୬୦ ଲକ୍ଷ ଟଙ୍କା ଉଦ୍ଧାର ନେଇ ପତିପତ୍ନୀ ଆରମ୍ଭ କଲେ ବାଉଁଶ ଘରର ବ୍ୟବସାୟ, ଆଜି କୋଟି କୋଟି ଟଙ୍କାର ମାଲିକ

0

Get real time updates directly on you device, subscribe now.

ଯଦି ମଣିଷକୁ ଜୀବନରେ ସଫଳତା ହାସଲ କରିବାକୁ ପଡେ ଏଥିପାଇଁ ଜୀବନର ସମସ୍ତ ଘାତ ପ୍ରତିଘାତର ସାମ୍ନା କରିବାକୁ ପଡିଥାଏ|ଯଦି ମଣିଷ ମନ ଲଗାଇ ଓ ପରିଶ୍ରମ ସହ କୈାଣସି କାମ କରେ ଦିନେ ନା ଦିନେ ସଫଳ ହୋଇଥାଏ|ଅରୁଣା ଓ ପ୍ରଶାନ୍ତ ଲିଙ୍ଘମ ର କାହାଣୀ ଏହିପରି|ହାଇଦ୍ରାବାଦରେ ରହୁଥିବା ଏହି ଦମ୍ପତି ରେକର୍ଡ ସୃଷ୍ଟି କରିଛନ୍ତି|

ପ୍ରଶାନ୍ତ ଓ ଅରୁଣା ୨୦୦୬ ରେ ବିବାହ ବନ୍ଧନରେ ବାନ୍ଧି ହେଲେ|ସେ ଚାହୁଁଥିଲେ ବିବାହ ପରେ ନିଜ ଘର ପୂରାପୂରି ନୂଆ ସେଟ କରୁ|ବିବାହ ପରେ ଘର ପାଇଁ ଫର୍ଣିଚର ନେବାକୁ ଗଲେ|ଅରୁଣା ଘର ପାଇଁ ବାଉଁଶର ଫର୍ଣିଚର ଚାହୁଁଥିଲେ|ବାଉଁଶ ନିର୍ମିତ ଜିନିଷ ତାଙ୍କୁ ଆକର୍ଷଣ କରୁଥିଲା|

ଯେତେବେଳେ ମାର୍କେଟରେ ଫର୍ଣିଚର କିଣୁଥିଲେ ତାଙ୍କର ମନେ ପଡିଲା ଏହି କ୍ଷେତ୍ରରେ ପ୍ରଶାନ୍ତ ସହ ମିଶି ବ୍ୟବସାୟ ଆରମ୍ଭ କରିପାରିବେ|ସେ ଏଥିପାଇଁ କ’ଣ କ’ଣ କଲେ ଏକ ହିନ୍ଦୀ ପତ୍ରିକା ରେ ବତାଇଛନ୍ତି|ଚାଲନ୍ତୁ ସେ ବିଷୟରେ ଜାଣିବା:

ଅରୁଣା କହିଲା ଯେ ସେତେବେଳେ ତାଙ୍କର ବିବାହର କିଛି ଦିନ ହୋଇଥିଲା|ଫର୍ଣିଚର ନେଵା ପରେ ଯେତେବେଳେ ଘରକୁ ଆସିଲେ ସେତେବେଳେ ଶାଶୁ ଶ୍ୱଶୁର ନାରାଜ ହୋଇଥିଲେ|ତାଙ୍କୁ ଏହି ବ୍ୟବସାୟ ପସନ୍ଦ ଆସିଲା ନାହିଁ|ମୋ ବାପା ମାଆକୁ ମଧ୍ୟ ପସନ୍ଦ ଆସିଲା ନାହିଁ|କିନ୍ତୁ ମୁଁ ଓ ପ୍ରଶାନ୍ତ ବାଉଁଶ ବ୍ୟଵସାୟରେ କ୍ୟାରିୟର ପାଇଁ ନିଷ୍ପତ୍ତି ନେଇଥିଲୁ ଯାହା ଅଟଳ ହେଲା|

