ବରର ଜଣେ ବନ୍ଧୁ ହେବାକୁ ଯାଉଥିବା ଭାଉଜକୁ କରିଦେଲା ପ୍ରପୋଜ,ଆଉ ବିବାହର ଗୋଟିଏ ବର୍ଷ ପରେ ବଧୂ କରିଦେଲା ଏମିତି ‘କାଣ୍ଡ’,ଜାଣନ୍ତୁ ପୁରା ଘଟଣା

0

Get real time updates directly on you device, subscribe now.

ନିଜ ବାହାଘରରେ ବର – କନ୍ୟା ଯଦି ସବୁଠୁ ଅଧିକ ଖୁସି କାହା ଆସିବାରେ ହୋଇଥାନ୍ତି,ତେବେ ସେ ତାଙ୍କ ବେଷ୍ଟ ଫ୍ରେଣ୍ଡଙ୍କ ଆସିବାରେ ହୋଇଥାନ୍ତି । କିନ୍ତୁ ଟିକେ ଭାବନ୍ତୁ ଯଦି ବରର ବେଷ୍ଟ ଫ୍ରେଣ୍ଡ ବାହାଘରରେ ନୂଆ ବଧୂ ଅର୍ଥାତ ହେବାକୁ ଯାଉଥିବା ଭାଉଜକୁ ହିଁ ପ୍ରପୋଜ୍ କରିଦିଏ ତ କଣ ହେବ ? ଭାବନ୍ତୁ ସେହି ସମୟରେ ବର ଉପରେ କଣ ବିତିବ । ତେବେ ଯଦି ବଧୂ ବି ବରର ଠୁ ଛାଡ଼ପତ୍ର ନେଇ ବରର ବନ୍ଧୁକୁ ହିଁ ବିବାହ କରିନେବ ତେବେ ଏହା ଠାରୁ ଆଶ୍ଚର୍ଯ୍ୟ କରିବା ଭଳି କଥା ଆଉ କଣ ବା ନହେଇପାରିବ ?

ବରର ବନ୍ଧୁ ବଧୂକୁ କଲା ପ୍ରପୋଜ :-

‘ଦି ସନ’ ରିପୋର୍ଟ ଅନୁଯାୟୀ,ଡେସିରି ହ୍ଵାଇଟ୍ ନାମକ ବର ନିଜ ସାଥିରେ ବିତିଥିବା ଏହି ଘଟଣା ବିଷୟରେ ନିଜେ ହିଁ ଦୁନିଆ ସାମ୍ନାରେ କହିଛନ୍ତି । ଡେସିରି କହିଛନ୍ତି କି ୨୦୧୦ ରେ ତାଙ୍କ ବିବାହ ହୋଇଥିଲା । ସେହି ସମୟରେ ତାଙ୍କ ପତିଙ୍କ ବେଷ୍ଟ ଫ୍ରେଣ୍ଡ ବିବାହର ସ୍ପିଚ ରେ ସମସ୍ତଙ୍କ ସାମ୍ନାରେ ତାଙ୍କୁ ପ୍ରପୋସ୍ କରିଦେଇଥିଲେ । ଏହା ଦେଖି ବର – କନ୍ୟା ସମେତ ବିବାହରେ ଆସିଥିବା ସମସ୍ତ କୁଣିଆ ଏବଂ ବନ୍ଧୁବାନ୍ଧବ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଡେସିରି କହିଲେ କି ଯେତେବେଳେ ତାଙ୍କ ସ୍ୱାମୀଙ୍କ ବନ୍ଧୁ ବିବାହ ସମୟରେ ୱେଣ୍ଡିଙ୍ଗ ସ୍ପିଚ ଦେବାକୁ ପହଁଚିଲେ,ତ ସେ ତାଙ୍କୁ ସମସ୍ତଙ୍କ ସାମ୍ନାରେ ପ୍ରପୋଜ୍ କରିଦେଇ ଥିଲେ ।

