“ମହିଳାଙ୍କ ଗାଲରେ ଭୁଲରେ ଓଠ ବାଜି ନାହିଁ, ତୁମେ ଜାଣିଶୁଣି କିସ କରିଛନ୍ତି”, କୋର୍ଟ ଦେଲା 1 ବର୍ଷର ଜେଲଦଣ୍ଡ

0

Get real time updates directly on you device, subscribe now.

ମହିଳାଙ୍କୁ ତାଙ୍କ ଇଚ୍ଛା ବିରୋଧରେ ଜାଣିଶୁଣି କିସ କରିବା ମାମଲାରେ ଅଭିଯୁକ୍ତ ବ୍ୟକ୍ତିଙ୍କୁ କୋର୍ଟ ଦୋଷୀ ସାବ୍ୟସ୍ତ କରିଛି ଏବଂ ତାଙ୍କୁ ଏକ ବର୍ଷ ପାଇଁ କଠୋର ଦଣ୍ଡ ଶୁଣାଇଛି । ମୁମ୍ବାଇ ଅଦାଲତ ଜଣେ ଦୋଷୀ ବ୍ୟକ୍ତି ଉପରେ 10 ହଜାର ଟଙ୍କାର ଜୋରିମାନା ମଧ୍ୟ କରିଛନ୍ତି । 37 ବର୍ଷୀୟ ଏହି ବ୍ୟକ୍ତି ମୁମ୍ବାଇର ଲୋକାଲ ଟ୍ରେନରେ ମହିଳାଙ୍କୁ କିସ କରିଦେଇଥିଲେ । ଏହି ଘଟଣା 2015 ମସିହାର ଅଟେ ।

କୋର୍ଟ ଅଭିଯୁକ୍ତଙ୍କ ଦଲିଲକୁ ଖାରଜ କଲା :-

ଦୋଷୀ ବିଜନେସମ୍ୟାନ କୋର୍ଟରେ କହିଥିଲେ ଯେ ସେ ଏପରି ଜାଣିଶୁଣି କରିନଥିଲେ ବରଂ ପାଖରେ ଠିଆ ହୋଇଥିବା ବ୍ୟକ୍ତି ତାଙ୍କୁ ଧକ୍କା ଦେଇ ଦେଇଥିଲେ । ଯାହାପରେ ସେ ସାମ୍ନାରେ ବସିଥିବା ମହିଳାଙ୍କ ଉପରେ ପଡିଗଲେ ଏବଂ ତାଙ୍କ ଓଠ ତାଙ୍କ ଗାଲରେ ବାଜି ଯାଇଥିଲା । କିନ୍ତୁ କୋର୍ଟ ତାଙ୍କର ସବୁ ଦଲିଲକୁ ଖାରଜ କରି ଦଣ୍ଡ ଘୋଷଣା କରିଦେଲା ।

କୋର୍ଟ କହିଲା ଏହି କଥା :-

ଇଂରାଜୀ ଖବର କାଗଜ ଟାଇମ୍ସ ଅଫ ଇଣ୍ଡିଆର ଗୋଟିଏ ରିପୋର୍ଟ ଅନୁଯାୟୀ 37 ବର୍ଷର କିରଣ ହୋନାବରଙ୍କୁ ମେଟ୍ରୋପଲିଟନ ମାଜିଷ୍ଟ୍ରେଟ ବିପି କେଦାର ଦୋଷୀ କରିଛନ୍ତି । ମାଜିଷ୍ଟ୍ରେଟ କହିଛନ୍ତି ଯେ FIR ରୁ ଜଣାପଡୁଛି ଯେ ଟ୍ରେନରେ ଚଢ଼ିବା ପରେ ଅଭିଯୁକ୍ତ ମହିଳାଙ୍କ ସାମ୍ନାରେ ବସିଗଲା ଏବଂ ତାଙ୍କୁ ଦେଖୁଥିଲା । ସେ କହିଛନ୍ତି, ” ମହିଳାମାନଙ୍କ ମଧ୍ୟରେ ଅଶାବ୍ଦିକ ସଙ୍କେତକୁ ବୁଝିବାର ଜନ୍ମଗତ କ୍ଷମତା ରହିଥାଏ । ଏହାସହିତ ଛୋଟ ବିବରଣୀ ପାଇଁ ଗଭୀର ଦୃଷ୍ଟି ଥାଏ । ତେଣୁ ଏହା କୁହାଯାଇପାରିବ ନାହିଁ ଯେ ମହିଳା ଅଜାଣତରେ ଏହି ଦୋଷ ଲଗାଇଥିଲେ ।”

ଡାହାଣ ଗାଲରେ କଲେ କିସ :-

ରିପୋର୍ଟରେ କୁହାଯାଇଛି ଯେ ମହିଳା ଏବଂ ତାଙ୍କ ସାଙ୍ଗ ସାକ୍ଷୀ ଥିଲେ । ଦୁହେଁ ସାକ୍ଷୀ ଦେଇଥିଲେ । ଏହାବ୍ୟତୀତ ଅନ୍ୟ ଦୁଇଜଣ ଲୋକ ମଧ୍ୟ ସାକ୍ଷୀ ଦେଲେ । ସେମାନେ ଦେଖିଥିଲେ ଯେ ମହିଳା ପାଟି କରିବା ପରେ ସାଥୀ ଯାତ୍ରୀମାନେ ଅଭିଯୁକ୍ତଙ୍କୁ ସେ ସମୟରେ ପିଟିଥିଲେ । କୋର୍ଟ କହିଛି, ” ପ୍ରତ୍ୟକ୍ଷ, ଠୋସ ଏବଂ ସକାରାତ୍ମକ ପ୍ରମାଣରୁ ପ୍ରମାଣିତ ହୁଏ ଯେ ଅଭିଯୁକ୍ତ ମହିଳାଙ୍କ ଡାହାଣ ଗାଲରେ ଜାଣିଶୁଣି କିସ କରିଥିଲେ ।

କଏଦ ସହିତ ଜୋରିମାନାର ଦଣ୍ଡ :-

ଅଦାଲତ ଦୋଷୀ ବିଜନେସମ୍ୟାନଙ୍କ ଉପରେ 10 ହଜାର ଟଙ୍କାର ଜୋରିମାନା ମଧ୍ୟ କରିଛନ୍ତି । ଅଦାଲତ କହିଛି ଯେ ଯଦି ଆଦାୟ କରାଯାଏ, ତେବେ ମହିଳାଙ୍କୁ କ୍ଷତିପୂରଣ ଭାବରେ 5000 ଟଙ୍କା ଦେବାକୁ ପଡିବ । ତେବେ ଏହି କେସରେ ସର୍ବାଧିକ ଦଣ୍ଡ ପାଞ୍ଚବର୍ଷ ଜେଲ ହୋଇଥାଏ, କିନ୍ତୁ ଅଦାଲତ ସେହି ବ୍ୟକ୍ତିଙ୍କୁ କେବଳ ଏକ ବର୍ଷର ଜେଲ ଦଣ୍ଡ ଶୁଣାଇଛି । ଅଦାଲତ କହିଛି, ” ଅଭିଯୁକ୍ତଙ୍କ ବିରୋଧରେ ଅପରାଧିକ ଇତିହାସର କୌଣସି ପ୍ରମାଣ ନାହିଁ । ସେ ନିଜ ପରିବାରରେ ରୋଜଗାର କରୁଥିବା ଏକମାତ୍ର ବ୍ୟକ୍ତି ଅଟନ୍ତି ।”

Leave A Reply

Your email address will not be published.