ନିଜର ଭୋକିଲା ଡଗିକୁ ବେଞ୍ଚରେ ବାନ୍ଧି ଛାଡ଼ିଗଲା ପିଲାଟି, ଚିଠିରେ ଯାହା ଲେଖିଲା ତାକୁ ଜାଣିଲେ ହୋଇଯିବେ ଭାବୁକ

0

Get real time updates directly on you device, subscribe now.

ଏହି ଘଟଣାଟି ମେକ୍ସିକୋ ସିଟିର ଅଟେ । ଏଠାରେ ଥିବା ଗୋଟିଏ ପାର୍କକୁ ଲୋକମାନେ ପ୍ରତିଦିନ ପରି ବୁଲିବାକୁ ଆସିଥିଲେ । ନିଜ ପିଲା ଏବଂ ସାଙ୍ଗମାନଙ୍କ ସହିତ ଏଠିକାର ଲୋକମାନେ ପାର୍କରେ ଆନନ୍ଦ ନେଉଥିଲେ । ଏହି ସମୟରେ ଜଣେ ମହିଳାଙ୍କ ନଜର ଗୋଟିଏ ବେଞ୍ଚ ଉପରେ ପଡ଼ିଲା । ସେହି ବେଞ୍ଚରେ କେହି ବି ନଥିଲେ, କେବଳ ଗୋଟିଏ କୁକୁର ଥିଲା ଏବଂ ତା ପାଖରେ ଗୋଟିଏ ଚିଠି ରଖାଯାଇଥିଲା ।

ଆଶ୍ରୟ ମ୍ୟାସ୍କଟସ କୋୟୋକ୍ୟାନର ମର୍ସେଲା ଗୋଲ୍ଡବର୍ଗ ପ୍ରଥମେ ତ ଅଧିକ ଧ୍ୟାନ ଦେଲେନାହିଁ । ତାପରେ ବ୍ୟାୟାମ କରୁ କରୁ ଯେତେବେଳେ ଅଧିକ ଡେରି ହୋଇଗଲା ଏବଂ ସେହି କୁକୁର ଏହିପରି ନୀରବ ହୋଇ ଏକୁଟିଆ ସେଠାରେ ବସି ରହିଲା, ସେତେବେଳେ ସେ କୁକୁର ପାଖକୁ ଯିବାକୁ ଇଚ୍ଛା କଲେ । ଏହାସହିତ ସେଠାରେ ରଖାଯାଇଥିବା ଚିଠି ମଧ୍ୟ ଦେଖିବାକୁ ଇଚ୍ଛା କଲେ ।

ଗୋଲ୍ଡେନ ରିଟ୍ରିବର ପ୍ରଜାତିର କୁକୁର :-

ମହିଳା ସେହି କୁକୁର ପାଖକୁ ଯିବାକୁ ନିଷ୍ପତ୍ତି ନେବା ବହୁତ୍ ସାହସିକ ନିଷ୍ପତ୍ତି ଥିଲା । କାରଣ ପ୍ରାୟତଃ କୁକୁର ଅଜଣା ଲୋକଙ୍କୁ ପସନ୍ଦ କରନ୍ତି ନାହିଁ ଏବଂ ବ୍ୟକ୍ତି ଉପରେ ଆକ୍ରମଣ କରିପାରନ୍ତି । ତଥାପି ମହିଳା ଯେତେବେଳେ କୁକୁର ପାଖରେ ପହଞ୍ଚିଲେ, ସେତେବେଳେ ତାହା ଗୋଟିଏ ପୋଷା କୁକୁର ବୋଲି ଦେଖାଗଲା । ତାହା ଗୋଟିଏ ଭଲ ପ୍ରଜାତିର କୁକୁର ଥିଲା, ଯାହାକୁ ଗୋଲ୍ଡେନ ରିଟ୍ରିବର କୁହାଯାଏ ।

ମହିଳା ସେହି କୁକୁର ପାଖକୁ ଯିବାପରେ କୁକୁରଟି ଡରୁଥିବାର ଦେଖାଗଲା । ତାକୁ ଦେଖି ଏପରି ଲାଗୁଥିଲା ଯେପରି ସେ ବହୁତ୍ ସମୟ ହେଲାଣି କିଛି ବି ଖାଇ ନଥିଲା ଏବଂ ସେ ଶୋଷିଲା ମଧ୍ୟ ଦେଖା ଯାଉଥିଲା । ତା ବେକରେ ରସି ବନ୍ଧା ଯାଇଥିଲା ଏବଂ ସେହି ରସୀକୁ ସେହି ବେଞ୍ଚରେ ବନ୍ଧା ଯାଇଥିଲା । ଏହାପରେ ମହିଳା ଚିଠି ପଢ଼ିଲେ, ସେତେବେଳେ ଯାଇ ତାଙ୍କୁ ସବୁ କଥା ଜଣାପଡ଼ିଲା ।

ପିଲାଟି ଲେଖିଥିଲା ଭାବୁକ କରିଦେବା ଭଳି ଚିଠି :-

ପିଲାଟି ଚିଠିରେ ଲେଖିଥିଲା ଯେ ସେ ତାର ପ୍ରିୟ ଡଗି ବୋଷ୍ଟନ ଅଟେ । ତାଙ୍କ ଘର ଲୋକେ ବୋଷ୍ଟନ ସହିତ ଭଲ ବ୍ୟବହାର କରନ୍ତି ନାହିଁ । ତାକୁ ଖାଇବାକୁ ମଧ୍ୟ ଦିଅନ୍ତି ନାହିଁ ଏବଂ ତାକୁ ପିଟନ୍ତି । ସେ ଏସବୁ ଦେଖିପାରିବ ନାହିଁ । ଏହି କାରଣରୁ ସେ ବୋଷ୍ଟନକୁ ଏଠାରେ ଛାଡି ଯାଇଛି । ସେ ଆଶା କରୁଛି ଯେ ତାର ଡଗିକୁ କୌଣସି ଭଲ ମାଲିକ ମିଳିବ ।

ଚିଠି ପଢ଼ିବାପରେ ମହିଳାଙ୍କ ଆଖିରେ ଲୁହ ଆସିଗଲା । କୁକୁରକୁ ବେଞ୍ଚରୁ ଖୋଲାଯିବା ପରେ କୁକୁରକୁ ଟିକେ ଫୁର୍ତ୍ତି ଲାଗିଲା । ତେବେ ଏହି ଘଟଣା ଦୁଇବର୍ଷ ପୂର୍ବର ଅଟେ, କିନ୍ତୁ ବର୍ତ୍ତମାନ ସୁଦ୍ଧା ତାକୁ ନୂଆଁ ମାଲିକ ମିଳିନାହିଁ । ଏହାର କାରଣ କରୋନା ହିଁ ଅଟେ । ଏହି ରୋଗ ଆସିବାପରେ ଲୋକମାନେ କୁକୁରମାନଙ୍କୁ ପାଳିବା ପାଇଁ ଭୟ କରୁଛନ୍ତି ।

Leave A Reply

Your email address will not be published.