ଦେଖନ୍ତୁ ଭିଡିଓ : କାନ୍ଥକୁ ଗୋଇଠା ମାରୁଥିଲା ବ୍ୟକ୍ତି ଜଣକ,ଆଉ ତା ପରେ ଯାହା ହେଲା,ତାକୁ ଦେଖିକି ଲୋକଙ୍କର ମନେ ପଡିଲା Final Destination ଫିଲ୍ମ କଥା….

0

Get real time updates directly on you device, subscribe now.

ଏହି ଦୁନିଆରେ କର୍ମ ବଦଳରେ ଫଳ ମିଳିଥାଏ|କୁହାଯାଏ ଯିଏ ଯେପରି କର୍ମ କରିବ ସେପରି ଫଳ‌ ପାଇବ|କିନ୍ତୁ ବେଳେବେଳେ ଏହି କଥା ଏତେ ସତ୍ୟ ହୋଇଥାଏ ଯେ ଲୋକମାନେ ଆଚମ୍ବିତ ହୋଇ ଯାଆନ୍ତି|ସମସ୍ତଙ୍କୁ ଉପଦେଶ ଦିଆଯାଏ ଭଲ କର୍ମର ଫଳ ଭଲ ହୋଇଥାଏ|କିନ୍ତୁ ଦୁନିଆରେ ସବୁପ୍ରକାର ଲୋକ ମିଳନ୍ତି ଓ ଏଥିପାଇଁ ସମସ୍ତଙ୍କ ଭାବନା ମଧ୍ୟ ଅଲଗା ଅଟେ|କିଛି ଏଭଳି ଏକ ଭିଡିଓ ଭାଇରାଲ ହେଉଛି ଯାହାକୁ ଦେଖି ୟୁଜରଙ୍କୁ କଥା ମନେ ପଡୁଛି|ଏଵେ ନିକଟରେ ଏଭଳି ଏକ ଉଦାହରଣ ଦେଖିବାକୁ ମିଳିଛି|

ସୋସିଆଲ ମିଡ଼ିଆ ସାଇଟ ଇନଷ୍ଟାଗ୍ରାମ ସାଇଟରେ ଏହାକୁ ସେୟାର କରାଯାଇଛି|ଏହି ଭିଡିଓ ଗୋଟିଏ ବନ୍ଦ କୋଠରୀରେ ସୁଟ କରାଯାଇଛି|ଯେଉଁଥିରେ ଜଣେ ବ୍ୟକ୍ତି କାନ୍ଥକୁ ଲାତ ମାରୁଅଛି|ବାରମ୍ବାର ସେ କାନ୍ଥକୁ ହିଟ୍ କରୁଛି|ସେ ତାକୁ ସେପର୍ଯ୍ୟନ୍ତ ମାରୁଥାଏ ଯେପର୍ଯ୍ୟନ୍ତ କାନ୍ଥ ତଳେ ନପଡିଛି|କିନ୍ତୁ ଅସଲ ମଜା ତା ପରେ ହୋଇଥାଏ|

ଭାଇରାଲ ହେଉଥିବା ଭିଡ଼ିଓରେ ଆପଣ ଦେଖିପାରିବେ ଯେ ଜଣେ ବ୍ୟକ୍ତି କାନ୍ଥକୁ ବାରମ୍ବାର ଲାତ ମାରୁଥାଏ|କ୍ଲିପ ଦେଖି ଏପରି ଲାଗୁଛି ଯେ ଏହା କୈାଣସି କନଷ୍ଟ୍ରକ୍ସନ ସାଇଟ ଅଟେ|ବାରମ୍ବାର ଆଘାତ ଫଳରେ କଞ୍ଚା କାନ୍ଥ କମଜୋର ହୋଇପଡେ|ଏହି ଘଟଣାରେ ରୋମାଞ୍ଚକ ମୋଡ ସେତେବେଳେ ଆସେ ଯେତେବେଳେ କାନ୍ଥ ଭାଙ୍ଗି ବ୍ୟକ୍ତି ଉପରେ ପଡେ କିନ୍ତୁ ସେ ବଞ୍ଚିଯାଏ|ବ୍ୟକ୍ତିକୁ ଦେଖି ବିଶ୍ୱାସ ହୋଇଗଲା ଖରାପ କର୍ମର ଫଳ ତୁରନ୍ତ ମିଳିଥାଏ|

ଏହି ମଜାଦାର ଭିଡିଓକୁ Pinkberrydresses ନାମକ ଏକାଉଣ୍ଟ୍ ଦ୍ୱାରା ସେୟାର କରାଯାଇଛି|ଏହାକୁ ଦେଖି ଲୋକମାନେ ନିଜନିଜର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି|ଜଣେ ୟୁଜର କମେଣ୍ଟ କରି ଲେଖିଛନ୍ତି,”ଏହି କ୍ଲିପକୁ ଦେଖିବା ପରେ ମୋତେ ଫାଇନାଲ ଡେଷ୍ଟିନେସନ ମୁଭି ମନେ ପଡ଼ିଲା|ଆଉଜଣେ ଲେଖିଛନ୍ତି ମୃତ୍ୟୁକୁ ଛୁଇଁ ପଳେଇ ଆସିଲା|ଆଉଜଣେ କହିଛନ୍ତି ଏହାକୁ ଦୁନିଆର ସବୁଠାରୁ ଭାଗ୍ୟବାନ ବ୍ୟକ୍ତି କହିପାରନ୍ତି|ଏହା ବ୍ୟତୀତ ଅନ୍ୟାନ୍ୟ ୟୁଜର ମଧ୍ୟ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି|

Leave A Reply

Your email address will not be published.