ପ୍ରଥମେ ନିଜକୁ ବଞ୍ଚାଇଲେ, ଆଉ ତାପରେ ଦୌଡ଼ି ଦୌଡ଼ି ନିଜ ପ୍ୟାସନ ଆଡ଼କୁ ଦୌଡ଼ିଲେ ବାଇକ୍ ରେସର, ଭିଡିଓ ଦେଖିଲେ କରିବେ ସାଲ୍ୟୁଟ

0

Get real time updates directly on you device, subscribe now.

ଅନେକ ଥର ରେସର ଏପରି ବାଇକ୍ ଚଳାଉଥିବାର ଦେଖାଯାନ୍ତି, ଯାହାକୁ ଦେଖି ଆପଣଙ୍କର ଲୋମଟାଙ୍କୁରୀ ଉଠେ । ବାଇକ୍ ରେସିଂ ସମୟରେ ଅନେକଥର ଖତରନାକ ଆକ୍ସିଡେଣ୍ଟ ମଧ୍ୟ ହୋଇଯାଏ । ଆଜିକାଲି ସୋସିଆଲ ମିଡିଆରେ ବାଇକ୍ ରେସିଂର ଆକ୍ସିଡେଣ୍ଟ ବାଲା ଗୋଟିଏ ଭିଡିଓ ଖୁବ୍ ଭାଇରାଲ ହେଉଛି । ଏହି ଭିଡ଼ିଓକୁ ଦେଖି ଗୋଟେ ପଟେ ଆପଣଙ୍କର ଲୋମଟାଙ୍କୁରୀ ଉଠିବ ତ ଆଉ ଗୋଟେ ପଟେ ଶେଷରେ ରେସର୍ ଯାହା କରେ, ତାକୁ ଦେଖି ଆପଣ ତାଙ୍କୁ ସାଲ୍ୟୁଟ ନ କରି ରହିପାରିବେ ନାହିଁ ।

ଭିଡିଓରେ ଆପଣ ଦେଖିପାରିବେ ଯେ ବାଇକ୍ ରେସରେ ଭାଗ ନେଇଥିବା ଜଣେ ପ୍ରତିଯୋଗୀ ଅଚାନକ ଦୁର୍ଘଟଣାର ଶିକାର ହୋଇଯାନ୍ତି । ଆପଣ ଦେଖିପାରିବେ ଯେ ସେ ବୁଲାଣିରେ ନିଜ ବାଇକକୁ କଣ୍ଟ୍ରୋଲ କରିପାରନ୍ତି ନାହିଁ ଏବଂ ଫୁଲ ସ୍ପିଡରେ ହିଁ ତାଙ୍କର ବାଇକ୍ ଦୁର୍ଘଟଣାର ଶିକାର ହୋଇଯାନ୍ତି । ଏହି ଦୁର୍ଘଟଣାରେ ବାଇକ୍ ଯାତ୍ରୀ ଯେପରି ଭାବେ ନିଜ ଜୀବନକୁ ବଞ୍ଚାଇ ଥାଆନ୍ତି, ତାକୁ ଦେଖିବା ବହୁତ୍ ଜବରଦସ୍ତ ଲାଗୁଛି ।

ଭିଡିଓରେ ଆପଣ ଦେଖିପାରିବେ ଯେ ଯଦି ପ୍ରତିଯୋଗୀ ପୁରା ସେଫ୍ଟୀର ସହିତ ବାଇକ୍ ରେସରେ ଭାଗ ନେଇ ନଥାନ୍ତେ, ତେବେ ତାଙ୍କର ଜୀବନ ମଧ୍ୟ ଯାଇଥାନ୍ତା । ତେବେ ପଡ଼ିଯାଇ ନିଜକୁ ସମ୍ଭାଳିବା ପରେ ତାଙ୍କର ସାହାସ କୁ ଦେଖିବାକୁ ମିଳେ । ଆପଣ ଦେଖିପାରିବେ ଯେ ସେ ଉଠିବା ପରେ ଦୌଡ଼ି ଦୌଡ଼ି ଗୋଟିଏ ପାଚେରୀକୁ ପାର କରନ୍ତି । ଏହାପରେ ଟ୍ରାକ ରେ ଜୋରରେ ଦୌଡ଼ି ଯାଇ ଆଉ ଗୋଟିଏ ବାଇକ୍ ନିଅନ୍ତି ଏବଂ ପୁଣିଥରେ ରେସରେ ସାମିଲ ହୋଇଯାନ୍ତି । ବାଇକ୍ ରେସରଙ୍କ ଏପରି ସାହାସକୁ ଦେଖି ସମସ୍ତେ ବହୁତ୍ ପ୍ରଶଂସା କରୁଛନ୍ତି ।

ଦେଖନ୍ତୁ ଭିଡିଓ :-

IAS ଅଫିସର୍ ମଧ୍ୟ ଫିଦା ହୋଇଗଲେ :-

ଏପରିକି IAS ଅଫିସର୍ ଅବନିସ ଶରଣ ମଧ୍ୟ ଏହି ବ୍ୟକ୍ତିଙ୍କ ଇଚ୍ଛା ଏବଂ ସାହସକୁ ଦେଖି ଫିଦା ହୋଇ ଯାଇଛନ୍ତି । ସେ ନିଜର ଅଫିସିଆଲ୍ ଟୁଇଟର ଆକାଉଣ୍ଟରୁ ଏହି ଭିଡିଓକୁ ସେୟାର କରିଛନ୍ତି । ଏହାସହିତ ଭିଡ଼ିଓଟି 1 ମିନିଟ୍ 7 ସେକେଣ୍ଡର ଅଟେ । ଭିଡିଓକୁ 6 ଲକ୍ଷ 20 ହଜାରରୁ ଅଧିକ ଲୋକ ଦେଖିଲେଣି ଏବଂ ଲୋକମାନେ ଭିଡିଓକୁ ଦେଖି ବିଭିନ୍ନ ପ୍ରକାରର କମେଣ୍ଟ୍ କରୁଛନ୍ତି ।

Leave A Reply

Your email address will not be published.