ପରିସ୍ରା କରୁଥିବା ସମୟରେ ଏହି କାମ କରନ୍ତୁ ନାହିଁ, ନଚେତ ପଡି ପାରନ୍ତି ଭୟଙ୍କର ବିପଦରେ !

0

Get real time updates directly on you device, subscribe now.

କଣ ଆପଣ ଜାଣିଛନ୍ତି କି? ପରିସ୍ରା କରିବା ସମୟରେ ଯଦି କିଛି କଥାକୁ ଧ୍ୟାନ ନ ଦିଆଯାଏ ତେବେ ଆପଣଙ୍କ ପାଇଁ ବିପଦ ମଧ୍ୟ ସୃଷ୍ଟି ହୋଇପାରେ। ତେବେ ପୁରୁଷଙ୍କ ତୁଳନାରେ ମହିଳାମାନଙ୍କୁ ଅଧିକ ସମସ୍ୟାର ସାମ୍ନା କରିବାକୁ ପଡ଼ିଥାଏ। ପରିସ୍ରା କରିବା ସମୟରେ ସାମାନ୍ୟ ଭୁଲ୍ ପାଇଁ ଇନଫେକ୍ସନ ଭଳି ସମସ୍ୟା ମଧ୍ୟ ବଢ଼ିପାରେ। ଯାହା ଆପଣଙ୍କର ଜୀବନ ପ୍ରତି ଅନେକ ମାତ୍ରାରେ ବିପଦ ମଧ୍ୟ ବଢାଇବାରେ ଆଶଙ୍କା ମଧ୍ୟ ସୃଷ୍ଟି କରିଥାଏ।

ବିଶେଷଜ୍ଞ କଣ କୁହନ୍ତି:-

ସ୍ତ୍ରୀ ରୋଗ ଏବଂ ୟୁରୋଲୋଜି ଏକ୍ସପର୍ଟ ପ୍ରଫେସର ଷ୍ଟର୍ଗିୟୋସ ଷ୍ଟେଲିୟୋସଙ୍କ ଅନୁଯାୟୀ, ମହିଳାମାନଙ୍କର ଶରୀର ଏଭଳି ଗଠନ ହୋଇଛିକି, ଯେଉଁଥିପାଇଁ ସେମାନଙ୍କୁ ଅନେକ ପ୍ରକାରର ସମସ୍ୟାର ସାମ୍ନା କରିବା ପାଇଁ ପଡ଼ିଥାଏ। ମହିଳାଙ୍କର ପରିସ୍ରା ନଳୀ ଛୋଟ ଥାଏ, ଆଉ ୟୁରିନ୍ ଯିବା ସମୟରେ ଅତି ସହଜରେ ଭିତରକୁ ବ୍ୟାକ୍ଟେରିଆ ଯାଇପାରିଥାଏ। ବାୟୋମେକେନିକାଲ ଦୃଷ୍ଟିକୋଣକୁ ଦେଖାଗଲେ, ଏହା ମହିଳାଙ୍କ ଶରୀର ଉପରେ ଅଧିକ ପ୍ରଭାବ ମଧ୍ୟ ପକାଇଥାଏ। ଯେଉଁ ମହିଳାମାନଙ୍କୁ ୟୁରିନ ଇନଫେକ୍ସନ୍ ଭଳି ସମସ୍ୟା ରହିଛି ତାହା ସେମାନଙ୍କୁ ଅଧିକ ସମସ୍ୟାରେ ପକାଇଥାଏ। ଷ୍ଟର୍ଗିୟୋସ କହିଛନ୍ତିକି, ମହିଳାଙ୍କର ନିଜ ଜୀବନକାଳରେ ଶରୀରରେ ଅନେକ ପରିବର୍ତ୍ତନ ଆସିଥାଏ। ଋତୁସ୍ରାବ, ଗର୍ଭାବସ୍ଥା, ମେନୋପୋଜ ଏହି ସମସ୍ତ ଜିନିଷ ମୂତ୍ରାଶୟର କାର୍ଯ୍ୟକୁ ମଧ୍ୟ ପ୍ରଭାବିତ କରିଥାଏ। ଏଥିପାଇଁ ମହିଳାମାନେ ପରିସ୍ରା କରିବା ସମୟରେ ନିଜର ଅଭ୍ୟାସକୁ ପରିବର୍ତ୍ତନ କରିବା ସହ କିଛି କଥାକୁ ମଧ୍ୟ ଧ୍ୟାନରେ ରଖିବା ଜରୁରୀ।

