷ୍ଟ ଲାଇନର ସର୍ଟ ସର୍କିଟ ଯୋଗୁଁ ହୋଇଛି, କିନ୍ତୁ ସୁମନଲତାଙ୍କ ପରିବାର ସଦସ୍ୟ କହିଛନ୍ତି ଯେ ଲାପଟପର ବ୍ୟାଟେରୀ ଅଧିକ ଗରମ ହେବା କାରଣରୁ ମଧ୍ୟ ବ୍ଲାଷ୍ଟ ହୋଇପାରେ ।

ଚାର୍ଜିଂ ପୋର୍ଟରେ ସମସ୍ୟା କିମ୍ବା ସର୍ଟ ସର୍କିଟ ହେତୁ କିମ୍ବା ଅଧିକ ସମୟ ଧରି ବ୍ୟବହାର ହେତୁ ଲାପଟପ ଓଭରହିଟ ହୁଏ | ଲାପଟପକୁ ଓଭରହିଟରୁ ବଞ୍ଚାଇବା ପାଇଁ ତା ଭିତରେ ପଙ୍ଖା ଲାଗିଥାଏ । ବେଳେବେଳେ ଯେତେବେଳେ ସେହି ଫ୍ୟାନ୍ ଭେଣ୍ଟଗୁଡିକ ବନ୍ଦ ହୋଇଯାଏ ଏବଂ ପବନ ସଠିକ୍ ଭାବରେ ପାସ ହୋଇପାରେ ନାହିଁ, ସେତେବେଳେ ଲାପଟପ୍ ଗରମ ହୋଇଯାଏ | ଏପରି ପରିସ୍ଥିତିରେ, ଲାପଟପ୍ ବ୍ୟବହାର କରିବାବେଳେ, ଏହାର ତଳେ ଏକ ପ୍ୟାଡ୍ ରଖାଯିବା ଉଚିତ, ଯାହାଫଳରେ ପବନ ଯିବା ଆସିବା ପାଇଁ ଭେଣ୍ଟସ ଖୋଲା ରହିବ | ଅତ୍ୟଧିକ ଗରମ ହେଲେ, ଲାପଟପ୍ କିଛି ସମୟ ପାଇଁ ବନ୍ଦ କରିଦେବା ଉଚିତ୍ | ଏହା କରିବା ଦ୍ୱାରା ଆପଣ କୌଣସି ଅଘଟଣରୁ ରକ୍ଷା ପାଇପାରିବେ |

Leave A Reply

Your email address will not be published.