ମଣିଷ ହୋଇ ମଧ୍ୟ ପଶୁ ଠାରୁ ବି ହୀନ କାମ କଲେ , ତିନି ଜଣ ନୃଶଂସ ବ୍ୟକ୍ତି ଜଣେ ମହିଳାଙ୍କୁ ନିର୍ଦ୍ଧୁମ ବାଡେଇଲେ,ଦେଖନ୍ତୁ ଭିଡ଼ିଓ

0

Get real time updates directly on you device, subscribe now.

ଦିଲ୍ଲୀରେ ଜଣେ ମହିଳାଙ୍କୁ ତିନି ଜଣ ଦୁବୃର୍ତ୍ତ ଏତେ ନୃଶଂସ ଭାବରେ ପିଟୁଛନ୍ତି ଦେଖିଲେ ଆପଣଙ୍କ ଆଖିର ପଲକ ଝଲସିଯିବ। ଆପଣ କହିବେ କଣ ମଣିଷ ଏତେ ମଧ୍ୟ ନୃଶଂସ ଥାନ୍ତି। ପୁରୁଷ ହୋଇ କେମିତି ସଂଘବଧ ଭାବରେ ଏକାକି ମହିଳାମାନଙ୍କୁ ଆକ୍ରମଣ କରୁଛନ୍ତି କେଜାଣି। ଏହି ଘଟଣା ବାହାର ଦିଲ୍ଲୀର ରାଜ ପାର୍କ ଥାନା ଅଞ୍ଚଳର ଅଟେ। ଏହି ଘଟଣାର ଭିଡିଓ ବର୍ତ୍ତମାନ ସାମ୍ନାକୁ ଆସିଛି।

ଏହି ଛାତିଥରା ଭିଡିଓକୁ ଥରେ ଦେଖନ୍ତୁ। କେମିତି ଜଣେ ମହିଳାଙ୍କୁ ତିନି ଜଣ ବ୍ୟକ୍ତି ଅତି ନୃଶଂସ ଭାବରେ ପିଟି ଚାଲିଛନ୍ତି। ଗାଈ ଗୋରୁ କୁକୁର ମାଙ୍କଡକୁ ବାଡେଇବା ଭଳି ଏ ତିନି ଜଣ ପୁରୁଷ ଜଣେ ମହିଳାଙ୍କୁ ପଶୁ ଭଳି ମାଡ ମାରୁଛନ୍ତି। ଏମାନେ ଯେଉଁଭଳି ଭାବରେ ମାଡ ମାରୁଛନ୍ତି ଆପଣ ଦେଖିଲେ କହିବେ ଏମାନେ ମଣିଷ ଜୀବନ ତ ପାଇଛନ୍ତି କିନ୍ତୁ ପଶୁ ଠାରୁ ମଧ୍ୟ ହୀନ।

ଭିଡିଓ ଦେଖନ୍ତୁ:-

ସିସିଟିଭି କ୍ୟାମେରାରେ ରେକର୍ଡ ହୋଇଥିବା ଏହି ଦୃଶ୍ୟରେ ଆପଣ ଦେଖିବାକୁ ମିଳୁଛିଯେ ତିନି ଜଣ ନୃଶଂସ ବ୍ୟକ୍ତି ହାତରେ ମୋଟା ବାଡି ଧରି ଅତି ନୃଶଂସ ଭାବରେ ମହିଳାଙ୍କୁ ଅତି ଅମାନୁଷିକ ଭାବରେ ପିଟି ଚାଲିଛନ୍ତି। ଆଉ ଏମିତି ଆଖି ବୁଜା ମାଡ ମାରୁଛନ୍ତିଯେ ମହିଳା ଜଣଙ୍କ ତଳେ ପଡି ବହୁତ ଜୋରରେ ଚିତ୍କାର କରୁଛନ୍ତି। କିନ୍ତୁ ଏ ପଶୁମାନଙ୍କୁ ମହିଳାଙ୍କର ଚିତ୍କାର ଆଦୌ ଶୁଣାଯାଉନାହିଁ।

ଏହି ଘଟଣା ୨୨ ମାର୍ଚ୍ଚର ଅଟେ। ଆପଣଙ୍କୁ ଜଣାଇବାକୁ ଚାହିଁବୁକି ଯେଉଁ ଲୋକ ଏହି ମହିଳାଙ୍କୁ ବେସବଲ୍ ଏବଂ ବାଡି ଧରି ପିଟି ଚାଲିଥିଲେ ସେମାନେ ହେଉଛନ୍ତି ଏହି ମହିଳାଙ୍କର ପଡୋଶୀ। ତେବେ କଣ ପାଇଁ ଏମାନେ ଏପରି ସଂଘବଧ ଭାବରେ ସେମାନେ ଆକ୍ରମଣ କରିଲେ ତାହାର କାରଣ ବର୍ତ୍ତମାନ ପର୍ଯ୍ୟନ୍ତ ସ୍ପଷ୍ଟ ଭାବରେ ଜଣାପଡିନି। ପୋଲିସ ସିସିଟିଭି ଭିଜୁଆଲ ଆଧାରରେ ତିନି ଜଣଙ୍କ ମଧ୍ୟରୁ ଦୁଇ ଜଣଙ୍କୁ ବର୍ତ୍ତମାନ ଗିରଫ କରିସାରିଛି।

Leave A Reply

Your email address will not be published.