ଯୌନାଙ୍ଗର ଯତ୍ନ:-

ଷ୍ଟର୍ଗିୟୋସଙ୍କ ଅନୁସାରେ, ପ୍ରାଇଭେଟ ପାର୍ଟକୁ ସଫା କରିବା ସମୟରେ କିଛି କଥାକୁ ଆପଣଙ୍କୁ ଧ୍ୟାନ ରଖିବା ଅତ୍ୟନ୍ତ ଆବଶ୍ୟକ। କେବେ ବି ପଛ ପାଖରୁ ଆଗକୁ ପୋଛନ୍ତୁ ନାହଁ। ଆମର ଆନାଲରେ ଅଧିକ ମାତ୍ରାରେ ବ୍ୟାକ୍ଟେରିଆ ଦେଖିବାକୁ ମିଳିଥାଏ। ପଛରୁ ଆଗକୁ ପୋଛିଲେ ବ୍ୟାକ୍ଟେରିଆ ଆଗକୁ ଚାଲିଆସିଥାଏ। ଆଉ ସହଜରେ ଆପଣଙ୍କ ୟୁରିନ୍ ଟ୍ରାକ୍ଟକୁ ମଧ୍ୟ ଯାଇପାରେ। ଏଥି ପାଇଁ ୟୁରିନ୍ ଇନଫେକ୍ସନ ହେବାର ସମ୍ଭାବନା ମଧ୍ୟ ଅଧିକ ରହିଥାଏ। ୟୁରିନାରୀ ଟ୍ରାକ୍ଟ ଇନଫେକ୍ସନ ହେଲେ ମହିଳାଙ୍କର ପ୍ରାଇଭେଟ୍ ପାର୍ଟରେ ଜଳିବା ସହ କଷ୍ଟ ମଧ୍ୟ ଅନୁଭୂତ ହୋଇଥାଏ। ପ୍ରାଇଭେଟ୍ ପାର୍ଟକୁ ଶୁଖିଲା ରଖିବା ପାଇଁ ପରିସ୍ରା କରିବା ପରେ ପୋଛିବା ଜରୁରୀ ଅଟେ। କିନ୍ତୁ ଏହାକୁ ଏକାଧିକ ସମୟ କରିଲେ ଆପଣଙ୍କ ପାଇଁ ସମସ୍ୟା ମଧ୍ୟ ସୃଷ୍ଟି ହୋଇପାରେ। ବାରମ୍ବାର ପୋଛିଲେ ଆପଣଙ୍କର ପ୍ରାଇଭେଟ୍ ପାର୍ଟ ଶୁଷ୍କ ହେବା ସହିତ ସ୍କିନ ଜଳିବା ଏବଂ କୁଣ୍ଡେଇବା ଭଳି ସମସ୍ୟା ହୋଇପାରେ।

