ଶର୍ମିଷ୍ଠା ନିଜର ଦୋଷ ମାନିଲେ, କିନ୍ତୁ ମାରିଥିଲେ କାହିଁକି କହିଲେ ନାହିଁ !

0

Get real time updates directly on you device, subscribe now.

ବହୁ ଚର୍ଚ୍ଚିତ କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟା ଘଟଣାରେ ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତ ନିଜର ଦୋଷ ସ୍ୱୀକାର କରି ପୂରା କାହାଣୀ ବର୍ଣ୍ଣନା କରିଥିବା କ୍ରାଇମବ୍ରାଞ୍ଚ ସୂଚନା ଦେଇଛନ୍ତି। ଅପହରଣ କରିଲେ। ମାରି ପୋତିଦେଲେ ମଧ୍ୟ। ସମସ୍ତ କଥା ମାନିଲେ। କିନ୍ତୁ ଏହା ପଛରେ ଥିବା କାରଣ ବିଷୟରେ କିଛି କହିଲେନି! କିନ୍ତୁ ଏହି ତଦନ୍ତକାରୀ ସଂସ୍ଥା ଜାରି କରିଥିବା ଏକ ପ୍ରେସ ରିଲିଜରେ ହତ୍ୟାକାଣ୍ଡ ପଛରେ ରହିଥିବା କାରଣ ସମ୍ପର୍କରେ ପଦୁଟିଏ ଲେଖି ନାହିଁ। ପ୍ରଶ୍ନ ଉଠୁଛିକି, ଜଣେ ଅଭିଯୁକ୍ତ ଦୋଷ ମାନିଥିବା ବେଳେ କାହିଁକି ଏଭଳି କାଣ୍ଡ କରିଲେ, ତାହା କ’ଣ ପାଇଁ କହିଲେ ନାହିଁ? ନା ଏମିତି କିଛି କାରଣ କହିଛନ୍ତି, ଯାହା କ୍ରାଇମବ୍ରାଞ୍ଚକୁ ମଧ୍ୟ ଅଡ଼ୁଆରେ ପକାଇଛି?

କ୍ରାଇମବ୍ରାଞ୍ଚର ସୂଚନା ଅନୁସାରେ, ଜେରା ସମୟରେ ଶର୍ମିଷ୍ଠା କହିଥିଲେଯେ ଫେବ୍ରୁଆରୀ ୭ ତାରିଖରେ ରଞ୍ଜନ ନାଏକ, ଝୁନା ଭୋଇ, ଭାଗ୍ୟଧର ନାୟକ ଓ ନିଲୁ ଓରଫ ବିବେକ ସହ ମିଶି ସେ ତାଙ୍କର କାରରେ ମାନସ ସ୍ୱାଇଁଙ୍କୁ ଭଦ୍ରକ ଜିଲ୍ଲା ଚାନ୍ଦବାଲି ଥାନା ପଳାସପୁରରୁ ଅପହରଣ କରିଥିଲେ। ସେମାନେ ମାନସଙ୍କୁ ଭୁବନେଶ୍ୱରର ଏୟାରଫିଲ୍ଡ ଥାନା ଅନ୍ତର୍ଗତ ଦୟାଲ ଆଶ୍ରମକୁ ନେଇ ଆସିଥିଲେ। ମଧ୍ୟାହ୍ନ ସୁଦ୍ଧା ସେମାନେ ଦୟାଲ ଆଶ୍ରମରେ ପହଞ୍ଚି ଯାଇଥିଲେ। ସେମାନେ ଆଶ୍ରମରେ ମାନସଙ୍କୁ ନିସ୍ତୁକ ଭାବରେ ପିଟିଥିଲେ। ତାପରେ ମାନସଙ୍କ ମୃତ୍ୟୁ ହୋଇଯିବା ପରେ ୮ ତାରିଖ ଅପରାହ୍ଣରେ ଶର୍ମିଷ୍ଠାଙ୍କ କାରରେ ମୃତଦେହକୁ ନୟାଗଡ଼ ଜିଲ୍ଲାର ରଣପୁର ଥାନା ଅଞ୍ଚଳକୁ ନେଇଥିଲେ। ସେଠାରେ ସନ୍ଧ୍ୟାରେ ତାଙ୍କର ମୃତଦେହକୁ ପୋତି ଦେଇଥିଲେ। ମୃତଦେହକୁ ପୋତିବା ପରେ ସେମାନେ ଚଣ୍ଡିଖୋଲ ଯାଇ ସେଠାରୁ ଦୁଇ କିଲୋମିଟର ଦୂରରେ ଦଇତାରୀ-ପାରାଦୀପ ଏକ୍ସପ୍ରେସ୍ ହାଇୱେ ପାଖରେ ମୃତଦେହକୁ ପୋତିବା ପାଇଁ ଗାତ ଖୋଳିବାକୁ ବ୍ୟବହାର କରାଯାଇଥିବା ଗଇଁତି, ଫାଉଡ଼ା ସହ ଏକ ଅଖା ଓ ଶାଢ଼ି ଫିଙ୍ଗି ଦେଇଥିଲେ।

