KGF Chapter-2 Machine Gun:- ଏହି ଡୋଡ଼ମା ମେସିନ ଗନ କଲାଣି 71 ବର୍ଷ ରାଜ,ଜାଣନ୍ତୁ ଏହି ବନ୍ଧୁକର ତାକତ ବିଷୟରେ !

0

Get real time updates directly on you device, subscribe now.

KGF-2 ଆକ୍ସନ ସିକୁଏନ୍ସରେ ମୁଖ୍ୟ ଭୂମିକା ନିଭାଇଥିବା ରକି, ଏକ ବଡ଼ ମେସିନ ଗନ ଜରିଆରେ ଫାୟରିଂ କରୁଛି। ଲାଗାତର 10 ମିନିଟ ପର୍ଯ୍ୟନ୍ତ ଗୁଳି ବିନିମୟ ଜାରି ରହୁଛି। ସାମ୍ନାରେ ପୋଲିସ ଷ୍ଟେସନ କୋଠାର ଧଜିଆ ଉଡ଼ିବାରେ ଲାଗିଛି। ସାମ୍ନାରେ ଥିବା ପୋଲିସ ଜିପ ମଧ୍ୟ ଆକାଶରେ ଉଡ଼ି ଯାଉଛି। ଏହି ବନ୍ଧୁକ ଅସଲରେ ଥିଲା ଓ ଏବେ ମଧ୍ୟ ରହିଛି। ଫିଲ୍ମରେ 80 ଦଶକର କାହାଣୀ ଦେଖାଇ ଦିଆଯାଇଥିବାରୁ ସେତେବେଳେ ଏହି ବନ୍ଧୁକ କେତେକ ସେନା ଓ ବିଦ୍ରୋହୀ ସଙ୍ଗଠନ ମାନଙ୍କ ପାଖରେ ରହିଥିଲା।

ଫିଲ୍ମରେ ରକି ଏହି ମେସିନ ଗନକୁ କନ୍ନଡ଼ ଭାଷାରେ ‘ଡୋଡମ’ ତଥା ହିନ୍ଦୀ ଭାଷାରେ ଏହାକୁ ‘ବଡ଼ି ମା’ କହୁଛି। ଅସଲରେ ଏହି ବନ୍ଧୁକର ନାମ ହେଉଛି ବ୍ରାଉନିଂ ଏମ1919 ଅଟେ। ଏହାକୁ ଆମେରିକାନ ଇଞ୍ଜିନିୟରିଂ ଜନ ବ୍ରାଉନିଂ 1919 ରେ ବନାଇଥିଲେ। ଏହା .30 କ୍ୟାଲିବରର ମିଡିୟମ ମେସିନ ଗନ ଅଟେ। ଯାହାର ବ୍ୟବହାର ବିଂଶ ଶତାବ୍ଦୀରେ ବହୁତ ଅଧିକ ପରିମାଣରେ ହୋଇଥିଲା। ଭାରତ-ଚୀନ ଯୁଦ୍ଧ, ଦ୍ୱିତୀୟ ବିଶ୍ବଯୁଦ୍ଧ, କୋରିଆନ ଯୁଦ୍ଧ ଓ ଭିଏତନାମ ଯୁଦ୍ଧ ସମେତ ବିସିଓ ଲଢେଇରେ ହୋଇଥିଲା।

ବ୍ରାଉନିଂ ଏମ1919 କୁ ମାଟିରେ ଟ୍ରାଇପୋଡ଼ରେ ରଖି ଚଳାଇ ଯାଇଥାଏ। ମାଟି ଉପରେ ଏହା ବାଇପୋଡ଼ ଜରିଆରେ ଚଳାଇ ଯାଇଥାଏ। ଏହାକୁ ଟ୍ୟାଙ୍କ ଓ ହେଲିକପ୍ଟରରେ ମଧ୍ୟ ନିଆଯାଇପାରିବ। ଏହାସହ ଆପଣ ଏହାକୁ ଆଣ୍ଟି ଏୟାରକ୍ରାଫ୍ଟ ଗନ ରୂପରେ ଫାଇଟର ଜେଟକୁ ମାରି ତଳେ ପକାଇବା ପାଇଁ ବ୍ୟବହାର କରାଯାଇଥାଏ।

ବ୍ରାଉନିଂ ଏମ1919 ମେସିନ ଗନ ଉତ୍ପାଦନ 1919 ରୁ 1945 ପର୍ଯ୍ୟନ୍ତ କରାଯାଇଥିଲା। ସାରା ଦୁନିଆରେ ଏହି ଗନର 4.38 ଲକ୍ଷ ସେଲ ହୋଇଥିଲା। ଏହାର ଆଠଟି ଭ୍ୟାରିଏଣ୍ଟ ରହିଛି। ପ୍ରତି ଭ୍ୟାରିଏଣ୍ଟ ନିଜର ପୂର୍ବ ଭ୍ୟାରିଏଣ୍ଟ ଠାରୁ କିଛି ଅପଗ୍ରେଡ ହୋଇଥାଏ। ଏହି ମେସିନ ଗନର ଓଜନ 14 କିଲୋଗ୍ରାମ ଅଟେ। ଏହାର ଅର୍ଥ ଜଣେ ଲୋକ ଏହାକୁ ବହୁତ ସହଜରେ ଉଠାଇ ଚାଲିପାରିବ। ବ୍ୟାରେଲର ଦୈର୍ଘ୍ୟ 24 ଇଞ୍ଚ ଅଟେ।

