ଦିନ ଥିଲା ଲଣ୍ଠନ ଆଲୁଅରେ ପାଠ ପଢୁଥିଲେ,ଇଂରାଜୀ ବୁଝି ପାରୁ ନଥିଲେ ବୋଲି କାନ୍ଥର ସାହାଯ୍ୟ ନେଉଥିଲେ,ଆଉ ଆଜି ହୋଇଗଲେ IAS ଅଫିସର,ଜାଣନ୍ତୁ ସୁରଭିଙ୍କ ସଫଳତାର ରହସ୍ୟ !

0

Get real time updates directly on you device, subscribe now.

ହିନ୍ଦୀ ମିଡିୟମ ରେ ପାଠ ପଢିଥିବାମଧ୍ୟପ୍ରଦେଶର ସୁରଭି ଗୌତମ ସିଭିଲ ସର୍ଭିସେଜର ପରୀକ୍ଷା ପାସ କରି ଆଇଏଏସ ହେବାରେ ସଫଳତା ହାସଲ କରିଛନ୍ତି । ତାଙ୍କ ସଂଘର୍ଷର କାହାଣୀ ବହୁତ୍ ଲମ୍ବା ଅଟେ । ଦିନ ଥିଲା ଘରେ ଲାଇନ୍ ନଥିବାରୁ ସେ ରାସ୍ତାକଡ଼ର ଆଲୁଅରେ ହିଁ ପାଠ ପଢ଼ିଛନ୍ତି । ଇଂରାଜୀ ନ ଆସିବାରୁ ତାକୁ ଶିଖିବାପାଇଁ ମଧ୍ୟ ବହୁତ୍ ସଂଘର୍ଷ କଲେ ।

2016 ମସିହାରେ ସୁରଭି ୟୁପିଏସସି ପରୀକ୍ଷା ଦେଲେ ଏବଂ ପୁରା ଦେଶରେ 50 ତମ ର୍ୟାଙ୍କ ରଖି ଆଇଏଏସ ହୋଇଗଲେ । ତେବେ ଏହା ପୂର୍ବରୁ ମଧ୍ୟ ସେ ଅନେକ ବଡ ବଡ ପରୀକ୍ଷାରେ ସଫଳ ହୋଇଛନ୍ତି । ତେବେ ଆଜି ଆମେ ଆପଣଙ୍କୁ ଏମପିର ସତନା ଜିଲ୍ଲାରେ ରହୁଥିବା ଆଇଏଏସ ସୁରଭି ଗୌତମଙ୍କ ସକ୍ସେସ ଷ୍ଟୋରୀ ବିଷୟରେ କହିବାକୁ ଯାଉଛୁ ।

ଗାଁରେ ହିନ୍ଦୀ ମିଡିୟମ ସ୍କୁଲରେ ପାଠ ପଢିଲେ :-

ସୁରଭି ଅନ୍ଦାରା ଗାଁର ବାସିନ୍ଦା ଅଟନ୍ତି । ସେ ନିଜ ଗାଁରେ ହିଁ ହିନ୍ଦୀ ମିଡିୟମ ସ୍କୁଲରେ ପାଠ ପଢିଥିଲେ । ତେବେ ଗାଁରେ କିଛି ଘଣ୍ଟା ଲାଇନ୍ ଆସୁନଥିଲା । ଏପରି ପରିସ୍ଥିତିରେ ସେ ରାସ୍ତାକଡ଼ର ଆଲୁଅରେ ହିଁ ପାଠ ପଢୁଥିଲେ । ନିଜ ପରିଶ୍ରମ ଏବଂ ଇଚ୍ଛା ଶକ୍ତି ସହିତ ସୁରଭି ହାଇସ୍କୁଲ ଏବଂ ଇଣ୍ଟର ପରୀକ୍ଷାରେ ରାଜ୍ୟର ମେରିଟ ଲିଷ୍ଟରେ ନିଜ ନାଁ ଲେଖାଇଲେ ।

ସୁରଭି ହିନ୍ଦୀ ମିଡିୟମରେ ପାଠ ପଢିଥିଲେ, ତେଣୁ ସେ ଶୀଘ୍ର ଇଂରାଜୀ ଧରି ପାରୁନଥିଲେ । ଯେତେବେଳେ ଦ୍ଵାଦଶ ପରେ ସେ ଇଞ୍ଜିନିୟରିଂରେ ସେ ଆଡ଼ମିଶନ କଲେ, ସେତେବେଳେ ତାଙ୍କୁ ଇଂରାଜୀରେ ପ୍ରଶ୍ନ ପଚରାଗଲା । ସୁରଭି ପ୍ରଶ୍ନ ଗୁଡିକର ଉତ୍ତର ଇଂରାଜୀରେ ଦେବାକୁ ସକ୍ଷମ ହେଲେନାହିଁ । ଏହାପରେ ସେ ହାର ମାନିଲେ ନାହିଁ ଏବଂ ଚେଷ୍ଟା ଆରମ୍ଭ କରିଦେଲେ ।

