7000 କିଲୋମିଟର୍ ଦୂର ଅଷ୍ଟ୍ରେଲିଆରୁ ଭାରତ ପହଞ୍ଚିଗଲେ 2ଟି କଙ୍ଗାରୁ, ଯାଞ୍ଚ ଟିମ ପ୍ରସ୍ତୁତ କଲା ବନବିଭାଗ

0

Get real time updates directly on you device, subscribe now.

ଜଳପାଇଗୁଡ଼ିରେ 2ଟି କଙ୍ଗାରୁ ମିଳିବାରୁ ବନବିଭାଗ ଆଶ୍ଚର୍ଯ୍ୟ ହୋଇଛି । ଆପଣଙ୍କୁ କହିରଖୁଛୁ ଯେ କଙ୍ଗାରୁ ଏମିତି ଗୋଟିଏ ସ୍ତନଧାରି ପଶୁ ଅଟେ, ଯାହା କେବଳ ଅଷ୍ଟ୍ରେଲିଆରେ ମିଳିଥାଏ ।

ଆହତ ଅବସ୍ଥାରେ ମିଳିଲେ 2ଟି କଙ୍ଗାରୁ :-

ପଶ୍ଚିମବଙ୍ଗର ବନ ଅଧିକାରୀମାନେ ଶୁକ୍ରବାର ଦିନ ରାତିରେ ଜଳପାଇଗୁଡ଼ିର ଗଜୋଲଡୋବା ପାଖରେ ଦୁଇଟି ଆହତ କଙ୍ଗାରୁକୁ ରେଶକ୍ୟୁ କରିଛି । ବୈକୁଣ୍ଠପୁର ବନବିଭାଗ ଅନ୍ତର୍ଗତ ବେଲାକୋବା ବନ ଅଞ୍ଚଳର ରେଞ୍ଜର ସଞ୍ଜୟ ଦତ୍ତ କହିଛନ୍ତି ଯେ ଯାତ୍ରା ସମୟରୁ ଏହି କଙ୍ଗାରୁ ଉଦ୍ଧାର ହୋଇଛନ୍ତି ।

ବଙ୍ଗାଲ ସଫାରୀ ପାର୍କ ଅଣାଗଲା :-

ଅଧିକାରୀମାନଙ୍କୁ ଦୁଇ କଙ୍ଗାରୁଙ୍କ ଶରୀରରେ କିଛି ଗଭୀର ଆଘାତ ଦେଖିବାକୁ ମିଳିଲା, ଯାହା ପରେ ସେମାନଙ୍କୁ ଚିକିତ୍ସା ପାଇଁ ତୁରନ୍ତ ବଙ୍ଗାଲ ସଫାରୀ ପାର୍କ ଅଣାଗଲା । ଆରଓ କହିଛନ୍ତି ଯେ ବିଶେଷ ଅଧିକାରୀଙ୍କ ଟିମ୍ ମାମଲାର ଯାଞ୍ଚ ଆରମ୍ଭ କରିଛନ୍ତି।

ଆଶ୍ଚର୍ଯ୍ୟ ହୋଇଛି ବନବିଭାଗ :-

ଫରେଷ୍ଟ ରେଞ୍ଜର ଏସ ଦତ୍ତ କହିଛନ୍ତି ଯେ ଆମେ ଏହି କଙ୍ଗାରୁମାନଙ୍କର ଠିକଣା ଜାଣିବାପାଇଁ ପରବର୍ତ୍ତୀ ଯାଞ୍ଚ ଆରମ୍ଭ କରିଛୁ, ସେମାନଙ୍କୁ କିଏ ଏବଂ କିପରି ଜଙ୍ଗଲକୁ ଆଣିଲା । ସେମାନଙ୍କୁ ଏଠାକୁ ଆଣିବା ପଛରେ କଣ୍ କାରଣ ଥିଲା, ଏହାର ଜବାବ ଖୋଜା ଚାଲିଛି ।

ମାର୍ଚ୍ଚରେ ମଧ୍ୟ ମିଳିଥିଲା 2 ଟି କଙ୍ଗାରୁ :-

ପଶ୍ଚିମବଙ୍ଗ ପୋଲିସ ମାର୍ଚ୍ଚରେ କଙ୍ଗାରୁଙ୍କୁ ଅବୈଧ ଭାବରେ ନେଇଯିବା ଅଭିଯୋଗରେ ହାଇଦ୍ରାବାଦର ଦୁଇଜଣ ଲୋକଙ୍କୁ ଗିରଫ କରିଥିଲା । କଙ୍ଗାରୁ ଭାରତ ଏବଂ ଅଷ୍ଟ୍ରେଲିଆର ମଧ୍ୟରେ 7,000 କିଲୋମିଟରର ଯାତ୍ରା କରି ମିଜୋରାମ କିପରି ପହଞ୍ଚିଲା, ଏହା ବର୍ତ୍ତମାନ ସୁଦ୍ଧା ଗୋଟିଏ ରହସ୍ୟ ହୋଇ ରହିଛି ।

କେବଳ ଅଷ୍ଟ୍ରେଲିଆରେ ଦେଖାଯାଆନ୍ତି :-

କଙ୍ଗାରୁ ଅଷ୍ଟ୍ରେଲିଆରେ ଦେଖିବାକୁ ମିଳୁଥିବା ଗୋଟିଏ ସ୍ତନଧାରି ପଶୁ ଅଟେ । ଏହା ଅଷ୍ଟ୍ରେଲିଆର ଜାତୀୟ ପଶୁ ମଧ୍ୟ ଅଟେ । ଏହି ପଶୁ କେବଳ ଅଷ୍ଟ୍ରେଲିଆରେ ଦେଖାଯାଆନ୍ତି । ଅଷ୍ଟ୍ରେଲିଆରେ ଦେଖାଯାଆନ୍ତି ଭାରତରେ ମିଳିନଥାନ୍ତି । କେବଳ କିଛି ଚିଡିଆଘରେ କଙ୍ଗାରୁ ଅଛନ୍ତି ।

Leave A Reply

Your email address will not be published.