ଡେସିରି ହ୍ଵାଇଟ୍ ଙ୍କ ବିବାହରେ ବ୍ରାୟଣ୍ଟ ହ୍ଵାଇଟ୍ ନାମକ ବରଙ୍କ ବନ୍ଧୁ ଉପସ୍ଥିତ ଥିଲେ । ବ୍ରାୟଣ୍ଟ ପାର୍ଟିରେ ଅଧିକ ମଦ ପିଇନେଇଥିଲେ । ଯେତେବେଳେ ସେ ବିବାହର ସ୍ପିଚ ଦେବାକୁ ଷ୍ଟେଜ ଉପରେ ପହଂଚିଲେ ତ ବଧୂକୁ ଦେଖିବା ମାତ୍ରେ ହିଁ ହୋସ ହରେଇ ବସିଲେ । ଏହା ପରେ ଯେତେବେଳେ ତାଙ୍କୁ ୱେଣ୍ଡିଙ୍ଗ ସ୍ପିଚ ଦେବା ପାଇଁ କୁହାଗଲା,ସେତେବେଳେ ସେ ବଧୂକୁ ସିଧା ତାଙ୍କ ହୃଦୟ କଥା କହିଦେଲେ । ବ୍ରାୟଣ୍ଟ କହିଲେ,’ଯେତେବେଳେ ମୁଁ ପ୍ରଥମ ଥର ଡେସିରିଙ୍କୁ ଦେଖିଥିଲି ତ ସେତେବେଳେ ମୋତେ ତାଙ୍କ ସହ ପ୍ରେମ ହୋଇଯାଇଥିଲା । ଡେସିରି ତାଙ୍କ ମାନଙ୍କ ଭିତରେ ସବୁଠୁ ଖାସ ଅଟନ୍ତି,ଯେଉଁ ସବୁ ଝିଅଙ୍କୁ ସେ ଆଜି ପର୍ଯ୍ୟନ୍ତ ଭେଟିଛନ୍ତି । ତେବେ ଯେତେବେଳେ ମୋତେ ସୂଚନା ମିଳିଲା କି ତାଙ୍କର ଗୋଟିଏ ବୟ ଫ୍ରେଣ୍ଡ ଅଛି ତ ମୁଁ ତାଙ୍କ ବୟ ଫ୍ରେଣ୍ଡଙ୍କ ସହ ବନ୍ଧୁତା ସ୍ଥାପନ କରିଦେଲି । ତୁମ ଦୁଇଜଣଙ୍କୁ ବିବାହ ପାଇଁ ଶୁଭକାମନା ।

ବଧୂ ସମ୍ପର୍କ ଭାଙ୍ଗି ବରର ବନ୍ଧୁଙ୍କ ସହ କଲେ ବିବାହ :-

ଡେସିରି ଏହା ଆଗକୁ କହୁଛନ୍ତି କି ଯଦିଓ ସେ ସେଦିନ ତାଙ୍କ ବିବାହ ବ୍ରାୟଣ୍ଟଙ୍କ ସହ ହୋଇପାରିଲା ନାହିଁ,କିନ୍ତୁ ସେମାନଙ୍କର ବିବାହ ମଧ୍ୟ ଅଧିକ ଦିନ ତିଷ୍ଠି ରହିଲା ନାହିଁ । ବିବାହର ଗୋଟିଏ ବର୍ଷ ପରେ ହିଁ ସେ ତାଙ୍କ ସ୍ୱାମୀଙ୍କ ଠାରୁ ଛାଡ଼ପତ୍ର ନେଇନେଲେ ଏବଂ ୨୦୧୨ରେ ବ୍ରାୟଣ୍ଟଙ୍କ ସହ ବିବାହ କରିନେଲେ । ସେ ଦୁଇଜଣଙ୍କର ଏବେ ୪ଟା ପିଲା ଅଛନ୍ତି ଏବଂ ଦୁହେଁ ଦୁହିଁଙ୍କ ସହ ବହୁତ ଖୁସି ଅଛନ୍ତି । ଡେସିରି କହିଛନ୍ତି କି ବର୍ତ୍ତମାନ ତାଙ୍କର ହସବ୍ୟାଣ୍ଡ ଏବଂ ଏକ୍ସ – ହସବ୍ୟାଣ୍ଡ ବହୁତ ଭଲ ବନ୍ଧୁ ଅଟନ୍ତି ।

Leave A Reply

Your email address will not be published.