ଚିକଣ କଥା କହି ଲୋକଙ୍କୁ ଠକିଛି AMWAY , ୭୫୦ କୋଟି ଟଙ୍କାର ସମ୍ପତ୍ତି ଜବତ କଲା ED

0

Get real time updates directly on you device, subscribe now.

ଲକ୍ଷ ଲକ୍ଷ ଲୋକମାନଙ୍କୁ ଲୋଭନୀୟ କଥା ଓ ପ୍ରତିଶ୍ରୁତି ଦେଇ ସାମଗ୍ରୀ ବିକ୍ରି କରିବା ବର୍ତ୍ତମାନ ଆମୱେ ଇଣ୍ଡିଆ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି। ଏହି କମ୍ପାନୀ ଲକ୍ଷ ଲକ୍ଷ ଲୋକମାନଙ୍କୁ ଲାଭଜନକ ପ୍ରତିଶ୍ରୁତି ଦେଇ ସାମଗ୍ରୀ ବିକ୍ରି କରି ସେଥିରୁ କୋଟି କୋଟି ଟଙ୍କା ରୋଜଗାର କରିଥିବାର ଅଭିଯୋଗ ହୋଇଛି। ଏଥିପାଇଁ ନେଟୱାର୍କ ମାର୍କେଟିଂ କମ୍ପାନୀ ଆମୱେ ଇଣ୍ଡିଆ ଉପରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଏକ ବଡ ପଦକ୍ଷେପ ନେଇଛନ୍ତି। ଆମୱେ ଇଣ୍ଡିଆର ୭୫୭ କୋଟିରୁ ଅଧିକ ମୂଲ୍ୟର ସମ୍ପତ୍ତିକୁ ଆଜି ଇଡି ଜବତ କରିଛି। ମନି ଲଣ୍ଡରିଂ ଆକ୍ଟ (PMLA) ଅଧୀନରେ ଏହି ସମ୍ପତ୍ତିକୁ ଜବତ କରାଯାଇଛି।

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଆଜି ଏହି ବିଷୟରେ ସୂଚନା ଦେଇଛନ୍ତି। ଇଡି ତରଫରୁ କୁହାଯାଇଛିକି ଜବତ ସମ୍ପତ୍ତି ମଧ୍ୟରେ ଆମୱେ ଇଣ୍ଡିଆ ଏଣ୍ଟରପ୍ରାଇଜେସ ଲିମିଟେଡର ତାମିଲନାଡୁର ଡିଣ୍ଡିଗୁଲ୍ ଜିଲ୍ଲାରେ ଥିବା ଜମି ଏବଂ କାରଖାନା ବିଲଡିଂ, ପ୍ଲାଣ୍ଟ ଏବଂ ଯନ୍ତ୍ରପାତି, ଯାନବାହନ, ବ୍ୟାଙ୍କ ଆକାଉଣ୍ଟ୍ ଏବଂ ଫିକ୍ସଡ୍ ଜମା ରହିଛି। ଇଡି କହିଛିକି ବଜାରରେ ଉପଲବ୍ଧ ହେଉଥିବା ସାମଗ୍ରୀ ତୁଳନାରେ ଆମୱେ କମ୍ପାନୀର ସାମଗ୍ରୀ ମୂଲ୍ୟ ବହୁତ ମାତ୍ରାରେ ଅଧିକ ରହିଛି।

ଏହା ସହ, ଇଡି ଏହା ମଧ୍ୟ ଦାବି କରିଛିଯେ ୨୦୦୨-୦୩ ରୁ ୨୦୨୧-୨୨ ମଧ୍ୟରେ ଆମୱେ ପାଖାପାଖି ୨୭୫୬୨ କୋଟି ଟଙ୍କା ସଂଗ୍ରହ କରିଛି। ସେଥିମଧ୍ୟରୁ ୭,୫୮୮ କୋଟି ଟଙ୍କା ଭାରତ ଏବଂ ଆମେରିକାର ଏଜେଣ୍ଟ ଓ ବିତରକମାନଙ୍କୁ କମିଶନ ଭାବରେ ମଧ୍ୟ ପ୍ରଦାନ କରାଯାଇଛି। ପ୍ରିଭେନସନ୍ ଅଫ୍ ମନି ଲଣ୍ଡରିଂ ଆକ୍ଟ ଅଧୀନରେ ଜବତ ହୋଇଥିବା ୭୫୭.୭୭ କୋଟି ଟଙ୍କାର ସମ୍ପତ୍ତି ମଧ୍ୟରେ ଅସ୍ଥାବର ସମ୍ପତ୍ତିର ମୂଲ୍ୟ ୪୧୧.୮୩ କୋଟି ଟଙ୍କା ଥିବା ସମୟରେ ଆମୱେର ୩୬ଟି ବ୍ୟାଙ୍କ ଆକାଉଣ୍ଟରେ ୩୪୫.୯୪ କୋଟି ଟଙ୍କା ଜମା ରହିଛି।

Leave A Reply

Your email address will not be published.