ଆଶ୍ଚର୍ଯ୍ୟକର କଥା ଏହାକି ଯେ, ବ୍ରାଉନିଂ ଏମ1919 ମେସିନ ଗନ ଦ୍ୱାରା ଦୁନିଆର 10 ପ୍ରକାରର ଗୁଳି ମରାଯାଇ ପାରିବ। ଏଥିପାଇଁ ଏହାର ଉପଯୋଗ କେତେକ ଯୁଦ୍ଧରେ ବହୁତ ଶାନଦାର ଉପାୟରେ କରାଯାଇଥାଏ। ଏହାର ପ୍ରାରମ୍ଭିକ ଭ୍ୟାରିଏଣ୍ଟ ଏକ ମିନିଟରେ 400 ରୁ 600 ଗୁଳି ବିନିମୟ କରିଥାଏ। ଏହାର ସବୁଠାରୁ ଅପଗ୍ରେଡଡ଼ ଭ୍ୟାରିଏଣ୍ଟ AN/M2 ର ଫାୟରିଂ କାପାସିଟି ଏକ ମିନିଟରେ 1200 ରୁ 1500 ପ୍ରତି ମିନିଟରେ ଗୁଳି ବିନିମୟ କରିଥାଏ।

ଏହାର ମଜଲ କାପାସିଟି ମାନେ ଗୁଳି ବାହାର କରିବାର ଶକ୍ତି 853 ମିଟର ପ୍ରତି ସେକେଣ୍ଡ ଥିଲା। ପାଖାପାଖି ଏକ କିଲୋମିଟର ପ୍ରତି ସେକେଣ୍ଡ ଥିଲା। ମେସିନ ଗନ ଗୁଡ଼ିକର ରେଞ୍ଜ ମଧ୍ୟ ନିଜ ସମୟ ଅନୁସାରେ ବହୁତ ଭଲ ଅଟନ୍ତି। ଏହା ପାଖାପାଖି ଦେଢ଼ କିଲୋମିଟର ଠାରୁ ଲକ୍ଷ୍ୟ କରିଥାନ୍ତି। ଏହାର ମାଗାଜିନରେ 250 ଗୁଳିର ବେଲ୍ଟ ଲଗାଯାଇଥାଏ।

ଏହାର ଗୁଳି ଗୁଡ଼ିକୁ ଫୋପାଡିବାର ପ୍ରଣାଳୀକୁ କ୍ଲୋଜଡ଼ ବୋଲଟ ଶର୍ଟ ରିକଏଲ ଅପରେସନ କୁହାଯାଉଥିଲା। ଏହି ପ୍ରଣାଳୀ ଦ୍ୱାରା ମେସିନ ଗରମ ହୋଇଯାଏ। ଏଥିପାଇଁ ଲଗାତାର ରୂପରେ ଏହାର ଭ୍ୟାରିଏଣ୍ଟ ବନାଗଲା। ଏହାକୁ ସୁଧାର କରାଗଲା। ଦୁନିଆର ପ୍ରଥମ ଏମିତି ସଫଳ ମେସିନ ଗନ ଯାହାକୁ ଟ୍ରକ, ଜିପ, ଲାଣ୍ଡିଂ କ୍ରାଫ୍ଟସ ଓ ଉଚ୍ଚ ନୀଚ୍ଚ ସ୍ଥାନରେ ଲଗାଇ ଫାୟରିଂ କରାଯାଇପାରିବ।

ବ୍ରାଉନିଂ ଏମ1919 ର A4 ଭ୍ୟାରିଏଣ୍ଟ ଆମେରିକାକୁ ଦ୍ବିତୀୟ ବିଶ୍ବଯୁଦ୍ଧରେ ବହୁତ ସଫଳତା ଦେଇଥିଲା। କୋରିଆ ଓ ଭିଏତନାମ ଯୁଦ୍ଧରେ ମଧ୍ୟ ଏହି ବନ୍ଧୁକ ସଫଳତା ଦେଇଥିଲା ଏହାର A6 ଭ୍ୟାରିଏଣ୍ଟକୁ ବହୁତ ହାଲୁକା ବନାଇବା ପାଇଁ ପ୍ରୟାସ କରାଯାଇଥିଲା। ଏହାର ବ୍ୟାରେଲ ଓଜନ 3.8 କିଲୋଗ୍ରାମରୁ ହଟାଇ 1.8 କିଲୋଗ୍ରାମ କରିଦିଆଯାଇଥିଲା।

