ଦୁଇ ହାତ ନାହିଁ ତଥାପି ଭିକ ମାଗିବାର ରାସ୍ତାକୁ ବାଛି ନାହାନ୍ତି, ପରିଶ୍ରମ କରି ଲୋକଙ୍କୁ ଖୁଆଉଛନ୍ତି ଟେଷ୍ଟୀ ଖାଇବା

0

Get real time updates directly on you device, subscribe now.

ଆମେ ଆଜିକାଲି ଅନେକ ସୁସ୍ଥ ସବଳ ଲୋକଙ୍କୁ ବେରୋଜଗାର ହୋଇ ବୁଲିବା କିମ୍ବା ଭିକ ମାଗିବାର ଦେଖନ୍ତି । କିନ୍ତୁ ଜଣେ ଦିବ୍ୟାଙ୍ଗ ବ୍ୟକ୍ତି ସାମ୍ନାକୁ ଆସିଛନ୍ତି ଯାହାଙ୍କ ଦୁଇହାତ ନାହିଁ, ସେ ସମସ୍ତଙ୍କ ଠାରୁ ଅଲଗା ବାହାରିଲେ । ତାଙ୍କୁ ଘରେ ବସି ମାଗଣାରେ ରୋଟି ଖାଇବାକୁ ପସନ୍ଦ ନୁହେଁ କିମ୍ବା କାହାକୁ ଭିକ ମାଗି ଜୀବନ ବିତାଇବାକୁ ଭଲ ପାଆନ୍ତି ନାହିଁ । ସେ ତ ପରିଶ୍ରମ କରି ନିଜ ପେଟ ପୋଷିବାକୁ ଚାହାଁନ୍ତି । ତାଙ୍କ ଭିତରେ ଥିବା ଇଚ୍ଛା ଶକ୍ତି ଏବଂ ସାହାସକୁ ଦେଖି ଲୋକମାନେ ତାଙ୍କର ଫ୍ୟାନ ହୋଇ ଯାଇଛନ୍ତି ।

ବାସ୍ତବରେ ସୋସିଆଲ ମିଡିଆରେ ଆଜିକାଲି ଚାଉମିନ ତିଆରି କରୁଥିବା ଜଣେ ଦିବ୍ୟାଙ୍ଗ ବ୍ୟକ୍ତି ବହୁତ୍ ଭାଇରାଲ ହେଉଛନ୍ତି । ଏହି ବ୍ୟକ୍ତିଙ୍କର ଗୋଟିଏ ହାତ ମୂଳରୁ ହିଁ ନାହିଁ ଏବଂ ଆଉ ଗୋଟିଏ ହାତର ଅଧା ଅଂଶ ନାହିଁ । କିନ୍ତୁ ଏହା ସତ୍ତ୍ବେ ମଧ୍ୟ ସେ ବହୁତ୍ କୁଶଳତାର ସହିତ ଠେଲାରେ ଚାଉମିନ ତିଆରି କରୁଛନ୍ତି । ସେ ନିଜର ଅଧା ହାତରେ ହିଁ ସବୁ ସସ ଢାଳନ୍ତି ଏବଂ ଚାଉମିନକୁ କଡ଼େଇରେ ହଲାନ୍ତି ।

ଦିବ୍ୟାଙ୍ଗ ବ୍ୟକ୍ତିଙ୍କ ସାହାସ ଦେଖି ଖୁସି ହେଲେ ଲୋକମାନେ :-

ଏହି ବ୍ୟକ୍ତିଙ୍କୁ ଏହିପରି କାମ କରୁଥିବାର ଦେଖି ମନ ଖୁସି ହୋଇଯାଉଛି । ଏହା ଦେଖି ଆମେ ମଧ୍ୟ ଥରେ ଭାବିବାକୁ ବାଧ୍ୟ ହୋଇଯାଆନ୍ତି ଯେ ଏ ଦୁନିଆରେ କିଛି ବି ଅସମ୍ଭବ ନୁହେଁ । ଯଦି ହାର ନ ମାନି ଚେଷ୍ଟା କରାଯାଏ ତେବେ ସବୁ ସମସ୍ୟାର ସମାଧାନ ରହିଛି । ଆମେ ସବୁ କଠିନ ଅବସ୍ଥାରୁ ବାହାରି ପାରିବା । ଏହି ଦିବ୍ୟାଙ୍ଗ ବ୍ୟକ୍ତି ଏହାର ଜୀବନ୍ତ ଉଦାହରଣ ଅଟନ୍ତି । ଆମକୁ ତାଙ୍କ ଠାରୁ ପ୍ରେରଣା ନେବା ଉଚିତ୍ ।

ସମାଜରେ କିଛି ଲୋକ ଦିବ୍ୟାଙ୍ଗଙ୍କ ପ୍ରତି ହିନ ଭାବନା ମଧ୍ୟ ରଖନ୍ତି । ସେମାନଙ୍କୁ ସେମାନେ ସମ୍ମାନ ଦିଅନ୍ତି ନାହିଁ । ସେମାନଙ୍କ ହାତ ତିଆରି ଖାଇବାକୁ କିଛି ଲୋକ ଖାଆନ୍ତି ନାହିଁ । ସେମାନଙ୍କ ଠାରୁ ଦୂରେଇ ରୁହନ୍ତି । ଏସବୁ ଜିନିଷ ଭୁଲ ଅଟେ । ସେମାନେ ମଧ୍ୟ ସମାଜର ଅଂଶ ଅଟନ୍ତି । ସେମାନଙ୍କୁ ମଧ୍ୟ ଅନ୍ୟ ଲୋକଙ୍କ ପରି ଦେଖିବା ଉଚିତ୍ । ବର୍ତ୍ତମାନ ଆପଣ ଏହି ପରିଶ୍ରମୀ ଦିବ୍ୟାଙ୍ଗ ବ୍ୟକ୍ତିଙ୍କ ଭିଡିଓ ଦେଖି ନିଅନ୍ତୁ । ଏହାକୁ ଦେଖିଲେ ଆପଣଙ୍କ ମୁହଁରେ ମଧ୍ୟ ଗୋଟିଏ ହସ ଆସିଯିବ । ଆପଣ ଏହାଦ୍ବାରା ପ୍ରେରିତ ହେବେ ।

ଦେଖନ୍ତୁ ଭିଡିଓ :-

କୁହାଯାଉଛି ଯେ ଏହି ସୁନ୍ଦର୍ ଭିଡିଓକୁ ଟୁଇଟରରେ ରାହୁଲ ମିଶ୍ରା ନାମକ ବ୍ୟକ୍ତି ସେୟାର କରିଛନ୍ତି । ଲୋକମାନେ ଏହି ଭିଡିଓକୁ ବହୁତ୍ ପଶନ୍ଦ କରୁଛନ୍ତି । କମେଣ୍ଟ କରି ଦିବ୍ୟାଙ୍ଗ ବ୍ୟକ୍ତିଙ୍କ ସାହାସର ଉଦାହରଣ ଦେଉଛନ୍ତି । ଦୟାକରି ଆପଣ ମଧ୍ୟ ଏହି ଭିଡିଓକୁ ଅଧିକରୁ ଅଧିକ ସେୟାର କରି ଅନ୍ୟମାନଙ୍କୁ ପ୍ରେରିତ କରନ୍ତୁ ।

Leave A Reply

Your email address will not be published.