ଏହି ସବୁ ପାନୀୟ ଜଳ ଖରାଦିନେ ଅଂଶୁଘାତରୁ ରକ୍ଷା କରୁଥିଲେ ମଧ୍ୟ ଶରୀରକୁ ବହୁ ମାତ୍ରାରେ କ୍ଷତି ପହଞ୍ଚାଇଥାଏ,ଜାଣନ୍ତୁ କେଉଁ କେଉଁ ପାନୀୟ ଜଳ !

0

Get real time updates directly on you device, subscribe now.

ଯେତେବେଳେ ଖରାଦିନ ଆସେ ସେତେବେଳେ ଲୋକମାନେ ଲସି, ଜୁସ୍‌ ଇତ୍ୟାଦି ପିଇବା ଆରମ୍ଭ କରି ଦେଇଥାନ୍ତି। ଖରାଦିନେ ଶରୀରରୁ ଜଳୀୟଅଂଶ କମି ଯାଉଥିବା କାରଣରୁ ଅଧିକ ମାତ୍ରାରେ ପାନୀୟଜଳ ପିଇବା ମଧ୍ୟ ଜରୁରୀ। କିନ୍ତୁ ଖରାଦନେ ଆପଣ ପିଉଥିବା ପାନୀୟଗୁଡ଼ିକ ଆପଣଙ୍କର ଶରୀର ପାଇଁ ଆଦୌ ଲାଭଦାୟକ କି ନୁହଁ, ତାହା ଆପଣ ଜାଣିଛନ୍ତିକି? କିଛି କିଛି ପାନୀୟ ଜଳରେ କେଫିନ ଏବଂ ଚିନିର ଅଂଶ ଅଧିକ ରହିଥାଏ, ଯାହାକୁ ପିଇବା ଦ୍ଵାରା ଶରୀର ପାଇଁ ହାନିକାରକ ହୋଇଥାଏ। ଆଜି ଆମେ ଆପଣଙ୍କୁ ଖରାଦିନେ ପିଉଥିବା ସେଭଳି କିଛି ପାନୀୟ ଜଳ ବିଷୟରେ ଜଣାଇବୁ ଯାହାକୁ ପିଇଲେ ଆପଣଙ୍କର ଶରୀରକୁ ହାନି ପହଞ୍ଚିଥାଏ।

୧। ବଜାରରେ ମିଳୁଥିବା ଲେମୋନେଡରେ ସୋଡ଼ାରେ ମିଠା ଜିନିଷ ମିଶା ଯାଇଥାଏ। ଗୋଟେ ଗ୍ଲାସ ଲେମୋନେଡରେ ୧୦୦ କ୍ୟାଲୋରୀ ରହିଥାଏ, ଯାହାକି ଶରୀର ପାଇଁ ବହୁତ ହାନିକାରକ।

୨। ଖରାଦିନେ ବାହାରେ ବୁଲି ଲୋକମାନେ ଥକି ଯାଉଥିବାରୁ ଆପଣ ଏନର୍ଜିି ଡ୍ରିଙ୍କ ପିଇଥାନ୍ତି, ଯାହା ଦ୍ୱାରା ଶରୀରକୁ ସଙ୍ଗେ ସଙ୍ଗେ ଶକ୍ତି ମିଳିଥାଏ। କିଛି ଲୋକ କିଛି ନ ଖାଇ ଏହାକୁ ପିଇ ଦିନ ସାରା ରହିଥାନ୍ତି, ଯାହା ଦ୍ୱାରା ତାଙ୍କର ନିଦ୍ରାହୀନତା ଭଳି ସମସ୍ୟା ଦେଖା ଯାଇଥାଏ।

୩। ପାର୍ଟି ହେଉ କିମ୍ବା କୌଣସି ଖୁସିର ମୂହୁର୍ତ୍ତ ଲୋକମାନେ ନିଜର ଖୁସିକୁ ପାଳନ କରିବାକୁ ଯାଇ କକଟେଲ ପାର୍ଟି କରିଥାନ୍ତି। ବିଭିନ୍ନ ପ୍ରକାରର ଡ୍ରିଙ୍କକୁ ନେଇ ଏହାକୁ ପ୍ରସ୍ତୁତ କରାଯାଏ, ଯାହାକୁ ଅଧିକ ମାତ୍ରରେ ପିଇବା ଫଳରେ ଶରୀର ଉପରେ ଖରାପ ପ୍ରଭାବ ପଡ଼ିଥାଏ। ସେଥିପାଇଁ କକଟେଲ ତିଆରି କରିବା ସମୟରେ ବିଭିନ୍ନ ପ୍ରକାର ଡ୍ରିଙ୍କକୁ ନ ମିଶାଇ ସାଧା ତିଆରି କରନ୍ତୁ।

୪। କଫି ପିଇବା ଦ୍ୱାରା ଆପଣଙ୍କର ଶରୀରରେ ରକ୍ତର ଗତି ବଢ଼ି ଯାଇଥାଏ, ଯାହା ଦ୍ୱାରା ଆପଣ ଶକ୍ତିଶାଳୀ ଅନୁଭବ କରନ୍ତି। କିନ୍ତୁ ଏହାକୁ ଅଧିକ ମାତ୍ରରେ ପିଇବା ଦ୍ୱାରା ଆପଣଙ୍କର ଶରୀରର ଓଜନ ବଢ଼ିବା ସହ ମଧୁମେହ ସମସ୍ୟା ମଧ୍ୟ ଦେଖା ଯାଇଥାଏ।

Leave A Reply

Your email address will not be published.