ମିଳନ୍ତୁ “ଡିସ୍କୋ ଡ୍ୟାନ୍ସର ଚୋର ” ସହ , ପ୍ରଥମେ ଦୋକାନରୁ କଳାକନା ମାରିଲା ,ପୁଣି ଲଗାଇଲା ଠୁମକା, ଦେଖନ୍ତୁ ମଜାଦାର ଭିଡିଓ

0

Get real time updates directly on you device, subscribe now.

ନାଚିବା ସଉକ୍ କାହାକୁ ବି ହୋଇପାରେ|ସେ କଳାକାର ହେଉ ବା ଚୋର |ଆପଣ କେଵେ ଡିସ୍କୋ ଡ୍ୟାନ୍ସର ଚୋରକୁ ଦେଖିଛନ୍ତି କି?ଯିଏ ଚୋରି ମଧ୍ୟ କରେ ଓ ଠୁମକା ଲଗାଏ|ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥାଇ ପାରେ କିନ୍ତୁ ଏହା କୈାଣସି ମଜାକ ନୁହେଁ ସତ୍ୟ ଘଟଣା|

ଆଜି ମୁଁ ଆପଣଙ୍କୁ ଏଭଳି ଏକ ଡ୍ୟାନ୍ସ ସୈକିନ ଚୋର ସହ ମିଳେଇବି ଯିଏ ଚୋରୀ କରେ ଓ ଗଜବ ଠୁମକା ଲଗାଏ|ଏହି ଡିସ୍କୋ ଡ୍ୟାନ୍ସର ଉତ୍ତରପ୍ରଦେଶ ରେ ଚୋରି କରୁଥିବା ସିସିଟିଭିରେ ରେକର୍ଡ ହୋଇଛି|ପୋଲିସ ତାକୁ ଖୋଜୁଛି|

ଉତ୍ତର ପ୍ରଦେଶର ଚନ୍ଦୋଲି ସହରରେ ଏହି ଘଟଣା ହୋଇଛି ଯେଉଁଠାରେ ଡିସ୍କୋ ଡ୍ୟାନ୍ସର ଚୋର ଦେଖା ଯାଇଛି|ଜିଲ୍ଲାରେ ବିବେକ ସିଂହଙ୍କ ହାର୍ଡୱେର ଦୋକାନ ରହିଛି|ସେ ସଦର କୋତବାଲୀ ଅଞ୍ଚଳରେ ଜୈସୁରୀ ଗାଁରେ ରହନ୍ତି|ସେ ଦୋକାନ ନିଜେ ସମ୍ଭାଳିବା ସହ ରାତିରେ ଦୋକାନ ବନ୍ଦ କରି ଘରକୁ ଆସନ୍ତି|

ବିବେକ ସବୁଦିନ ଭଳି ଶୁକ୍ରବାର ଦିନ ଦୋକାନକୁ ଆସିଥିଲେ|ପୂରା ଦିନ ବ୍ୟବସାୟ କରିଥିଲେ|ଏହାପରେ ରାତି ହେବାରୁ ଦୋକାନ ବନ୍ଦ କରି ଘରକୁ ଯାଇଥିଲେ|ତାଙ୍କୁ ଜଣାନଥିଲା କିଛି ଘଣ୍ଟା ପରେ ଦୋକାନରେ କ’ଣ ହେବ?

ସେ କେଵେ ସ୍ୱପ୍ନରେ ସୁଦ୍ଧା ଭାବି ନଥିଲେ ଦୋକାନରୁ ଚୋରି ହୋଇଯିବ|ତାଙ୍କ ଦୋକାନ ଏସପି ଙ୍କ ପାଖରେ ରହିଛି|ଚୋରମାନେ ତାଙ୍କ ହାର୍ଡୱେର ଦୋକାନ ଉପରେ ବହୁ ଦିନରୁ ନଜର ରଖୁଥିଲେ|

ଶୁକ୍ରବାର ଯେତେବେଳେ ବିବେକ ଘରକୁ ଚାଲିଗଲେ ସେତେବେଳେ ରାତିରେ ଚୋର ସେଠାରେ ପହଞ୍ଚିଲେ|ଦୋକାନର ସଟର ଭାଙ୍ଗି ଭିତରେ ପଶିଲେ |ଏହାପରେ ଭିତରେ ପଶି ଚୋରି କଲେ ଓ ଫେରାର ମଧ୍ୟ ହୋଇଗଲେ|ପାଖରେ ଏସପିଙ୍କ ଘର ଥିବା ସତ୍ୱେ ଜାଣି ପାରିଲେ ନାହିଁ|

ପରଦିନ ଯେତେବେଳେ ସେ ଦୋକାନକୁ ଗଲେ ସଟର ଭାଙ୍ଗିରୁଜି ହୋଇଥିବା ଦେଖିଥିଲେ|ସେ ପୋଲିସକୁ ସୂଚନା ଦେଲେ|ସେ ପୋଲିସ ସହ ଯେତେବେଳେ ଭିତରକୁ ପଶିଲେ ନଗଦ ୬୦୦୦ ଟଙ୍କା ଚୋରି ହୋଇଥିଲା|ହଜାର ହଜାର ଟଙ୍କାର ଜିନିଷ ମଧ୍ୟ ଚୋରି ହୋଇଥିଲା|

ଏହାପରେ ସେଠାରେ ଲାଗିଥିବା ସିସିଟିଭି ଯାଞ୍ଚ କରି ପୋଲିସ ଆଶ୍ଚର୍ଯ୍ୟ ହୋଇଗଲା|ଏଠାରେ ଏକ ଚୋର ଚୋରି କରିବା ପରେ ନାଚ କରୁଥିବା ଦେଖାଯାଇଥିଲା|ସେ ନିର୍ଦ୍ବନ୍ଦ୍ବରେ ଠୁମକା ଲଗାଉଥିଲା|ଏବେ ପୋଲିସ ରିପୋର୍ଟ ଦାଖଲ କରି ଖୋଜାଖୋଜି କରୁଛି|

Leave A Reply

Your email address will not be published.