ଏହି ଯୁବତୀଙ୍କର ହେବାକୁ ଯାଉଥିଲା କିଡନାପିଙ୍ଗ, ଶେଷ ମୁହୂର୍ତ୍ତରେ ଆସି ମହିଳା ଏହିପରି ବଞ୍ଚାଇଲେ, CCTV ଫୁଟେଜ ଭାଇରାଲ

0

Get real time updates directly on you device, subscribe now.

ଜଣେ କିଡନାପର ଜଣେ ଯୁବତୀଙ୍କୁ କିଡନାପ କରିବାର ଯୋଜନା ତିଆରି କଲା, କିନ୍ତୁ ତାହା ବିଫଳ ହୋଇଗଲା । କାରଣ ଶେଷ ମୁହୂର୍ତ୍ତରେ ଜଣେ ମହିଳା ତାଙ୍କୁ ସାହାଯ୍ୟ କଲେ । ଏହି ଘଟଣା ସିସିଟିଭି ଫୁଟେଜରେ ରେକର୍ଡ ହେଇଗଲା । ସୋସିଆଲ ମିଡିଆରେ ଗୋଟିଏ ଭିଡିଓ ଭାଇରାଲ ହେଉଛି, ଯେଉଁଥିରେ ଦେଖାଯାଇପାରେ ଯେ କିପରି ଜଣେ ମହିଳାଙ୍କ ହୁସିଆରି କାରଣରୁ ଜଣେ ଯୁବତୀ କିଡନାପ ହେବାରୁ ବଞ୍ଚିଗଲା । ଏହି ଭିଡିଓକୁ ‘Jamie Gnuman197’ ନାମକ ୟୁଜର ଟୁଇଟର ରେ ସେୟାର କରିଛନ୍ତି ।

କିଡନାପିଙ୍ଗ ପୂର୍ବରୁ ହିଁ ମହିଳା ଯୁବତୀଙ୍କୁ ବଞ୍ଚାଇଲେ :-

ଏହି ଭିଡିଓ ସେୟାର କରି କ୍ୟାପସନରେ ଲେଖିଛନ୍ତି, ‘ଲେଡୀ ଏମିତି ଘଟଣା ପୂର୍ବରୁ ନିଶ୍ଚିତ ଭାବେ ଦେଖିଥିବେ ।’ ଟୁଇଟର ୟୁଜର ସେହି ମହିଳାଙ୍କ ବିଷୟରେ କଥା ହେଉଛନ୍ତି, ଯିଏ ଯୁବତୀଙ୍କୁ ଆସି ଠିକ୍ ସମୟରେ ବଞ୍ଚାଇ ଦେଲେ । ଜଣେ ୟୁଜର ଲେଖିଛନ୍ତି, “କିଏ ଜାଣିଛି ଯେ ଯୁବତୀଙ୍କ ସହିତ କଣ୍ ହୋଇଥାନ୍ତା ? କିନ୍ତୁ ଗୋଟିଏ କଥା ନିଶ୍ଚିତ ଯେ ତାଙ୍କୁ ଅପହରଣ କରିବାକୁ ଯାଉଥିବା ବ୍ୟକ୍ତିଙ୍କର ଉଦ୍ଦେଶ୍ୟ ତାକୁ ନିଜ କାରରେ ସୁରକ୍ଷିତ ଭାବେ ଘରେ ଛାଡିବାର ନଥିଲା । ସେଥିପାଇଁ ସେ ତୁରନ୍ତ ସେଠାରୁ ପଳାଇଗଲା ।”

ସିସିଟିଭିରେ ରେକର୍ଡ ହୋଇଗଲା ପୁରା ଘଟଣା :-

ଭିଡିଓ ଆରମ୍ଭ ହେବା ମାତ୍ରେ ଆପଣ ଜଣେ ଝିଅକୁ ଦେଖନ୍ତି, ଯିଏ ପ୍ରାୟ 10 ବର୍ଷର ଲାଗେ । ତାକୁ ଜଣେ ମହିଳାଙ୍କ ଠାରୁ ଆଇସକ୍ରିମ କିଣିବା ଏବଂ ତାପରେ ତାଙ୍କ ଦୋକାନରେ ତାଙ୍କ ସହିତ କଥା ହେଉଥିବାର ଦେଖାଯାଏ ।

ଆଇସକ୍ରିମ କିଣିବା ପରେ ଯୁବତୀ ସେଠାରୁ ବାହାରିବା ମାତ୍ରେ ହିଁ ମହିଳା ଦେଖିଲେ ଯେ ସାମ୍ନାରେ ଠିଆ ହୋଇଥିବା କାର ପାଖରେ ଜଣେ ସନ୍ଦେହଜନକ ବ୍ୟକ୍ତି ଠିଆ ହୋଇଛି । କାର ରାସ୍ତାରେ ଠିଆ ହୋଇଛି ଯେଉଁ ବାଟ ଦେଇ ଝିଅଟି ଯାଉଥିଲା ଏବଂ କାରର ପଛ ଡୋର ଖୋଲା ଥିଲା । ଏହା ମଧ୍ୟରେ ସନ୍ଦେହଜନକ ବ୍ୟକ୍ତି ଫୋନରେ କଥା ହେବାର ନାଟକ କରୁଛି, କିନ୍ତୁ ବାସ୍ତବରେ ସେ ଝିଅ ଉପରେ ନଜର ରଖିଥିଲା, ଯେପରିକି ସେ ଝିଅଟିକୁ ଅପହରଣ କରିପାରିବ ।

ମହିଳା ପ୍ରଥମରୁ ହିଁ ସେହି ବ୍ୟକ୍ତିକୁ କରୁଥିଲେ ସନ୍ଦେହ :-

ତେବେ ମହିଳା ସନ୍ଦେହଜନକ ବ୍ୟକ୍ତିକୁ ଝିଅ ଆଡ଼କୁ ଆଗକୁ ଯାଉଥିବାର ଦେଖିଲେ । ସତର୍କତାର ସହିତ ମହିଳା ଆଗକୁ ବଢ଼ିଲେ ଏବଂ ଝିଅଟି ଆଡ଼କୁ ଦୋଉଡିଲେ । ଏହାପରେ ସେ ଝିଅଟିର କାନ୍ଧ ଉପରେ ହାତ ରଖିଦେଲେ । ସେହି ବ୍ୟକ୍ତି ଝିଅକୁ ଧରି ଗାଡ଼ିରେ ବସେଇ ଦେଇଥାନ୍ତା । ସିସିଟିଭି ଫୁଟେଜକୁ ଦେଖି ବୁଝିପାରିବେ ଯେ ମହିଳା ଅନୁମାନ କରିଥିବେ ଯେ ସେହି ବ୍ୟକ୍ତିର ମୁଣ୍ଡରେ କଣ୍ ଚାଲୁଥିଲା ।

Leave A Reply

Your email address will not be published.