ଆମେରିକୀୟ ନୌସେନା A4 ଭ୍ୟାରିଏଣ୍ଟକୁ ବଦଳାଇ ଏହାକୁ 7.62 ମିଲିମିଟର ନାଟୋ ଚାମ୍ବରିଂ କରି ଏହାକୁ ଏମକେ-21 ମଡ଼ 0 ନାମ ଦେଇସାରିଛି। ଏହି ଗନ ଭିଏତନନାମ ଯୁଦ୍ଧରେ ଆମେରିକାର ବହୁତ ସାହାର୍ଯ୍ୟ କରିଛି। ଏହି ମେସିନ ଗନ ସେସମୟର ଏତେ ଫେମସ ହୋଇଗଲା ଯେ, ବହୁତ ଦେଶ ଏହାକୁ କପି କରିବାରେ ଲାଗିଗଲେ। ଖାଆସ କରି ଇଂଲଣ୍ଡ .303 କ୍ୟାଲିବର ଗନ ବନାଇଥିଲା, ଏହାକୁ ସେ ନିଜର ଫାଇଟର ଜେଟ ସୁପରମାରିନ ସ୍ପିଟଫାୟାର, ହକର ହରିକେନ୍, ବମ ବର୍ଷକ ବ୍ରିଷ୍ଟଲ ବ୍ଲେନହିମ, ଫେୟାରୀ ବେଟଲ, ହେଣ୍ଡଲ ପେଜ ହ୍ୟାପଡେନ ଓ ମାର୍ଟିନ ମେରିଲାଣ୍ଡରେ ଲଗାଇଦେଲେ।

ଏହି ବନ୍ଧୁକରୁ ପ୍ରେରିତ ହୋଇ ହିସପ୍ୟାନୋ ସୁଇଜା ଏମକେ-2 ବନାଇଲେ, ଯାହାକି 20 ମିଲିମିଟର କାଲିବରର ଥିଲା। ଏହା ଏକ ଆଣ୍ଟି ଏୟାରକ୍ରାଫ୍ଟ ଗନ ଥିଲା। ଯାହାକୁ ମାଟି, ଯୁଦ୍ଧପୋତ, ଯୁଦ୍ଧ ଜାହାଜ ଆଦିରେ ଲଗାଯାଇଥାଏ। ବ୍ରାଉନିଂ ଏମ1919 ବନ୍ଧୁକର ଉତ୍ପାଦନ ଦ୍ଵିତୀୟ ବିଶ୍ବଯୁଦ୍ଧ ସମୟରେ ଆମେରିକାର ତିନୋଟି ଅଲଗା ଅଲଗା କମ୍ପାନୀ ଦ୍ୱାରା କରାଯାଇଥିଲା। ଏହା ଥିଲା ବଫେଲୋ ଆର୍ମସ କର୍ପୋରେସନ, ରକ ଆଇଲ୍ୟାଣ୍ଡ ଆରସେନାଲ ଓ ଜେନେରାଲ ମୋଟର୍ସର ସ୍ୟାଗିନାଭ ଷ୍ଟିୟରିଂ ଗିୟର ଡିଭିଜନ।

ପ୍ରାରମ୍ଭିକ ସମୟରେ ଏହାର ଦାମ 50,854 ଟଙ୍କାର ଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ଏହାର ଉତ୍ପାଦନ ବଢ଼ିବା ଯୋଗୁଁ ଏହାର ଦାମ କମାଇ 10,826 ଟଙ୍କା କରିଦିଆଗଲା। ବ୍ରାଉନିଂ ଏମ1919 ମେସିନ ଗନକୁ ଆମେରିକାରେ 80 ଦଶକରେ ସାଧାରଣ ନାଗରିକ ମଧ୍ୟ ବ୍ୟବହାର କରୁଥିଲେ। କିନ୍ତୁ ଆମେରିକା 1986 ମସିହାରେ ନିଜ ବନ୍ଧୁକ ଆଇନରେ ପରିବର୍ତ୍ତନ କରାଇ ଏହି ମେସିନ ଗନର ବିନିମୟ ଉପରେ ରୋକ ଲଗାଇଦେଲା। କେହି ନିଜର ମେସିନ ଗନ କାହାକୁ ଟ୍ରାନ୍ସଫର କରି ପାରୁନଥିଲେ। କିନ୍ତୁ ସେହି ଦଶକରେ ଏହି ବନ୍ଧୁକ ତସ୍କର ମାନଙ୍କ ପସନ୍ଦ ହୋଇଗଲା ଓ ପରେ ଏହି ବନ୍ଧୁକ ବେଆଇନ ବେପାର ହେବାକୁ ଲାଗିଲା।

Leave A Reply

Your email address will not be published.