ନିର୍ଦ୍ଧାରଣ ସମୟରେ ପରିସ୍ରା କରିବା:-

ପ୍ରଫେସର ଷ୍ଟର୍ଗିୟୋସଙ୍କ ଅନୁସାରେ, ନିର୍ଦ୍ଧାରିତ ସମୟରେ ପରିସ୍ରା କରିବା ଶରୀର ପ୍ରତି କ୍ଷତିକାର ହୋଇପାରେ। ଏଭଳି କଲେ ବ୍ଲାଡର ଉପରେ ୟୁରିନ୍ ଏକାଠି କରିପାରି ନଥାଏ। ସାଧାରଣତଃ ବ୍ଲାଡରରେ ୪୫୦ ରୁ ୫୦୦ ଏମଏଲ୍ ପର୍ଯ୍ୟନ୍ତ ପରିସ୍ରା ଏକାଠି ହୋଇଥାଏ। ଯଦି ଆପଣ ପ୍ରତି ଅଧାଘଣ୍ଟା କିମ୍ବା ଏକ ଘଣ୍ଟାରେ ପରିସ୍ରା କରିଲେ ବ୍ଲାଡର ବହୁତ କମ ମାତ୍ରାରେ ୟୁରିନକୁ ଏକାଠି କରିଥାଏ। ଯେଉଁଥି ପାଇଁ ତାହା ସଠିକ ଭାବରେ କାମ କରିପାରି ନଥାଏ। ଆଉ ଆପଣଙ୍କୁ ଅଳ୍ପ ସମୟ ମଧ୍ୟରେ ପରିସ୍ରା ହେବା ଭଳି ଅନୁଭବ ହୋଇଥାଏ। ଲମ୍ବା ଯାତ୍ରା କରିବା ପୂର୍ବରୁ କିମ୍ବା ଫିଲ୍ମ ଦେଖିବା ପୂର୍ବରୁ ପରିସ୍ରା କରିବା କୌଣସି ବିପଦ ନୁହେଁ। କିନ୍ତୁ ଏହାକୁ ନିୟମିତ ଭାବରେ ଅଭ୍ୟାସ କରିବା ଶରୀର ପ୍ରତି ଠିକ୍ ନୁହେଁ। ବ୍ଲାଡର ଭର୍ତ୍ତି ନ ହେବା ପୂର୍ବରୁ ୟୁରିନ୍ ପାସ୍ କରିବା ଏକ ଖରାପ ଅଭ୍ୟାସ। କିନ୍ତୁ ପରିସ୍ରା ଲାଗିବା ପରେ ମଧ୍ୟ ନଯିବା ଭଳି ଅଭ୍ୟାସ ଆପଣଙ୍କୁ ଅନେକ ସମସ୍ୟାର ସାମ୍ନା କରିବାକୁ ପଡ଼ିପାରେ।

ଆବଶ୍ୟକ ମୁତାବକ ପାଣି ପିଅନ୍ତୁ:-

ସାଧାରଣତଃ ଦୈନିକ ୩ ରୁ ୪ ଲିଟର ପାଣି ପିଇବା ଶରୀର ପାଇଁ ଭଲ ବୋଲି ଆମେ ଜାଣିଛୁ। ଯଦି ଆପଣ ବ୍ୟାୟାମ କରୁଛନ୍ତି ତେବେ ଗ୍ରୀଷ୍ମ ଋତୁରେ ଅଧିକ ପାଣି ପିଇପାରିବେ। କିନ୍ତୁ ଅଧିକାଂଶ ଲୋକ ଅଛନ୍ତି ଯେଉଁମାନେ ଦିନକୁ ୬ରୁ ୭ ଲିଟର ପାଣି ପିଇଥାନ୍ତି। ଯାହା ଶରୀର ଉପରେ ବହୁତ ଖରାପ ପ୍ରଭାବ ପକାଇଥାଏ। ଅତ୍ୟଧିକ ମାତ୍ରାରେ ପାଣି ପିଇ ନିଜକୁ ଓଭର୍ ହାଇଡ୍ରେଟ କରିବା ପାଇଁ ଚେଷ୍ଟା କରିଥାନ୍ତି। ଲିକ୍ୱଇଡ ଅଧିକ ସେବନ କଲେ ବ୍ଲାଡର ଅଧିକ ମାତ୍ରାରେ ପରିଶ୍ରା ବାହାର କରିବାକୁ ଲାଗିପଡିଥାଏ। ଯେଉଁଥି ଯୋଗୁଁ ଆପଣଙ୍କୁ ମଧ୍ୟ ବାରମ୍ବାର ଟଏଲେଟ ଯିବା ପାଇଁ ପଡ଼ିଥାଏ।

Leave A Reply

Your email address will not be published.