IPS ସ୍ୱାମୀ ସହ ରହିବା ଜିଦରେ ଛାଡିଦେଲେ ଜଜ ପଦବୀ,ଆଉ ତା ପରେ ଶିଖିଲେ ନୂଆଁ ଭାଷା ଏବଂ ପୁଣିଥରେ ସଫଳତା ପାଇଲେ ନ୍ୟାୟିକ ସେବା ପରୀକ୍ଷାରେ |

0

Get real time updates directly on you device, subscribe now.

ଇଚ୍ଛା ଶକ୍ତି ଏବଂ ଚେଷ୍ଟା ଦ୍ଵାରା ମଣିଷ କିଛି ବି କରିପାରେ । ଏହି କଥାକୁ ହରଦୋଇରେ ସିଭିଲ ଜଜ ନିକିତା ସେଙ୍ଗର ଠିକ୍ ବୋଲି ପ୍ରମାଣିତ କରି ଦେଖାଇଛନ୍ତି । ନିକିତାଙ୍କ ସ୍ବାମୀ ଆନ୍ଧ୍ରପ୍ରଦେଶ କ୍ୟାଡ଼ରର ଆଇପିଏସ ଅଫିସର ଅଟନ୍ତି । ସେହିପରି ନିକିତା ହରଦୋଇ ଜିଲ୍ଲାର ସିଭିଲ ଜଜ ପଦବୀରେ ନିୟୋଜିତ ଅଛନ୍ତି, ଯେଉଁ କାରଣରୁ ଦୁହେଁ ବହୁତ୍ ଅଧିକ ସମୟ ଧରି ପରସ୍ପର ଠାରୁ ଦୂରରେ ରହୁଥିଲେ ।

ନିକିତା ବର୍ତ୍ତମାନ ତାଙ୍କ ସ୍ଵାମୀ ସହିତ ରହିବାକୁ ଚାହୁଁଛନ୍ତି, ଯେଉଁ କାରଣରୁ ସେ ଉତ୍ତର ପ୍ରଦେଶ ନ୍ୟାୟିକ ସେବାକୁ ଛାଡ଼ିବାପାଇଁ ନିଷ୍ପତ୍ତି ନେଇଯାଇଥିଲେ । ଏହାପରେ ସେ ପ୍ରଥମେ ତେଲୁଗୁ ଭାଷା ଶିଖିଲେ ଏବଂ ତାପରେ ଆନ୍ଧ୍ର ପ୍ରଦେଶ ନ୍ୟାୟିକ ସେବା ପାସ୍ କରି ଚତୁର୍ଥ ସ୍ଥାନ ହାସଲ କଲେ । ଯାହା ପରେ ସ୍ବାମୀ ସହିତ ଚାକିରି କରିବାର ରାସ୍ତା ନିକିତାଙ୍କ ପାଇଁ ସହଜ ହୋଇଗଲା ।

ଆପଣଙ୍କୁ କହୀରଖୁଛୁ ଯେ ନିକିତାଙ୍କର କାନପୁର ଦେହାତର ଗୋଟିଏ ଛୋଟ ଗାଁରେ ଜନ୍ମ ହୋଇଥିଲା । ସେହିପରି ନିକିତା ଙ୍କ ସ୍ବାମୀ ତୁହିନ ସିହ୍ନା ଏ ସମୟରେ ଆନ୍ଧ୍ର ପ୍ରଦେଶରେ ଆଇପିଏସ ଅଫିସର ପଦବୀରେ ଅଛନ୍ତି । ତେବେ ଏମାନେ 2021 ମସିହାରେ ବିବାହ କରିଥିଲେ । ଏ ଦୁହିଁଙ୍କର ଏହା ପ୍ରେମ ବିବାହ ଥିଲା ଏବଂ ଏହା ସହିତ ଏମାନେ ନିଜ ଜୀବନର ଗୋଟିଏ ନୂତନ ଆରମ୍ଭ କଲେ ।

ବିବାହ ପରେ ମଧ୍ୟ ଦୁହେଁ ଅଲଗା ଅଲଗା ପୋଷ୍ଟିଂ କାରଣରୁ ଏକାଠି ରହିପାରୁ ନଥିଲେ । ସ୍ବାମୀ ତୁହିନଙ୍କ ପୋଷ୍ଟିଙ୍ଗ ଆନ୍ଧ୍ରପ୍ରଦେଶ ରେ ହେବା କାରଣରୁ ଦୁହିଁଙ୍କୁ ପରସ୍ପର ଠାରୁ ବହୁତ୍ ସମୟ ଧରି ଅଲଗା ରହିବାକୁ ପଡ଼ିଥିଲା । ଏହାପରେ ନିକିତା ସ୍ବାମୀ ତୁହିନଙ୍କ କ୍ୟାଡର ବଦଳିବାର ସମ୍ଭାବନା ନାହିଁ ବୋଲି ବୁଝିଲେ, ସେତେବେଳେ ସେ ଦୁହିଁଙ୍କ ମଧ୍ୟରେ ଥିବା ଦୂରତାକୁ କମ କରିବାପାଇଁ ସ୍ଥିର କଲେ ।

ଏହାପରେ ନିକିତା ଉତ୍ତରପ୍ରଦେଶ ନ୍ୟାୟିକ ସେବାକୁ ଛାଡି ଆନ୍ଧ୍ର ପ୍ରଦେଶ ନ୍ୟାୟିକ ସେବାରେ ଚାକିରି କରିବାପାଇଁ ନିଷ୍ପତ୍ତି ନେଲେ ।କାରଣ ଏପରି ପରିସ୍ଥିତିରେ ସେ ନିଜ ସ୍ବାମୀ ସହିତ ରହି ମଧ୍ୟ ନିଜ ଚାକିରି ଜାରୀ ରଖିପାରିବେ । ଏହାପରେ ସର୍ବପ୍ରଥମେ ନିକିତା ତେଲୁଗୁ ଭାଷା ଶିଖିଲେ ଏବଂ ଆନ୍ଧ୍ର ପ୍ରଦେଶ ନ୍ୟାୟିକ ସେବା ପାଇଁ ଆବେଦନ କଲେ ।

ନିକିତା ବହୁତ୍ ପରିଶ୍ରମ ଏବଂ ଚେଷ୍ଟା କରି ପରୀକ୍ଷା ଦେଲେ ଏବଂ ଶେଷରେ ସଫଳ ମଧ୍ୟ ହେଲେ ।ବର୍ତ୍ତମାନ ନିକିତା ଉତ୍ତରପ୍ରଦେଶ ନ୍ୟାୟିକ ସେବାରୁ ତ୍ୟାଗପତ୍ର ଦେଇ ଆନ୍ଧ୍ରପ୍ରଦେଶରେ ଜଜ ଭାବରେ ନିଜର ସେବା ପ୍ରଦାନ କରୁଛନ୍ତି ।

Leave A Reply

Your email address will not be published.