DTC Recruitment 2022 : ସରକାରୀ ଚାକିରି ପାଇଁ ସୁବର୍ଣ୍ଣ ସୁଯୋଗ,ଦରମା ୩୫୦୦୦,ଆଜି ହିଁ ଆବେଦନ କରନ୍ତୁ !

0

Get real time updates directly on you device, subscribe now.

ଦିଲ୍ଲୀ ସରକାରଙ୍କ ଅଧୀନରେ ଚାକିରି କରିବା ପାଇଁ ଏକ ସୁବର୍ଣ୍ଣ ସୁଯୋଗ ଆସିଛି। ଦିଲ୍ଲୀ ପରିବହନ ବିଭାଗରେ ୩୫୭ଟି ପଦବୀରେ ଭର୍ତ୍ତି ହେବା ପାଇଁ ପ୍ରକ୍ରିୟା ଚାଲିଛି। କିନ୍ତୁ ଏହି ସମସ୍ତ ପଦରେ ନିଯୁକ୍ତି ଚୁକ୍ତିଭିତ୍ତିକ ଭାବରେ ଦିଆଯିବ। ଏହି ପଦଗୁଡ଼ିକ ହେଉଛି ଆସିଷ୍ଟାଣ୍ଟ ଫିଟର, ଆସିଷ୍ଟାଣ୍ଟ ଫୋରମେନ ଏବଂ ଆସିଷ୍ଟାଣ୍ଟ ଇଲେକ୍ଟ୍ରିସିଆନ। ଏହି ପଦବୀଗୁଡ଼ିକ ପାଇଁ ଆଜିଠାରୁ (ଏପ୍ରିଲ ୧୮) ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି। ଆବେଦନର ଶେଷ ତାରିଖ ମେ ୪,୨୦୨୨। ଇଚ୍ଛୁକ ଓ ଯୋଗ୍ୟ ଥିବା ପ୍ରାର୍ଥୀ ଡିଟିସିର ଆଧିକାରୀକ ୱେବସାଇଟ୍ dtc.nic.inରେ ଯାଇ ଏଥିରେ ଆବେଦନ କରିପାରିବେ ।

DTC Recruitment 2022 ର ସଂପୂର୍ଣ୍ଣ ବିବରଣୀ:-

ପଦ:-ଆସିଷ୍ଟାଣ୍ଟ ଫୋରମେନ

ପଦ ସଂଖ୍ୟା:-୧୧୨

ପେ ସ୍କେଲ୍:-ପ୍ରତିମାସରେ ୩୫,୪୦୦ ଟଙ୍କା

ପଦ:-ଆସିଷ୍ଟାଣ୍ଟ ଫିଟର

ପଦ ସଂଖ୍ୟା:-୧୭୫

ପେ ସ୍କେଲ୍:-ପ୍ରତିମାସରେ ୧୭,୬୯୩ ଟଙ୍କା

ପଦ:-ଆସିଷ୍ଟାଣ୍ଟ ଇଲେକ୍ଟ୍ରିସିଆନ୍

ପଦ ସଂଖ୍ୟା:-୭୦

ପେ ସ୍କେଲ୍:-ପ୍ରତିମାସରେ ୧୭,୬୯୩ ଟଙ୍କା

DTC Recruitment 2022 ପାଇଁ ଯୋଗ୍ୟତା:-

ଆସିଷ୍ଟାଣ୍ଟ ଫୋରମେନ:- ପ୍ରାର୍ଥୀମାନେ କୌଣସି ମାନ୍ୟତା ପ୍ରାପ୍ତ ସଂସ୍ଥାନରୁ ଅଟୋମୋବାଇଲ/ ମେକାନିକାଲ/ଇଲେକ୍ଟିକାଲ ଇଞ୍ଜିନିୟରିଂ ସହ ୨ ବର୍ଷର ଅନୁଭବ ରହିବା ଆବଶ୍ୟକ।

ବୟସର ସୀମା:-୧୮ ବର୍ଷରୁ ୩୫ ବର୍ଷ

ଆସିଷ୍ଟାଣ୍ଟ ଫିଟର:-

ପ୍ରାର୍ଥୀମାନେ କୌଣସି ମାନ୍ୟତା ପ୍ରାପ୍ତ ସଂସ୍ଥାନରୁ ମେକାନିକ (ଏମବି)/ଡିଜଲ ମେକାନିକ/ ଟ୍ରାକ୍ଟର ମେକାନିକ/ଅଟୋମୋବାଇଲ/ଫିଟର ଟ୍ରେଡରେ ଆଇଟିଆଇ କରିଥିବା ଆବଶ୍ୟକ। ବୟସର ସୀମା ୧୮ ବର୍ଷରୁ ୨୫ ବର୍ଷ।

ଆସିଷ୍ଟାଣ୍ଟ ଇଲେକ୍ଟ୍ରିସିଆନ:-

ପ୍ରାର୍ଥୀ ଇଲେକ୍ଟ୍ରିସିଆନ(ଅଟୋ)/ମେକାନିକ ଅଟୋ ଇଲେକ୍ଟ୍ରିକାଲ ଓ ଇଲେକ୍ଟ୍ରୋନିକ୍ସ ଟ୍ରେଡ୍ସରେ ଆଇଟିଆଇ କରିଥିବା ଆବଶ୍ୟକ। ଆୟୁ ସୀମା ୧୮ ବର୍ଷରୁ ୨୫ ବର୍ଷ।

ଆବେଦନ କରିବେ କେମିତି:-

ଇଚ୍ଛା ଥିବ ଓ ଯୋଗ୍ୟ ପ୍ରାର୍ଥୀମାନେ ଡିଟିସିର ଆଧିକାରୀକ ୱେବସାଇଟ dtc.nic.in ବା dtc-rp.com ରେ ଯାଇ ଏଥିରେ ଆବେଦନ କରିପାରିବେ।

Leave A Reply

Your email address will not be published.