ହତ୍ୟା କରିବା ପରେ ଝୁନା ଭୋଇଙ୍କ ସହ ଶର୍ମିଷ୍ଠା ମଧ୍ୟ ଭୁବନେଶ୍ୱର ଏକ ନମ୍ୱର ମାର୍କେଟକୁ ଯାଇ ଅଖା, ଗ୍ଲୋବ୍ସ ଓ ସୁତୁଲି କିଣିକି ଆଣିଥିଲେ। ନୟାଗଡ଼ ଅଭିମୁଖେ ଯାଉଥିବା ସମୟରେ ରାଜସୁନାଖଳାରୁ ୧୦ କେଜି ଲୁଣ କିଣିଥିଲେ। ସେହିପରି ଶର୍ମିଷ୍ଠାଙ୍କର ସହଯୋଗୀ ଭାଗ୍ୟଧର ନାୟକ ଓ ରଞ୍ଜନ ରାଜସୁନାଖଳାରୁ କୋଦାଳ ଏବଂ ଗଇଁତି କିଣିଥିଲେ। ଏହା ପରେ ସେ ମୃତଦେହକୁ ପୋତିବା ପାଇଁ ଏକ ସ୍ଥାନ ସ୍ଥିର କରିଥିଲା। ନିଷ୍ପତ୍ତି ଅନୁସାରେ ଭାଗ୍ୟଧର ନାୟକଙ୍କ ଗାଁ ରଣପୁର ଥାନା ବଧିପାଟଣାଠାରୁ ଦୁଇରୁ ତିନି କିଲୋମିଟର ଦୂରରେ ମାନସଙ୍କର ମୃତଦେହକୁ ପୋତି ଦେଇଥିଲେ।

ଗତକାଲି ଶର୍ମିଷ୍ଠାଙ୍କୁ ନେଇ କ୍ରାଇମବ୍ରାଞ୍ଚ ସିନ୍ ରିକ୍ରିଏସନ୍ କରିଥିଲା। ଡିଏସ୍‌ପି କଳ୍ପନା ସାହୁଙ୍କ ନେତୃତ୍ୱରେ କ୍ରାଇମବ୍ରାଞ୍ଚର ଏକ ସ୍ୱତନ୍ତ୍ର ଦଳ ଶର୍ମିଷ୍ଠାଙ୍କୁ ନେଇ ଭଦ୍ରକ ଜିଲ୍ଲାର ଚାନ୍ଦବାଲି ଥାନା ଅନ୍ତର୍ଗତ ପଳାସପୁର ଗାଁକୁ ଯାଇଥିଲା। ଫେବ୍ରୁଆରୀ ୬ ତାରିଖରେ ଶର୍ମିଷ୍ଠା ଅନ୍ୟ ଅଭିଯୁକ୍ତମାନଙ୍କ ସହ କେଉଁ ରାସ୍ତା ଦେଇ ପଳାସପୁର ଗାଁର ରାତିରେ ପହଞ୍ଚିଥିଲେ, ୭ ତାରିଖ ସକାଳ ପର୍ଯ୍ୟନ୍ତ କେଉଁଠି ସେମାନେ ଅପେକ୍ଷା କରିଥିଲେ ଓ ମାନସଙ୍କୁ କେମିତି ଭାବରେ ଅପହରଣ କରିଥିଲେ, ତାହାକୁ ଦେଖାଇଥିଲେ ଓ ବର୍ଣ୍ଣନା ମଧ୍ୟ କରିଥିଲେ। ସେହିପରି ଶର୍ମିଷ୍ଠାଙ୍କୁ ଭୁବନେଶ୍ୱର ସ୍ଥିତ ଦୟାଲ ଆଶ୍ରମକୁ ନିଆଯାଇ ମଧ୍ୟ ସିନକୁ ରିକ୍ରିଏସନ୍ କରାଯାଇଥିଲା। ତା’ପରେ ତାଙ୍କୁ ନୟାଗଡ଼ର ଉକ୍ତ ସ୍ଥାନକୁ ନିଆଯାଇଥିଲା, ଯେଉଁଠି ମାନସଙ୍କର ମୃତଦେହକୁ ସେମାନେ ପୋତି
ଦେଇଥିଲେ।

Leave A Reply

Your email address will not be published.