ଏହି ପ୍ରସିଦ୍ଧ ଖେଳାଳିଙ୍କ ବଡ ଭବିଷ୍ୟବାଣୀ : ୨୦୨୨ ମସିହାରେ ଏହି ଟିମ ହେବ ଆଇପିଏଲ ଚାମ୍ପିୟାନ !

0

Get real time updates directly on you device, subscribe now.

ଆଇପିଏଲ ଦୁନିଆର ସବୁଠାରୁ ଅଧିକ ଦେଖାଯାଉଥିବା ଲିଗ ଅଟେ। ଏଠାରେ ଖେଳିବା ଦ୍ଵାରା ଖେଳାଳିଙ୍କୁ ନେମ ଓ ଫେମ ସବୁ ମିଳିଥାଏ। ଏହାକୁ ନେଇ ଅଷ୍ଟ୍ରେଲିଆ ପୂର୍ବ କ୍ରିକେଟର ମାଥୟୁ ହେଡେନ ଭବିଷ୍ୟବାଣୀ କରିଛନ୍ତି। ସେ ଆଇପିଏଲର ଏକ ଟିମକୁ ଚମ୍ପିୟାନ ହେବାର ଭବିଷ୍ୟବାଣୀ କରିଛନ୍ତି।

ଏହି ଟିମକୁ କହିଛନ୍ତି ପ୍ରବଳ ଦାବିଦାର:-

ଅଷ୍ଟ୍ରେଲିଆର ପୂର୍ବ କ୍ରିକେଟର ମାଥୟୁ ହେଡେନ କହିଛନ୍ତି କି, ସିଏସକେ ନିଜର ପ୍ରଥମ ମ୍ୟାଚରେ କେକେଆର ସହିତ ହାରିବାପରେ ନିରାଶ ହୋଇନାହିଁ। ରବୀନ୍ଦ୍ର ଜାଡେଜା ଏହି ଦଳର ନୂଆ ଅଧିନାୟକ ଅଟନ୍ତି ଓ ତାଙ୍କର ଟପ ଅର୍ଡର ପୂର୍ବଭଳି କାମ କରିନାହିଁ। କିନ୍ତୁ ଦଳ ପାଖରେ ବହୁତ ଅନୁଭବ ରହିଛି। ତାଙ୍କର କହିବା ହେଲା ଚେନ୍ନାଇ ନିଜର ଆଗାମୀ ମ୍ୟାଚ ବହୁତ ଭଲ ପ୍ରଦର୍ଶନ କରିବ। ସେ କହିଛନ୍ତି କି, ଚେନ୍ନାଇର ଆଗାମୀ ମ୍ୟାଚରେ ଅଲରାଉଣ୍ଡର ମୋଇନ ଅଲ୍ଲୀ ଉପଲବ୍ଧ ହୋଇଯିବେ।

ଏହିଥର ବହୁତ ଦୁର୍ବଳ ଅଟେ ସିଏସକେ! :-

ଚେନ୍ନାଇ ସୁପର କିଙ୍ଗସକୁ ମହେନ୍ଦ୍ର ସିଂହ ଧୋନୀ ଚାରିଥର ଚମ୍ପିୟାନ କରାଇବାରେ ମୁଖ୍ୟ ଭୂମିକା ନିଭାଇଥିଲେ। 2022 ଆଇପିଏଲରେ ମହେନ୍ଦ୍ର ସିଂହ ଧୋନୀ ଅଧିନାୟକ ପଦ ଛାଡ଼ିଦେଇଛନ୍ତି। ଏହାପରେ ରବୀନ୍ଦ୍ର ଜାଡେଜାଙ୍କୁ ଅଧିନାୟକ ପଦ ଦିଆଯାଇଥିଲା। ଜାଡେଜାଙ୍କ ପାଖରେ ଅଧିନାୟକ ପଦର ଅନୁଭବ ନାହିଁ ଓ ତାଙ୍କ ପାଖରେ ଫାଫ ଡୁ ପ୍ଲେସିସଙ୍କ ଭଳି ଓପନର ବ୍ୟଟ୍ସମ୍ୟାନ ନାହିଁ, ଯିଏକି ତାଙ୍କୁ ମ୍ୟାଚ ଜିତାଇ ପାରିବ। ଆଇପିଏଲ 2022 ରେ ଚେନ୍ନାଇ ସୁପର କିଙ୍ଗସକୁ ସୁରେଶ ରାଇନାଙ୍କ ଅନୁପସ୍ଥିତି ଅନୁଭବ ହୋଇଥିଲା। ଶାର୍ଦୁଲ ଠାକୁର ମଧ୍ୟ ଦିଲ୍ଲୀରେ ଖେଳୁଛନ୍ତି କହିବାକୁ ଗଲେ ଚେନ୍ନାଇ ବର୍ତ୍ତମାନ ସନ୍ତୁଳିତ ନଜର ଆସୁନାହିଁ।

କେକେଆର ବିପକ୍ଷରେ ପରାଜୟର ସାମ୍ନା:-

ସିଏସକେ ନିଜର ପ୍ରଥମ ମ୍ୟାଚ କେକେଆର ବିପକ୍ଷରେ 6 ଉଇକେଟରେ ପରାଜୟର ସାମ୍ନା କରିଥିଲା। ଏହି ମ୍ୟାଚରେ ସିଏସକେ ର ବୋଲିଂ ଓ ବ୍ୟାଟିଂ ସମ୍ପୂର୍ଣ୍ଣ ଭାବରେ ଫେଲ ମାରିଥିଲା। କେବଳ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ ଏକ ଚମତ୍କାର ପାଳି ଖେଳିଥିଲେ। ସେ 38 ବଲରେ 50 ରନ ବନାଇଥିଲେ। ସିଏସକେ ଟିମ ପ୍ରଥମେ ବ୍ୟାଟିଂ କରି 131 ରନ ବନାଇଥିଲେ। କେକେଆର ପାଇଁ ଉମେଶ ଯାଦବ ବହୁତ ଶାନଦାର ବୋଲିଂ କଲେ। ସେ ମ୍ୟାଚରେ ଦୁଇଟି ଉଇକେଟ ନେଇଥିଲେ ଓ ଆଜିଙ୍କ୍ୟ ରାହାଣେ 44 ରନ ବନାଇଥିଲେ।

Leave A Reply

Your email address will not be published.