କ୍ୟାମେରାମେନ ମାନସ ସ୍ୱାଇଁଙ୍କ ମର୍ଡର ମିଷ୍ଟ୍ରୀର ଅନ୍ୟ ଜଣେ ମୁଖ୍ୟ ଅଭିଯୁକ୍ତ ଖୋଲିଲେ ରହସ୍ୟ ପେଡ଼ି !

0

Get real time updates directly on you device, subscribe now.

ନିରଞ୍ଜନ ସେଠୀ ନିଜର ଦୋଷକୁ ସ୍ବୀକାର କରିଛନ୍ତି। ସେ କହିଛନ୍ତିକି, ମାନସ ସ୍ୱାଇଁଙ୍କୁ ହତ୍ୟା ପଛରେ ତାଙ୍କର ମଧ୍ୟ ପ୍ରଚ୍ଛନ୍ନ ଭୂମିକା ରହିଥିଲା। ଏ ବିଷୟରେ ରାଜ୍ୟ କ୍ରାଇମବ୍ରାଞ୍ଚ ତରଫରୁ ସୂଚନା ଦିଆଯାଇଛି। ଅନ୍ୟତମ ମୁଖ୍ୟ ଅଭିଯୁକ୍ତ ନିରଞ୍ଜନ ସେଠୀ ସତ ମାନିଥିବା କଥା ସ୍ୱୀକାର କରିଥିବା କଥା କ୍ରାଇମବ୍ରାଞ୍ଚ ସ୍ପେଶାଲ ଟିମ କହିଛି। ଶର୍ମିଷ୍ଠାଙ୍କୁ ସେ ୧୦ ହଜାର ଟଙ୍କା ଦେବା ସହିତ ଭଡ଼ାରେ କାର କରାଇ ଦେଇଥିବା କଥାକୁ ମଧ୍ୟ ମାନିଥିଲେ। ଫେବ୍ରୁଆରୀ ୭ ତାରିଖ ଦୟାଲ ଆଶ୍ରମରୁ ଯେତେବେଳେ ମାନସ ସ୍ୱାଇଁଙ୍କୁ ସ୍କାଏ ଟାୱାରସ୍ଥିତ ୱେବ୍ ପୋର୍ଟାଲ ‘ସମ୍ପୂର୍ଣ୍ଣ’ ଅଫିସକୁ ଅଣା ଯାଇଥିଲା, ସେତେବେଳେ ସେଠାରେ ନିରଞ୍ଜନ ସେଠୀ ଉପସ୍ଥିତ ଥିଲେ। ସେ ନିଜେ ମଧ୍ୟ ମାନସ ସ୍ୱାଇଁଙ୍କୁ ମାଡ଼ ମାରିଥିବା କଥାକୁ ସ୍ୱୀକାର କରିଛନ୍ତି। ‘ କ୍ରାଇମବ୍ରାଞ୍ଚ ତରଫରୁ ଏହି ସୂଚନା ଜାରି କରାଯାଇଛି।

