ମନ୍ଦିରକୁ ଚୋରି କରିବାକୁ ଯାଇଥିଲା ଚୋର, ଭଗବାନ ଦେଲେ ଦଣ୍ଡ ! ଚିଲେଇ ଚିଲେଇ ମାଗିଲା ସହାୟତା,ଜାଣନ୍ତୁ ପୁରା ଘଟଣା

0

Get real time updates directly on you device, subscribe now.

ଚୋର ର ନଜର କେବଳ ଘର ଉପରେ ନଥାଏ ମନ୍ଦିର ଉପରେ ଥାଏ। ଆଜି ଯେଉଁ ଚୋର ବିଷୟରେ ଆମେ କହିବାକୁ ଯାଉଛୁ ସେ ନିଜ ଜାଲରେ ହିଁ ନିଜେ ଫସି ଯାଇଥିଲା ଓ ପୋଲିସ ହାତରେ ଧରା ପଡ଼ିଯାଇଥିଲା। ଯେଉଁ ଘଟଣା ବିଷୟରେ ଆମେ ଆଲୋଚନା କରୁଛେ ତାହା ହେଉଛି ଆନ୍ଧ୍ରପ୍ରଦେଶର।

ଆନ୍ଧ୍ରପ୍ରଦେଶ ର ଶ୍ରୀକାକୁଲମ ଜିଲ୍ଲାରେ ଗୋଟିଏ ଚୋର ମନ୍ଦିରରୁ ଚୋରି କରିବାପାଇଁ ଯୋଜନା ବନାଇଥିଲା କିନ୍ତୁ ଏହି ଯୋଜନାରେ ସେ ନିଜେ ଫସିଗଲା ଓ ପୋଲିସ ହାତରେ ଧରା ପଡିଯାଇଥିଲା। ଶ୍ରୀକାକୁଲମ ଜିଲ୍ଲାର ଯଦିମୁଡି ଗ୍ରାମରୁ ଏହି ଯୋଜନାରେ ଚୋର ଫେଲ ମାରି ପୋଲିସ ହାତରେ ଧରା ପଡ଼ିଥିଲା।

ନିଜ ପ୍ଲାନରେ ଫସିଗଲା ଚୋର:-

ଅସଲରେ ଏହି ମନ୍ଦିର ଏକ ଶୁନଶାନ ଜାଗାରେ ଅବସ୍ଥିତ। ଚୋର ଏହି ମନ୍ଦିରର ପାଚେରୀ ଭାଙ୍ଗି ପଶିଥିଲା ଓ ଭଗବାନଙ୍କ ପାଖରୁ ସୁନା ଅଳଙ୍କାର ଚୋରି କରି ଯିବାବେଳେ ସେ ନିଜ ବନାଇ ଥିବା ବାଟ ଦେଇ ଯାଇ ପାରିନଥିଲା। ସେ ମଝିରେ ହିଁ ଅଟକିଗଲମ

ଚୋର ର ଏହି ଭିଡ଼ିଓ ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି। କୁହାଯାଉଛି ଚୋର ର ନାମ ପାପା ରାଓ ଅଟେ। ଭିଡ଼ିଓରେ ଦେଖିପାରୁଥିବେ ଚୋରଟି ଚିତ୍କାର କରୁଛି। ଏଠାରେ ଆପଣ ଦେଖିପାରୁଥିବେ ମନ୍ଦିରର ସୁନା ଓ ଅଳଙ୍କାର ତଳେ ପଡ଼ିଛି। କିନ୍ତୁ ଆପଣ ଦେଖିପାରୁଥିବେ ଚୋର ଟି ମନ୍ଦିରରେ କରିଥିବା ଫାଟକରେ ଫସି ରହିଛି।

ସାହାର୍ଯ୍ୟ ପାଇଁ ଚିତ୍କାର କରିଥିଲା:-

ଚୋର ଟି ଚୋରି କରି ସେହି ଫାଟକ ଦେଇ ଆସୁଥିବା ବେଳେ ଫସି ଯାଇଥିଲା ଓ ବହୁତ ସମୟ ଧରି ସେହି ଫାଟକ ଭିତରେ ରହିଥିଲା ଓ ବାହାରି ନପାରିବାରୁ ସେ ଚିତ୍କାର କରି ଆଖପାଖର ଲୋକଙ୍କୁ ସାହାର୍ଯ୍ୟ ପାଇଁ ଡ଼ାକିଥିଲା। ଲୋକମାନେ ସେଠାକୁ ଆସି ଚୋରକୁ ପୋଲିସ ହାତରେ ଟେକି ଦେଇଥିଲେ।

Leave A Reply

Your email address will not be published.