ପ୍ରଥମେ ୩ ବର୍ଷର ନିରୀହ ପୁଅକୁ କୋଳରେ ଧରିଲେ, ଆଉ ତାପରେ ପାଣିକୁ ଡେଇଁ ପଡିଲେ ବାପା, ଜାଣନ୍ତୁ ଆଗକୁ କଣ୍ ହେଲା…

0

Get real time updates directly on you device, subscribe now.

ଉତ୍ତରାଖଣ୍ଡରୁ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି । ଏଠାରେ ଜଣେ ବାପା ଡିପ୍ରେସନ କାରଣରୁ ଏପରି ନିଷ୍ପତ୍ତି ନେଇଗଲେ, ଯେଉଁ କାରଣରୁ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ସେ ନିଜ ଜୀବନ ଶେଷ କରିବାର ନିଷ୍ପତ୍ତି ନେଇଗଲେ । ଏହାପରେ ସେ ନିଜର 3 ବର୍ଷର ନିରୀହ ପୁଅକୁ ନିଜ କୋଳରେ ଉଠାଇ ଡ୍ୟାମରେ ଡେଇଁ ପଡ଼ିଲା ।

ପୋଲସ ପାଖରେ ଯେତେବେଳେ ଏହି ମାମଲା ପହଞ୍ଚିଲା, ସେତେବେଳେ ସେମାନେ ମଧ୍ୟ କିଛି ବି ବୁଝିପାରିଲେ ନାହିଁ । ପ୍ରକୃତରେ ଜଣେ ବାପା ଏତେ ନିର୍ଦ୍ଦୟ କେମିତି ହୋଇପାରେ, ଯିଏ ନିଜ ପୁଅର ଜୀବନ ବିପଦରେ ପକାଇଦେଲା । ପୋଲିସ ଯେତେବେଳେ ଯାଞ୍ଚ କଲା, ସେତେବେଳେ ଆଶ୍ଚର୍ଯ୍ୟଜନକ ଭିଡିଓ ଉଦ୍ଧାର ହେଲା ।

ବାପା ଆତ୍ମହତ୍ୟା କଥା କହି ବାହାରିଲେ :-

ଉତ୍ତରାଖଣ୍ଡର ଋଷିକେଶରେ ରହୁଥିବା ସୁନିଲ ବଂସଲ ଶନିବାର ଦିନ ରାତିରେ ଥାନାରେ ପହଞ୍ଚିଥିଲେ । ସେ ପୋଲିସକୁ କହିଛନ୍ତି ଯେ ତାଙ୍କ ପୁଅ ଅର୍ଚିତ ଘରୁ ଆତ୍ମହତ୍ୟା କରିବ ବୋଲି କହି ବାହାରିଥିଲା । ସେ ନିଜ ସହିତ ତାଙ୍କର 3 ବର୍ଷୀୟ ନାତି ରାଘବଙ୍କୁ ମଧ୍ୟ ନେଇ ଯାଇଥିଲେ । ବର୍ତ୍ତମାନ ଉଭୟଙ୍କ ବିଷୟରେ କିଛି ବି ଖବର ମିଳୁନାହିଁ ।

ପୋଲିସକୁ ସୁନିଲ କହିଲେ ଯେ ସେ ପୁଅକୁ ନେଇ କାରରେ ଯାଇଥିଲା । ତାକୁ ଅଟକାଇବା ପାଇଁ ବହୁତ୍ ଚେଷ୍ଟା କରାଗଲା, କିନ୍ତୁ ସେ କାହା କଥା ବି ମାନି ନଥିଲେ । ସୁନିଲ କହିଥିଲେ ଯେ ସେ କହିଥିଲେ ଯେ ସେ କାରରେ ରୁଦ୍ରପ୍ରୟୋଗ ଯିବ । ସେଠାରେ ସେ ଆତ୍ମହତ୍ୟା କରିବ । ବହୁତ ସମୟ ପର୍ଯ୍ୟନ୍ତ ଯେତେବେଳେ ସେ ଫେରିଲା ନାହିଁ, ସେତେବେଳେ ତାଙ୍କୁ ବହୁତ୍ ଡର ଲାଗିଲା ।

ସିସିଟିଭି ଯାଞ୍ଚ କରିବାରୁ ମିଳିଲା ଲୋକେସନ୍ :-

ପୋଲିସ ସୁନୀଲଙ୍କ କଥାକୁ ଗମ୍ଭୀରତା ସହିତ ନେଲା । ତୁରନ୍ତ କେସ କରି ଆଖପାଖର ସିସିଟିଭି ଫୁଟେଜ ଯାଞ୍ଚ କରିବା ଆରମ୍ଭ କରିଦେଲେ । ଗୋଟିଏ ଫୁଟେଜରେ ତାଙ୍କ କାର ଦେଖାଗଲା । ସେ ବୈରାଜ୍ ପାଖ ଦେଇ ଯାଉଥିବାର ଦେଖାଗଲେ । ଦ୍ୱିତୀୟ ସିସିଟିଭି ଫୁଟେଜରେ ସେ ଚିଲା ଆଡ଼କୁ ଯାଉଥିବାର ଦେଖାଗଲେ । ଏହାପରେ ଆଉ କୌଣସି ଲୋକେସନ୍ ଦେଖାଗଲା ନାହିଁ ।

ରବିବାର ଦିନ ସନ୍ଧ୍ୟାରେ ଲକ୍ଷ୍ମଣଝୁଲା ପ୍ରଭାରୀଙ୍କୁ ଗୋଟିଏ ଭାଇରାଲ ଭିଡିଓ ବିଷୟରେ ଖବର ମିଳିଥିଲା । ତାଙ୍କୁ ଖବର ମିଳିଥିଲା ଯେ କୌଣସି ଯୁବକ ଚୀଲା ଡ୍ୟାମରେ ଡେଇଁ ପଡ଼ିଛି । ଆଉ ଏହି ଦୃଶ୍ୟକୁ କେହି ଜଣେ ଭିଡିଓ କରିଦେଲା । ତାହା ବହୁତ୍ ଭାଇରାଲ ହୋଇଯାଇଥିଲା ।

ଏହାପରେ ପୋଲିସ ଟିମ ସେଠାକୁ ଯାଇ ପଚରାଉଚରା କଲେ । ସୂଚନା ମିଳିବା ପରେ ବହୁତ୍ ଖୋଜାଖୋଜି କରାଗଲା, କିନ୍ତୁ କିଛି ବି ମିଳିଲା ନାହିଁ । କୌଣସି ଟିମ୍ ମଧ୍ୟ ବାପା ଏବଂ ପୁଅକୁ ପାଇଲେ ନାହିଁ ।

Leave A Reply

Your email address will not be published.