ଏକାବେଳେ ୪ ଜଣ ଯୁବକଙ୍କ ସହିତ ପଳାଇଲେ ଯୁବତୀ, ସ୍ଥିର କରିପାରିଲେ ନାହିଁ କାହାକୁ ବାହାହେବେ, ଏହିପରି ବାଛିଲେ ସ୍ୱାମୀ,ଜାଣନ୍ତୁ ପୁରା ଘଟଣା

0

Get real time updates directly on you device, subscribe now.

ଉତ୍ତରପ୍ରଦେଶର ଆମ୍ବେଦକର ନଗରରୁ ବହୁତ୍ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏହି ଘଟଣା ବହୁତ୍ ଆଶ୍ଚର୍ଯ୍ୟଜନକ ହେବା ସହିତ ବହୁତ୍ ମଜାଦାର ମଧ୍ୟ ଅଟେ । ଏଠାରେ ଜଣେ ଯୁବତୀ ବିବାହ କରିବାପାଇଁ ଏକାବେଳେ ଚାରିଜଣ ଯୁବକଙ୍କ ସହିତ ଘରୁ ପଳାଇଥିଲେ । କିନ୍ତୁ ପରେ ସେ କନ୍ଫ୍ୟୁଜ ହୋଇଗଲେ ଯେ ସେ ସେହି ଯୁବକଙ୍କ ମଧ୍ୟରୁ କାହାକୁ ନିଜ ସ୍ବାମୀ ଭାବରେ ବାଛିବେ । ଏହି କନ୍ଫ୍ୟୁଜନ ପରେ ବଡ ଅଜବ ଉପାୟରେ ଯୁବତୀ ବର ବାଛିଲେ ଏବଂ ଏହି ମାମଲା ଚର୍ଚ୍ଚାର ବିଷୟ ପାଲଟିଗଲା ।

4ଜଣ ଯୁବକଙ୍କ ସହିତ ଘରୁ ପଳାଇଗଲେ ଯୁବତୀ :-

ପଞ୍ଚ ଦିନ ପୂର୍ବରୁ ଯୁବତୀ ଚାରିଜଣ ଯୁବକଙ୍କ ସହିତ ଘରୁ ପଳାଇଥିଲେ । ଯୁବକମାନେ ଯୁବତୀଙ୍କୁ ଦୁଇଦିନ ଯାଏଁ ନିଜ ସମ୍ପର୍କୀୟଙ୍କ ଘରେ ଲୁଚାଇ ରଖିଲେ, କିନ୍ତୁ ତାପରେ ଧରା ପଡ଼ିଗଲେ । ଯୁବତୀଙ୍କ ପରିବାର ଲୋକେ ଯୁବକଙ୍କ ବିରୋଧରେ ମାମଲା ରୁଜ୍ଜୁ କରିବାରୁ ପ୍ରସ୍ତୁତି କଲେ, ଏହାମଧ୍ୟରେ ମାମଲା ଯାଇ ପଞ୍ଚାୟତରେ ପହଞ୍ଚିଲା । ପଞ୍ଚାୟତ ଘରୁ ପଳାଇଥିବା ଯୁବତୀଙ୍କ ବିବାହ କରିବାର ପ୍ରସ୍ତାବ ରଖିଦେଲା ।

ଯୁବତୀଙ୍କୁ ପଚରାଗଲା ଯେ ସେ ଏହି ଚାରିଜଣ ଯୁବକଙ୍କ ମଧ୍ୟରୁ କାହା ସହିତ ବିବାହ କରିବାକୁ ଚାହୁଁଛନ୍ତି । ତାପରେ ସେ ବୁଝିପାରିଲେ ନାହିଁ ଯେ ସେ ପ୍ରକୃତରେ କାହା ସହିତ ବିବାହ କରିବେ । ସେ ଚାରିଜଣଙ୍କୁ ଜଣଙ୍କ ପରେ ଜଣଙ୍କୁ ଦେଖି ଚାଲିଲେ, କିନ୍ତୁ ସେ ସ୍ଥିର କରିପାରିଲେ ନାହିଁ ଯେ ସେ କାହାକୁ ବାହାହେବେ ।

ଯୁବକମାନେ ମଧ୍ୟ କିଛି କମ୍ ନୁହଁନ୍ତି :-

ଏହାପରେ ପଞ୍ଚାୟତ ଚାରି ଯୁବକଙ୍କୁ ପଚାରିଲା ଯେ ସେମାନଙ୍କ ମଧ୍ୟରୁ କିଏ ବିବାହ କରିବାକୁ ଚାହୁଁଛି । ମାମଲାରେ ଟ ସେତେବେଳେ ଟୁଇଷ୍ଟ ଆସିଲା, ଯେତେବେଳେ ଝିଅକୁ ନେଇ ପଳାଇ ଯାଇଥିବା ଯୁବକମାନଙ୍କ ମଧ୍ୟରୁ କୌଣସି ଯୁବକ ତା ସହିତ ବିବାହ କରିବାକୁ ପ୍ରସ୍ତୁତ ହେଉନଥିଲେ ।

ମାମଲାର କୌଣସି ସମାଧାନ ନ ବାହାରିବାରୁ ପଞ୍ଚାୟତ ତିନି ଦିନ ପର୍ଯ୍ୟନ୍ତ ବନ୍ଦ୍ ରୁମରେ ଏହି କଥା ଉପରେ ଚର୍ଚ୍ଚା କଲା ଯେ ବର୍ତ୍ତମାନ କଣ୍ କରାଯାଇପାରିବ । ବହୁତ ଚିନ୍ତା କରିବାପରେ ପଞ୍ଚାୟତ ସ୍ଥିର କଲା ଯେ ବର୍ତ୍ତମାନ ଯୁବତୀଙ୍କ ସହିତ କିଏ ବିବାହ କରିବ, ଏହାର ନିଷ୍ପତ୍ତି ଟୁକନ ପକାଇ ହିଁ କରାଯାଇପାରେ ।

ଟୁକନ ବାହାର କରି ନିଆଗଲା ସ୍ୱାମୀର ନିଷ୍ପତ୍ତି :-

ଏହାପରେ ଚାରି ଯୁବକଙ୍କ ନାମରେ ଟୁକନ ପକାଗଲ ଏବଂ ଯେଉଁ ନାମ ବାହାରିଲା ତା ସହିତ ବିବାହ ସ୍ଥିର ହେଲା । ପଞ୍ଚାୟତ ସମୟରେ ଚାରି ଯୁବକଙ୍କ ନାମରେ ଟୁକନରେ ଲେଖିବା ପରେ ତାକୁ ଗୋଟିଏ ପାତ୍ରରେ ରଖାଗଲା । ତାପରେ ଗୋଟିଏ ଛୋଟ ପିଲା ଦ୍ଵାରା ଗୋଟିଏ ଟୁକନ ବାହାର କରାଗଲା । ପିଲାଟି ଟୁକନ ବାହାର କରିବା ପରେ ତିନି ଦିନ ଧରି ଚାଲିଥିବା ବିବାଦ ସମାଧାନ ହୋଇଗଲା ଏବଂ ଯୁବତୀଙ୍କ ବିବାହ ସେହି ଯୁବକଙ୍କ ସହିତ ସ୍ଥିର ହୋଇଗଲା, ଯାହାଙ୍କ ନାମ ଟୁକନରେ ବାହାରିଥିଲା ।

Leave A Reply

Your email address will not be published.