ଦେଖନ୍ତୁ ଭିଡ଼ିଓ : ତାଞ୍ଜାନିଆ ଭାଇଙ୍କ ମୁଣ୍ଡରେ ଚଢିଲା KGF ଭୂତ,ଖତରନାକ ପରଫର୍ମାନ୍ସ ଦେଖି ଲୋକେ ଆଶ୍ଚର୍ଯ୍ୟ..

0

Get real time updates directly on you device, subscribe now.

ତାଞ୍ଜାନିଆର କିଲି ପଲ ଏଵେ ଭାରତରେ ଇଣ୍ଟରନେଟ ଚର୍ଚ୍ଚିତ|ସେ ନିଜର ଇନଷ୍ଟାଗ୍ରାମ ଏକାଉଣ୍ଟରେ ସାଧାରଣତଃ ଭାରତୀୟ ଗୀତରେ ନାଚ ଓ ଲିପ ସିଙ୍କର ଭିଡିଓ ଛାଡିଥାନ୍ତି|ଯାହାକୁ ଭାରତରେ ଜମେଇକି ପସନ୍ଦ କରାଯାଏ|ଏହି ଭିଡିଓ ଜରିଆରେ ତାଞ୍ଜାନିଆର କିଲି ପଲ ଆଜି ସୋସିଆଲ ମିଡିଆରେ ଷ୍ଟାର ବନି ଯାଇଛନ୍ତି|

କିଲି ପଲକୁ ବଲିଉଡ ସହ ଟଲିଉଡ ଫିଲ୍ମ ମଧ୍ୟ ପସନ୍ଦ ଅଟେ|ସେଥିପାଇଁ ସେ ଏଵେ ଟଲିଉଡର ସୁପରହିଟ ଗୀତରେ ଲିପ ସିଙ୍କ କରି ଭିଡିଓ ସେୟାର କରୁଛନ୍ତି|ଏଵେ କିଲି ପଲ ଉପରେ କନ୍ନଡ ଫିଲ୍ମ”କେଜିଏଫ୍ ଚାପ୍ଟର ୨”ର ଭୂତ ପସିଛି|ସୁପରଷ୍ଟାର ୟଶଙ୍କ ଫିଲ୍ମ କେଜିଏଫ୍ ଚାପ୍ଟର ୨ ଗୋଟିଏ ଦିନ ପୂର୍ବରୁ ରିଲିଜ ହୋଇଛି|କିଲି ପଲ ଏକ ଖାସ ଅନ୍ଦାଜରେ ଫିଲ୍ମର ଗୋଟିଏ ଡାଇଲକରେ ଲିପ ସିଙ୍କ କରିଛନ୍ତି|

View this post on Instagram

A post shared by Kili Paul (@kili_paul)

କିଲି ପଲ ଲିପସିଙ୍କ ସହ ଫିଲ୍ମର‌ ଗୋଟିଏ ଦୃଶ୍ୟରେ ଅଭିନୟ କରିଛନ୍ତି|ଏଭଳି କରି ସେ ଇଣ୍ଟରନେଟ ୟୁଜରଙ୍କ ହୃଦୟ ଜିତି ନେଇଛନ୍ତି|ସବୁଠାରୁ ସ୍ବଭାବିକ କଥା ଯେ ପାରମ୍ପରିକ ମସାଇ କପଡାରେ ଭିଡିଓ ସେୟାର କରିଥିବା କିଲି ପଲ ଏହି ଭିଡିଓରେ କିଛି ଅଲଗା କରିଥିଲେ|ସେ କେଜିଏଫ୍ ଚାପ୍ଟର-୨ ର ପ୍ରସିଦ୍ଧ ଡାଇଲକରେ ଲିପସିଙ୍କ ପାଇଁ ସୁଟ ପିନ୍ଧିଛନ୍ତି|ସୁଟବୁଟରେ ସେ ଅତି ସୁନ୍ଦର ଦେଖା ଯାଉଛନ୍ତି|

କିଲି ପଲଙ୍କ ଏହି ଭିଡିଓ ବାକି ଭିଡିଓ ତୁଳନାରେ ଅଲଗା ରହିଛି|ଯେଉଁ ସମୟରେ ସେ ଫିଲ୍ମ୍ ଡାଇଲକ ଉପରେ ଲିପ ସିଙ୍କ କରୁଛନ୍ତି,ସେ ସମୟରେ ତାଙ୍କ ତେବର ଭଲ ଲାଗୁଛି|ଭିଡିଓ ଦେଖିଲେ ଆପଣ ମଧ୍ୟ କିଲି ପଲଙ୍କ ଆକ୍ଟିଙ୍ଗ କୁ ପ୍ରଶଂସା କରିବେ|ଭିଡିଓକୁ କିଲି ପଲ ନିଜର ଇନଷ୍ଟଗ୍ରାମ ଏକାଉଣ୍ଟ kili_paul ରୁ ସେୟାର କରିଛନ୍ତି|

Leave A Reply

Your email address will not be published.