ଲିୟାମ ଲିଭିଙ୍ଗଷ୍ଟୋନଙ୍କର ଅଲରାଉଣ୍ଡ ପ୍ରଦର୍ଶନ, ପଞ୍ଜାବ ଜିତିଲା ୫୪ ରନରେ, ଚେନ୍ନାଇର କ୍ରମାଗତ ଭାବରେ ଏହା ତୃତୀୟ ପରାଜୟ

0

Get real time updates directly on you device, subscribe now.

ଲିୟାମ ଲିଭିଙ୍ଗଷ୍ଟୋନଙ୍କର ଅଲରାଉଣ୍ଡର ପ୍ରଦର୍ଶନ ଦେଇ ପଞ୍ଜାବ କିଙ୍ଗ୍ସ ଆଇପିଏଲର ୧୧ତମ ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗ୍ସକୁ ସହଜରେ ୫୪ ରନରେ ପରାସ୍ତ କରିଦେଇଛି। ଏହା ସହିତ ଚେନ୍ନାଇ ନିଜର କ୍ରମାଗତ ତିନୋଟି ମ୍ୟାଚରେ ପରାଜିତ ହୋଇଛି। ଅନ୍ୟପଟେ ପଞ୍ଜାବ କିଙ୍ଗ୍ସ ତିନୋଟି ମ୍ୟାଚରୁ ଦ୍ଵିତୀୟ ବିଜୟ ହାସଲ କରିଛି। ପ୍ରଥମେ ବ୍ୟାଟିଂ କରି ଲିୟାମ ଲିଭିଙ୍ଗଷ୍ଟୋନଙ୍କର ଧୂଆଁଧାର ୬୦ ରନର ଇନିଂସ ବଳରେ ପଞ୍ଜାବ କିଙ୍ଗ୍ସ ୮ ଓ୍ଵିକେଟରେ ହରାଇ ୧୮୦ ରନ କରିଥିଲା। ତାଙ୍କ ବ୍ୟତୀତ ଶିଖର ଧାଓ୍ଵନ ୩୩ ରନ ଏବଂ ଜିତେଶ ଶର୍ମା ୨୬ ରନର ଦୃତ ଇନିଂସ ଖେଳିଥିଲେ। ଏହାର ଉତ୍ତରରେ ଚେନ୍ନାଇ ୧୮ ଓଭରରେ ୧୨୬ ରନରେ ଅଲଆଉଟ ହୋଇଯାଇଛି। ଦଳ ତରଫରୁ ଶିବମ ଦୁବେ ୫୭ ରନ କରିଥିଲେ। ଧୋନୀ ୨୩ ରନ କରିଥିବା ସମୟରେ ବାକି ବ୍ୟାଟସମ୍ୟାନ ନିରାଶ କରିଥିଲେ। ପଞ୍ଜାବ ପକ୍ଷରୁ ରାହୁଲ ଚହର ୨୫ ରନ ଦେଇ ୩ଟି, ଲିଭିଙ୍ଗଷ୍ଟୋନ ୨୫ ରନ ଦେଇ ୨ଟି ଏବଂ ବୈଭବ ୨୧ ରନ ଦେଇ ୨ଟି ଲେଖାଏଁ ଓ୍ଵିକେଟ ନେଇ ପଞ୍ଜାବକୁ ସହଜ ବିଜୟ ଦେଇଛନ୍ତି।

୧୮୧ ରନର ବିଜୟ ଲକ୍ଷ୍ୟକୁ ପିଛା କରିଥିବା ଚେନ୍ନାଇ ଦଳ ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟ ଭୋଗିଥିଲା। ଦଳ ନିୟମିତ ବ୍ୟବଧାନ ମଧ୍ୟରେ ଓ୍ଵିକେଟ ହରାଇ ୩୬ ରନରେ ୫ ଓ୍ଵିକେଟ ହରାଇ ସଙ୍କଟରେ ଥିଲା। ଋତୁରାଜ ଗାଏକଓ୍ଵାଡ(୧), ରବିନ ଉଥପ୍ପା(୧୩), ମୋଇନ ଅଲ୍ଲୀ(୦), ଅମ୍ବତି ରାୟୁଡୁ(୧୩) ଓ ଅଧିନାୟକ ଜାଡେଜା ଖାତା ଖୋଲିବା ପୂର୍ବରୁ ଆଉଟ ହୋଇ ଯାଇଥିଲେ। ତେବେ ଶିବମ ଦୁବେ ଏବଂ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ ଧୈର୍ଯ୍ୟର ସହିତ ବ୍ୟାଟିଂ କରି ଦଳର ସ୍ଥିତିରେ ସାମାନ୍ୟ ସୁଧାର ଆଣିଥିଲେ। ଦୁବେ ଗୋଟିଏ ପଟେ ବିସ୍ଫୋରକ ବ୍ୟାଟିଂ କରିଥିବା ସମୟରେ ଅନ୍ୟପଟୁ ଧୋନୀ କ୍ରିଜରେ ରହି ତାଙ୍କୁ ଉତ୍ତମ ସହଯୋଗ କରିଥିଲେ। ଉଭୟ ବ୍ୟାଟସମ୍ୟାନ କ୍ରିଜରେ ଥିବା ପର୍ଯ୍ୟନ୍ତ ଚେନ୍ନାଇର ବିଜୟ ଆଶା ଥିଲା।