ସେ ପ୍ରଶାନ୍ତ ସହ ବାଉଁଶ କୁ ନେଇ ୯ ମାସ ଫରେଷ୍ଟ ଟୁରରେ ବିଭିନ୍ନ ଦେଶ ଯାଇଥିଲେ|ଏଥିରେ ଜଣାପଡିଲା ଯେ ଭାରତରେ ବାଉଁଶରେ ନିର୍ମିତ ପ୍ରଡକ୍ଟର ମାର୍କେଟ ପାଖାପାଖି ୨୬୦୦୦ କୋଟି ଅଟେ|

ସେ କହିଛନ୍ତି ଯଦି ଆପଣ ବାଉଁଶ ବ୍ୟବସାୟ କରନ୍ତି ତେଵେ ପ୍ରଶାସନିକ ନିତି ନିୟମ ମଧ୍ୟ ବହୁ ସାହାଯ୍ୟ କରେ|ତାଙ୍କୁ ଜଣାପଡ଼ିଲା ଆଇଆଇଟି ଦିଲ୍ଲୀ ବାଉଁଶରେ ଆଧାରିତ ହାଉସିଙ୍ଗ ଟେକ୍ନୋଲୋଜି ଉପରେ କାମ କରୁଛନ୍ତି|ଏଠାରୂ ପ୍ରେରଣା ନେଇ ସେ ୨୦୦୮ରେ ବାଉଁଶ ଘର ନିର୍ମାଣ ଆରମ୍ଭ କରିଥିଲେ|

ଏହାର ମାର୍କେଟିଙ୍ଗ ବହୁତ ଚ୍ୟାଲେଞ୍ଜ ଥିଲା|ସେ କହିଛନ୍ତି ସେମାନେ ଆନ୍ଧ୍ରପ୍ରଦେଶର ଗ୍ରାମୀଣ ଓ ଆଦିବାସୀ ମାନଙ୍କ ଦ୍ଵାରା ବାଉଁଶ ଜିନିଷ ତିଆରି କରି ଗ୍ରୀନ ଲାଇଟ ଆରମ୍ଭ କରିଥିଲେ|

ସେ କହିଛନ୍ତି ତାଙ୍କ ବ୍ୟବସାୟ ବିସ୍ତାର ପାଇଁ ୬୦ ଲକ୍ଷ କରଜ ନେଇଥିଲେ କିନ୍ତୁ ସେ ସମୟରେ ଫରେଷ୍ଟ ଆକ୍ଟ ପ୍ରତିବନ୍ଧକ ହୋଇଥିଲା|ସେ ସମୟରେ ଲୋକାଲ ଲୋକମାନେ ମଧ୍ୟ ସହଯୋଗ କରୁନଥିଲେ|ଏତେ ସମସ୍ୟା ଭିତରେ ସେ ଆଗକୁ ବଢିଥିଲେ|

ସେ ବାଉଁଶ ବ୍ୟତୀତ ଅନ୍ୟାନ୍ୟ ଜିନିଷ ଯେପରି ଦୁଧ ଥଳି ,ଟାୟାର, ପ୍ଲାଷ୍ଟିକ ବୋତଲ ଭଳି ଇକୋ ଫ୍ରେଣ୍ଡଲି ପ୍ରଡକ୍ଟ ବନାଇବା ଆରମ୍ଭ କରିଥିଲେ|ବାଉଁଶ ଘରକୁ କନଫେଡରେସନ ଅଫ ଇଣ୍ଡିଆ ଇଣ୍ଡଷ୍ଟ୍ରିଜର ସହଯୋଗ ମିଳିଲା ଓ ଆଗକୁ କାମ ବଢିଲା|ସେ ଗୁଗଲ କମ୍ପାନୀ ପାଇଁ ଏକ ବାଉଁଶ ହଟ ବନାଇଥିଲେ ଯାହାକୁ ବହୁ ପସନ୍ଦ କରାଯାଇଥିଲା|

Leave A Reply

Your email address will not be published.