କରୋନା ବିରୋଧରେ ରୁଷ ତିଆରି କଲା ଦୁନିଆର ପ୍ରଥମ ‘ Nasal Vaccine’

0

Get real time updates directly on you device, subscribe now.

କରୋନା ବିରୋଧରେ ରୁଷ ବଡ ସମାଧାନ କରିଛି । ଋଷୀୟ ଭ୍ୟାକସିନ ସ୍ପୂତନିକ୍ ର ବର୍ତ୍ତମାନ ନେଜଲ୍ ଭର୍ସନ ମଧ୍ୟ ସାମ୍ନାକୁ ଆସିଯାଇଛି । ରୁଷ ତରଫରୁ କୁହାଯାଇଛି ଯେ ସେ ଦୁନିଆର ପ୍ରଥମ ନେଜଲ ଭ୍ୟାକସିନ ନିର୍ମାଣ କରିଦେଇଛି । ଏହି ସ୍ପୂତନିକ ଭ୍ୟାକସିନର ହିଁ ଗୋଟିଏ ନୂତନ ରୂପ ଅଟେ ।

ରୁଷ ତିଆରି କଲା ପ୍ରଥମ ନେଜଲ ଭ୍ୟାକସିନ :-

ଦୀର୍ଘ ସମୟ ଧରି ରୁଷ ଦ୍ଵାରା ନେଜଲ ଭ୍ୟାକସିନର ଟ୍ରାଏଲ୍ ଚାଲିଥିଲା । କିଛି ଅନ୍ୟ ଦେଶ ମଧ୍ୟ ଏହି ଦିଗରେ କାମ କରୁଥିଲେ । କିନ୍ତୁ ସର୍ବପ୍ରଥମେ ସଫଳତା ହାସଲ କରିଥିବା ଦେଶ ବର୍ତ୍ତମାନ ରୁଷ ହୋଇଛି । କୁହାଯାଉଛି ଯେ ନେଜଲ ଭ୍ୟାକସିନ ଆସିବାରୁ କରୋନା ବିରୋଧରେ ଜାରି ଦୁନିଆର ଏହି ଯୁଦ୍ଧ ଆହୁରି ଅଧିକ ସହଜ ହୋଇପାରେ । ବର୍ତ୍ତମାନ ସୂଚନା ପାଇଁ କହିରଖୁଛୁ ଯେ ନେଜଲ ଭ୍ୟାକସିନ ନାକ ମାଧ୍ୟମରେ ଦିଆଯାଏ ।

ଏହାକୁ ଇଣ୍ଟ୍ରାନେଜଲ ଭ୍ୟାକସିନ ମଧ୍ୟ କୁହାଯାଏ । ଯେଉଁ ଭ୍ୟାକସିନ ମାଂସପେଶୀ ଗୁଡିକରେ ଇଞ୍ଜେକସନ ମାଧ୍ୟମରେ ଦିଆଯାଇଥାଏ, ତାହା ଇଣ୍ଟ୍ରାମସ୍କୁଲାର ଭ୍ୟାକସିନ ହୋଇଥାଏ । କୁହାଯାଉଛି ଯେ ଏହି ନେଜାଲ ଭ୍ୟାକସିନ ଗୋଟିଏ ସ୍ପ୍ରେ ଭଳି ଦିଆଯାଇପାରେ ।

ଭାରତ ମଧ୍ୟ କରୁଛି ପ୍ରସ୍ତୁତି :-

ଏମିତିରେ ଭାରତ ମଧ୍ୟ କରୋନା ବିରୋଧରେ ଗୋଟିଏ ନେଜାଲ ଭ୍ୟାକସିନ ପ୍ରସ୍ତୁତ କରୁଛି । ନିଜେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଅନେକ ଅବସରରେ ଏହାକୁ ପ୍ରକାଶ କରିଛନ୍ତି । ଏହି ଭ୍ୟାକସିନ ଭାରତ ବାୟୋଟିକ ଦ୍ଵାରା WUSM ସହିତ ମିଶି ପ୍ରସ୍ତୁତ କରାଯାଉଛି ।

ଇଞ୍ଜେକସନ ବାଲା ଭ୍ୟାକସିନ ତୁଳନାରେ ଏହାର ଅଧିକ ଫାଇଦା ଅଛି ବୋଲି କୁହାଯାଉଛି । ଏକ୍ସ୍ପର୍ଟ ମାନେ ମଧ୍ୟ କହୁଛନ୍ତି ଯେ ଏହି ଭ୍ୟାକସିନର ଲୋକମାନଙ୍କ ଉପରେ କମ୍ ସାଇଡ ଇଫେକ୍ଟ୍ ରହିବ ଏବଂ ଏହି କାରଣରୁ ଇଞ୍ଜେକସନ ଏବଂ ଛୁଞ୍ଚିର ଅଳିଆ ମଧ୍ୟ କମ୍ ରହିବ ।

Leave A Reply

Your email address will not be published.