ବୀପରିତ ସ୍ଥିତିରେ ଦୁବେ ୩୦ ବଲରୁ ୬ଟି ଚୌକା ଓ ୩ଟି ଛକା ସହ ୫୭ ରନ କରିଥିଲେ। ଧୋନୀ ଏବଂ ଦୁବେ ଷଷ୍ଠ ଓ୍ଵିକେଟ ବିନିମୟରେ ୬୨ ରନ ଯୋଡିଥିଲେ। ଦୁବେ ଆଉଟ ହୋଇଯିବା ପରେ ଚେନ୍ନାଇର ସବୁ ଆଶା ମଉଳି ଯାଇଥିଲା। ଡ୍ଵେନ ବ୍ରାଭୋ ଖାତା ଖୋଲିବା ପୂର୍ବରୁ ଆଉଟ ହୋଇ ଯାଇଥିଲେ। ଶେଷ ଆଡକୁ ଧୋନୀ ୨୩ ରନ କରି ଆଉଟ୍ ହୋଇ ଯାଇଥିଲେ। ଚେନ୍ନାଇ ୧୮ ଓଭରରେ ୧୨୬ ରନ କରିବାକୁ ସକ୍ଷମ ହୋଇ ପାରିଛି। ପଞ୍ଜାବ କିଙ୍ଗ୍ସ ତରଫରୁ ଲିୟାମ ଲିଭିଙ୍ଗଷ୍ଟୋନ ବ୍ୟାଟିଂ ଏବଂ ବୋଲିଂରେ କମାଲ ପ୍ରଦର୍ଶନ କରି ପଞ୍ଜାବକୁ ବିଜୟୀ କରାଇଛନ୍ତି। ପଞ୍ଜାବ ତରଫରୁ ରାହୁଲ ଚହର ୨୫ ରନ ଦେଇ ୩ଟି, ଲିଭିଙ୍ଗଷ୍ଟୋନ ୨୫ ରନ ଦେଇ ୨ଟି ଏବଂ ବୈଭବ ୨୧ ରନ ଦେଇ ୨ଟି ଲେଖାଏଁ ଓ୍ଵିକେଟ ନେଇ ପଞ୍ଜାବକୁ ସହଜ ବିଜୟ ଦେଇଛନ୍ତି।

ପଞ୍ଜାବ କିଙ୍ଗ୍ସର ଇନିଂସ:-

ପଞ୍ଜାବ କିଙ୍ଗ୍ସର ଆରମ୍ଭ ଆଦୌ ଭଲନଥିଲା। ଦଳର ସ୍କୋର ୪ ରନରେ ଅଧିନାୟକ ମୟଙ୍କ ଅଗ୍ରଓ୍ଵାଲ ଆଉଟ୍ ହୋଇ ଯାଇଥିଲେ। ଫର୍ମରେ ଥିବା ଭାନୁକା ରାଜପକ୍ଷେ ୯ ରନ କରି ପାଭିଲିୟନ ଫେରିଥିଲେ। ଏହା ପରେ ଲିୟାମ ଲିଭିଙ୍ଗଷ୍ଟୋନ ବିସ୍ଫୋରକ ବ୍ୟାଟିଂ କରି ଦଳର ସ୍ଥିତିରେ ସୁଧାର ଆଣିବା ସହିତ ଦଳର ସ୍କୋରକୁ ୧୦ ଓଭରରେ ୧୦୦ ପାର କରାଇଥିଲେ। ଶିଖର ଏବଂ ଲିୟାମ ଲିଭିଙ୍ଗଷ୍ଟୋନଙ୍କୁ ତୃତୀୟ ଓ୍ଵିକେଟରେ ୯୫ ରନ ଯୋଡିଥିଲେ। ଧାଓ୍ଵନ ୩୩ ରନ କରି ଆଉଟ୍ ହୋଇ ଯାଇଥିଲେ। ଦଳୀୟ ସ୍କୋର ୧୧୫ ରନରେ ଲିଭିଙ୍ଗଷ୍ଟୋନ ଆଉଟ୍ ହେବା ପରେ ପଞ୍ଜାବର ରନ ଗତି ସାମାନ୍ୟ ଧିମେଇ ଯାଇଥିଲା। ଲିୟାମ ଲିଭିଙ୍ଗଷ୍ଟୋନ ୩୨ଟି ବଲରୁ ୫ଟି ଚୌକା ଏବଂ ୫ଟି ଛକା ସହ ୬୦ ରନ କରିଥିଲେ। ମଧ୍ୟ କ୍ରମରେ ଜିତେଶ ଶର୍ମା ୧୭ ବଲ୍‌ରୁ ୩ଟି ଛକା ସହ ୨୬ ରନ କରିଥିଲେ। ତେବେ ଶେଷ ବେଳକୁ ପଞ୍ଜାବର ଇନିଂସ ଧିମେଇ ଯାଇଥିଲା। ପଞ୍ଜାବ ଦଳ ନିର୍ଦ୍ଧାରିତ ଓଭର ମଧ୍ୟରେ ୮ ଓ୍ଵିକେଟ୍ ହରାଇ ୧୮୦ ରନ କରିଥିଲା। ଶେଷରେ ଏଥିରେ କାଗିସୋ ରାବଡା ୧୨ ରନ କରି ଅପରାଜିତ ଥିଲେ।

Leave A Reply

Your email address will not be published.