MI Vs KKR: ମୁମ୍ବାଇର ଲଗାତାର ତୃତୀୟ ପରାଜୟ,କୋଲକାତାକୁ ଏକାକୀ ଜିତାଇଲେ ଏହି ଖେଳାଳି !

0

Get real time updates directly on you device, subscribe now.

ଆଇପିଏଲ 2022 ର 14ତମ ମ୍ୟାଚରେ କୋଲକାତା ନାଇଟ 5 ଥରର ଚମ୍ପିୟାନ ମୁମ୍ବାଇ ଇଣ୍ଡିଆନ୍ସକୁ 5 ଉଇକେଟରେ ମାତ୍ ଦେଇଛି। ଏହି ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସ 20 ଓଭରରେ 4 ଉଇକେଟ ହରାଇ 161 ରନ କରିଥିଲା ଓ କେକେଆର ଏହାକୁ ବହୁତ ସହଜରେ ହାସଲ କରିନେଇଥିଲା।

ଏହି ମ୍ୟାଚରେ କେକେଆର ପାଇଁ ପାଟ କମିମ୍ସ ହିରୋ ସାବ୍ୟସ୍ତ ହୋଇଥିଲେ। ଏହି ନଟ ଆଉଟ 15ଟି ବଲରେ 56 ରନର ପାଳି ଖେଳିଥିଲେ। ସେ ନୀରେ ପାଳିରେ 4 ଚୌକା ଓ 6ଟି ଲମ୍ବା ଛକା ମାରିଥିଲେ। ଏହାସହ ଭେଙ୍କଟେଶ୍ ଆୟର ମଧ୍ୟ 50 ରନର ନଟ ଆଉଟ ପାଳି ଖେଳିଥିଲେ। ମୁମ୍ବାଇ ତରଫରୁ ତିମାଲ ମିଲସ ଓ ମୁରୁଗାନ ଅଶ୍ୱିନ 2-2 ଉଇକେଟ ପାଇଥିଲେ।

ମୁମ୍ବାଇ ର ବ୍ୟାଟିଂ ଚାଲିଲା ନାହିଁ:-

ପ୍ରତି ମ୍ୟାଚ ପରି ଏହି ମ୍ୟାଚରେ ମଧ୍ୟ ମୁମ୍ବାଇ ଇଣ୍ଡିଆନ୍ସ ବ୍ୟାଟିଂରେ ଫେଲ ମାରିଥିଲା। ଦଳକୁ ତୃତୀୟ ଓଭରରେ ଅଧିନାୟକ ରୋହିତ ଶର୍ମା (3) ଝଟକା ଲାଗିଥିଲା ଓ ଏହା ପରେ ଇଶାନ କିଶାନ (14) ମଧ୍ୟ ଆଉଟ ହୋଇଥିଲେ। ଡେୱାଲଡ଼ ବ୍ରେଭିସ 29 ରନର ପାଳି ଖେଳି ମୁମ୍ବାଇର ବ୍ୟାଟିଂକୁ ଟ୍ରାକ କୁ ଆଣିବାକୁ ଚେଷ୍ଟା କରିଥିଲେ। ମୁମ୍ବାଇ ତରଫରୁ ସର୍ବାଧିକ ସୂର୍ଯ୍ୟ କୁମାର ଯାଦବ 52 ରନର ପାଳି ଖେଳିଥିଲେ। ସେହିପରି ତିଳକ ବର୍ମା 38 ରନର ପାଳି ଖେଳିଥିଲେ। ପୋଲାର୍ଡ଼ ମଧ୍ୟ 5ଟି ବଲରୁ 22 ରନର ପାଳି ଖେଳିଥିଲେ।

ମୁମ୍ବାଇକୁ ନିଜର ପ୍ରଥମ ବିଜୟ ଦରକାର:-

ମୁମ୍ବାଇ ଇଣ୍ଡିଆନ୍ସ ଏପର୍ଯ୍ୟନ୍ତ ଆଇପିଏଲ 2022 ରେ ନିଜର ପ୍ରଥମ ବିଜୟ ଖୋଜୁଛି। ପ୍ରଥମ ମ୍ୟାଚରେ ଏହି ଟିମ ଦିଲ୍ଲୀ କ୍ୟାପିଟାଲ ଠାରୁ 4 ଉଇକେଟରେ ହାରିଥିବା ବେଳେ ଦ୍ଵିତୀୟରେ ଟିମ ରାଜସ୍ଥାନ ରୟାଲସ ପାଖରୁ 23 ରନରେ ହାରିଥିଲା। କେକେଆର କଥା କହିବାକୁ ଗଲେ ଦଳ ପ୍ରଥମେ ନିଜ ସିଏସକେ କୁ ହରାଇଥିଲା ଓ ଏହାପରେ ଆରସିବି ଠାରୁ 3 ଉଇକେଟରେ ହାରିଥିଲା ପୁଣି ପଞ୍ଜାବକୁ ହରାଇ ଦଳ ଟ୍ରାକ କୁ ଫେରିଥିଲା।

5 ଥର ଆଇପିଏଲ ଜିତିସାରିଛି ମୁମ୍ବାଇ ଇଣ୍ଡିଆନ୍ସ:-

ରୋହିତ ଶର୍ମାଙ୍କ ଅଧିନାୟକତାରେ ମୁମ୍ବାଇ ଇଣ୍ଡିଆନ୍ସ 5 ଥର ଆଇପିଏଲ ଜିତିସାରିଛି। ଦଳ 2013, 2015, 2017, 2019 ଓ 2020 ରେ ଟ୍ରଫି ଜିତସାରିଛି। ସେହିପରି ଦ୍ଵିତୀୟରେ ସିଏସକେ ଚାରିଥର ଚମ୍ପିୟାନ ହୋଇଥିବା ବେଳେ କେକେଆର 2 ଥର ଚମ୍ପିୟାନ ହୋଇସାରିଛି।

ଏହି ମ୍ୟାଚରେ ଦୁଇଟି ଟିମର ପ୍ଲେଇଁ 11:-

ମୁମ୍ବାଇ ଇଣ୍ଡିଆନ୍ସ:- ଇଶାନ କିଶନ, ରୋହିତ ଶର୍ମା, ସୂର୍ଯ୍ୟକୁମାର ଯାଦବ, ତିଳକ ବର୍ମା, କିରଣ ପୋଲର୍ଡ, ଡେୱାଲଡ଼ ବ୍ରେଭିସ, ଡାନିଏଲ ସାମସ, ମୁରୁଗାନ ଆଶ୍ୱିନ, ଯଶପ୍ରୀତ ବୁମରା, ତିମାଲ ମିଲସ, ବାସିଲ ଥାମ୍ପି।

କୋଲକାତା ନାଇଟ ରାଇଡ଼ର୍ସ:-

ଆଜିଙ୍କ୍ୟ ରାହାଣେ, ଭେଙ୍କଟେଶ ଆୟର, ଶ୍ରେୟାସ ଆୟର, ସାମ ବିଲିଙ୍ଗସ, ନୀତିଶ ରାଣା, ରସେଲ, ସୁନୀଲ ନାରିନ, ପାଟ କମିନ୍ସ, ଉମେଶ ଯାଦବ, ରଶିଖ ସଲାମ, ବରୁଣ ଚକ୍ରବର୍ତ୍ତୀ।

Leave A Reply

Your email address will not be published.