କାନ୍ଥ ଗୁଡ଼ିକ ସାହାଯ୍ୟରେ ଶିଖିଲେ ଇଂରାଜୀ :-

ସେ ଭୋପାଳରେ ଇଲେକ୍ଟ୍ରୋନିକ ଆଣ୍ଡ କମ୍ୟୁନିକେସନରେ ଇଞ୍ଜିନିୟରିଂ କରିବା ଆରମ୍ଭ କରିଥିଲେ । ସେଠାରେ ଯେତେବେଳେ ସେ ଇଂରାଜୀରେ ଉତ୍ତର ଦେଇପାରିଲେ ନାହିଁ, ସେତେବେଳେ ସେ ଏହାକୁ ଶିଖିବାପାଇଁ ଚେଷ୍ଟା କରିବାକୁ ସ୍ଥିର କଲେ । ସୁରଭି କାନ୍ଥ ଉପରେ ହିଁ ପ୍ରତିଦିନ 10ଟି ନୂଆଁ ୱାର୍ଡ ଲେଖିବା ଆରମ୍ଭ କଲେ ଏବଂ ସେଗୁଡିକୁ ମନେ ପକାଇବାକୁ ଲାଗିଲେ । ଏହାବ୍ୟତୀତ ସେ ନିଜ ସହିତ ହିଁ ଇଂରାଜୀରେ କଥା ହେବାକୁ ଲାଗିଲେ ।

ଏହାପରେ ସେ ଇଂରାଜୀ କଥାକୁ ଶୁଣିବା ଏବଂ ସେଗୁଡିକୁ ମନେ ରଖିବା ଓ ପ୍ରୟୋଗ କରିବା ଶିଖିଲେ । ଏହିପରି ସେ ନିଜ ଇଂରାଜୀକୁ ସଂଶୋଧନ କଲେ । ତାଙ୍କ ପରିଶ୍ରମ ମଧ୍ୟ ସଫଳତା ଆଣିଲା । ସୁରଭି କଲେଜର ପ୍ରଥମ ସେମିଷ୍ଟରରେ ହିଁ ଟପ୍ କରିଦେଲେ । ତାଙ୍କୁ ଚାନ୍ସଲର ତରଫରୁ ପୁରସ୍କାର ମଧ୍ୟ ମିଳିଲା । ଏହାପରେ ମଧ୍ୟ ସୁରଭିଙ୍କ ଚମତ୍କାର କମ ହେଲା ନାହିଁ ।

ବଡ ବଡ ପରୀକ୍ଷାରେ ପ୍ରଥମ ଥରରେ ହିଁ ପାସ କଲେ :-

ଇଂଜିନିୟରିଂ ପାସ କରିବାପରେ ସୁରଭୀଙ୍କ ପ୍ରଥମ ସିଲେକ୍ସନ୍ ଟିଶିଏସରେ ହୋଇଯାଇଥିଲା । କିନ୍ତୁ ଆଇଏଏସ ହେବାର ସ୍ବପ୍ନ କାରଣରୁ ସେ ଚାକିରି ଛାଡ଼ିଦେଲେ । ଏହାପରେ ସେ ସିଭିଲ ସର୍ଭିସେଜର ପ୍ରସ୍ତୁତି କଲେ । ଏହା ମଧ୍ୟରେ ISRO, BARC, GTE, MPPSC, SAIL, FCI, SSC ଠାରୁ ନେଇ ଦିଲ୍ଲୀ ପୋଲିସ ପରୀକ୍ଷା ଦେଲେ ଏବଂ ପ୍ରଥମ ଚେଷ୍ଟାରେ ସବୁ ପରୀକ୍ଷାକୁ ପାସ ମଧ୍ୟ କରିନେଲେ ।

ଏହାପରେ ସୁରଭି 2013 ମସିହାରେ ଆଇଇଏସ ପରୀକ୍ଷା ଦେଲେ । ସେ ଏହି ପରୀକ୍ଷାରେ ପୁରା ଭାରତରେ ପ୍ରଥମ ସ୍ଥାନ ହାସଲ କଲେ । ସୁରଭି ତାପରେ 2016 ମସିହାରେ ସିଭିଲ ସେବା ପରୀକ୍ଷାରେ 50ତମ ସ୍ଥାନ ହାସଲ କରି ନିଜର ଆଇଏଏସ୍ ହେବାର ସ୍ବପ୍ନ ମଧ୍ୟ ପୁରା କଲେ । ସୁରଭି ବର୍ତ୍ତମାନ ଆଇଏଏସ୍ ଅଟନ୍ତି ଏବଂ ତାଙ୍କ ବାପାମା ମଧ୍ୟ ନିଜ ଝିଅ ଉପରେ ଗର୍ବ କରନ୍ତି ।

Leave A Reply

Your email address will not be published.