ସେତେବେଳେ ଜଣେ କମ୍ପ୍ୟୁଟର ଅପରେଟର ସେଠାରେ ଥିଲେ, ଶର୍ମିଷ୍ଠା ମଧ୍ୟ ଥିଲେ, ଝୁନା ଭୋଇ ଓ ତାଙ୍କର ସ୍ୱାମୀ ମଧ୍ୟ ଉପସ୍ଥିତ ଥିଲେ। ଆଉ ରାଜ ମଧ୍ୟ ସେଠାରେ ଥିବା କଥା କହିଛନ୍ତି କ୍ରାଇମବ୍ରାଞ୍ଚ। ହେଲେ ନିରଞ୍ଜନ ତାଙ୍କୁ ହତ୍ୟା କରିନାହାନ୍ତି ବୋଲି ସୂଚନା ଦିଆଯାଇଛି। ଏହା ଠିକ ସେମିତି କଥା ଅଟେ, ”ମୁଁ ମନ୍ଦିର ଭିତରକୁ ଯାଇଛି, ହୁଣ୍ଡିଭାଙ୍ଗି ଟଙ୍କା ଆଣିଛି, ହେଲେ ଚୋରି କରିନାହିଁ।” ନିରଞ୍ଜନ ସେଠୀ କହିଛନ୍ତିକି, ଶର୍ମିଷ୍ଠାଙ୍କୁ ଫେରାର କରିବାରେ ସହଯୋଗ କରିଛି ହେଲେ ମାନସଙ୍କର ହତ୍ୟା କରିନାହିଁ। ସେ ଭୋକ ଉପାସରେ ବନ୍ଧା ହୋଇ ପଡ଼ିଥିବା ମାନସ ସ୍ୱାଇଁଙ୍କୁ ନିର୍ମମ ଭାବରେ ମାଡ଼ ମାରିଥିବା କଥାକୁ ମଧ୍ୟ ସ୍ୱୀକାର କରୁଛନ୍ତି। ତାଙ୍କୁ ଧମକ ଚମକ ଦେଇ ମାନସିକ ଚାପଗ୍ରସ୍ତ କରିଥିବା କଥାକୁ ମଧ୍ୟ ସ୍ୱୀକାର କରୁଛନ୍ତି। ହେଲେ ତାଙ୍କୁ ହତ୍ୟା କରିଥିବା କଥା ଅସ୍ୱୀକାର କରୁଛନ୍ତି। ଏଠାରେ ଉଲ୍ଲେଖ କରାଯାଇପାରେଯେ, ମାନସଙ୍କୁ ନିର୍ଘାତ ମାଡ଼ ମରାଯିବା କାରଣରୁ ତାଙ୍କର ମୃତ୍ୟୁ ହୋଇଥିବା ପୋଷ୍ଟମର୍ଟମ ରିପୋର୍ଟ କହୁଛି। ଅର୍ଥାତ ନିରଞ୍ଜନଙ୍କ ମାଡ଼ରେ ଯେ ମାନସଙ୍କ ମୃତ୍ୟୁ ହୋଇ ନ ଥିବା ସେକଥା ଜୋର ଦେଇ କହିହେବ ନାହିଁ। ତା’ଛଡ଼ା ପାଞ୍ଚ-ଛଅଜଣ ମିଳିମିଶି ଜଣକୁ ବାଡ଼େଇଲେ ଯଦି ପୀଡ଼ିତର ମୃତ୍ୟୁ ହୁଏ, ତେବେ ସେ ସମସ୍ତେ ଦୋଷୀ ହେବେ ନା ଯିଏ ମରିବା ବେଳକୁ ବାଡ଼ଉଥିବ, ସେ ଦୋଷୀ ହେବ? ଏତେ ବଡ଼ ଅଫିସର ହୋଇ ଏ ସାମାନ୍ୟ କଥାଟି ବାବୁ ନିରଞ୍ଜନ ସେଠୀ କେମିତି ଭୁଲିଗଲେ?

ନିରଞ୍ଜନ ସେଠୀଙ୍କ ଠାରୁ ଆର୍ଥିକ ସାହାଯ୍ୟ ପାଇବା ପରେ ଶର୍ମିଷ୍ଠା ଫେରାର ହୋଇ ଯାଇଥିଲେ। ମାନସଙ୍କୁ ଅପହରଣ କରାଯିବା ଦିନ ନିରଞ୍ଜନ ନିଜେ ଦୟାଲ ଆଶ୍ରମକୁ ଯାଇଥିଲେ। ସେହିଦିନ ନିରଞ୍ଜନ ଶର୍ମିଷ୍ଠାଙ୍କ ପୋର୍ଟାଲ ‘ସମ୍ପୂର୍ଣ୍ଣ’ ଅଫିସ ମଧ୍ୟ ଯାଇଥିଲେ। ଏସବୁ ତଥ୍ୟ ସାମ୍ନାକୁ ଆସିବା ପରେ କ୍ରାଇମବ୍ରାଞ୍ଚ ଦଳ ଭୁବନେଶ୍ୱରସ୍ଥିତ ‘ସମ୍ପୂର୍ଣ୍ଣ’ ଅଫିସରେ ଛାନ୍ ଭିନ୍ କରିଥିଲା। ଏଥିସହ ପାଞ୍ଚଦିନିଆ ରିମାଣ୍ଡର ଶେଷ ଦିନରେ ଶର୍ମିଷ୍ଠା ଓ ନିରଞ୍ଜନଙ୍କୁ ‘ସମ୍ପୂର୍ଣ୍ଣ’ ଅଫିସକୁ ନେଇ ତଦନ୍ତ ମଧ୍ୟ କରାଯାଇଛି। ଶର୍ମିଷ୍ଠା ରହୁଥିବା ଘର ଏବଂ କାର୍ଯ୍ୟାଳୟକୁ ଯାଇ ସିନ୍ ରିକ୍ରିଏସନ କରିଥିଲା।

ମାନସଙ୍କୁ ଦୟାଲ ଆଶ୍ରମକୁ ନେଇ ହତ୍ୟା କରାଯାଇଥିବା କଥା ପ୍ରତ୍ୟକ୍ଷଦର୍ଶୀମାନେ କହିଥିଲେ। ବର୍ତ୍ତମାମାନ ୱେବ ପୋର୍ଟାଲ ‘ସମ୍ପୂର୍ଣ୍ଣ’ କାର୍ଯ୍ୟାଳୟରେ ତାଙ୍କୁ ହତ୍ୟା କରାଯାଇଥିବା ଶର୍ମିଷ୍ଠା କୁଆଡ଼େ ନିଜ ବୟାନରେ ମଧ୍ୟ କହିଛନ୍ତି। ମାତ୍ର ହତ୍ୟାକାଣ୍ଡରେ ନିରଞ୍ଜନଙ୍କର ଭୁମିକା ନ ଥିବା ଜଣେ ମଧ୍ୟ ଅଭିଯୁକ୍ତ କହୁନାହାନ୍ତି। ଏଭଳି ସ୍ଥିତିରେ ମାନସ ସ୍ୱାଇଁଙ୍କ ହତ୍ୟାରେ ନିରଞ୍ଜନଙ୍କର ହାତ ନାହିଁ ବୋଲି ପ୍ରମାଣ କରିବା ମୁସ୍କିଲ ଅଟେ।

ଏହି ତମାମ ଘଟଣାରେ ତାଙ୍କର ଭୂମିକାକୁ କଣ ଥିଲା, ତାକୁ କ୍ରାଇମବ୍ରାଞ୍ଚ କିଭଳି ପ୍ରମାଣିତ କରିବ, ତାହା ବର୍ତ୍ତମାନ ସବୁଠାରୁ ବଡ଼ ପ୍ରଶ୍ନ ଅଟେ। କେବଳ ଏତିକି ନୁହଁ, ହତ୍ୟାକାଣ୍ଡର କାରଣ କ’ଣ ତାହା ମଧ୍ୟ ବର୍ତ୍ତମାନ ପର୍ଯ୍ୟନ୍ତ ବାହାର କରିପାରିନି କ୍ରାଇମବ୍ରାଞ୍ଚ ଦଳ। ଯେଉଁ ଚିପ୍ ପାଇଁ ମାନସଙ୍କ ହତ୍ୟା କରାଯାଇଥିବା କଥା କୁହାଯାଉଛି ସେଇ ଚିପକୁ ବର୍ତ୍ତମାନ ପର୍ଯ୍ୟନ୍ତ ଖୋଜି ବାହାର କରିପାରିନି ତଦନ୍ତକାରୀ ଦଳ। ଏଭଳି ସ୍ଥିତିରେ ଅଭିଯୁକ୍ତଙ୍କୁ କୋର୍ଟରେ ଦୋଷୀ ସାବ୍ୟସ୍ତ କରିବା ପାଇଁ କ୍ରାଇମବ୍ରାଞ୍ଚ ପାଇଁ କାଠିକର ପାଠ ହୋଇପାରେ। କାରଣ ହତ୍ୟାର ମୋଟିଭ ଅସ୍ପଷ୍ଟ ରହିଲେ, ତଦନ୍ତ ମଧ୍ୟ ନିଶ୍ଚିତ ଦୁର୍ବଳ ହେବ।

ସେପଟେ ଶର୍ମିଷ୍ଠାଙ୍କର ନଣନ୍ଦ ତାଙ୍କର ସ୍କାଏ ଟାୱାରସ୍ଥିତ ଫ୍ଲାଟରୁ ସବୁକିଛି ଜିନିଷ ନେଇ ପଳାଇ ଯାଇଛନ୍ତି। ସେ ଅନେକ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ରକୁ ମଧ୍ୟ ସ୍କାଏ ଟାୱାରସ୍ଥିତ ସମ୍ପୃକ୍ତ ଫ୍ଲାଟରୁ ନେଇ ଚାଲି ଯାଇଥିବାର ଜଣାପଡ଼ିଛି। ଫଳରେ ବର୍ତ୍ତମାନ ଯଦି କ୍ରାଇମବ୍ରାଞ୍ଚ ଶର୍ମିଷ୍ଠାଙ୍କ ଘରକୁ ଯାଇ ତଦନ୍ତ କରେ, ହୁଏତ ଆଉ କୌଣସି ପ୍ରକାର ସନ୍ଦିଗ୍ଧ ଜିନିଷ ଆପଣଙ୍କୁ ମିଳିବ ନାହିଁ। ତେବେ ଫ୍ଲାଟ ଥିବା ସ୍କାଏ ଟାୱାର ଆପାର୍ଟମେଣ୍ଟ ସୋସାଇଟି କର୍ତ୍ତୃପକ୍ଷ ତାଙ୍କୁ ଏକ ଅଣ୍ଡରଟେକିଂ ଲେଖାଇ ଜିନିଷପତ୍ର ନେଇ ଯିବା ପାଇଁ ଅନୁମତି ଦେଇଥିବା କଥା ଜଣାପଡ଼ିଛି।

Leave A Reply

Your email address will not be published.