ଆଜିଠାରୁ ବଡ ପରିବର୍ତ୍ତନ : ଥଣ୍ଡା, ଜ୍ୱର ଭଳି ସମସ୍ତ ଜରୁରୀ ଔଷଧର ମୂଲ୍ୟ ବଢିବ

0

Get real time updates directly on you device, subscribe now.

ପ୍ରତ୍ୟେକ ମାସର ପ୍ରଥମ ଦିନରେ କୌଣସି ନା କୌଣସି ଛୋଟମୋଟ ପରିବର୍ତ୍ତନ ହେଉଥିବାର ଦେଖାଯାଉଛି। ଆର୍ଥିକ ମାସ ମାର୍ଚ୍ଚରେ ମଧ୍ୟ କିଛି ପରିବର୍ତ୍ତନ ଦେଖିବାକୁ ମିଳିଥିବା ସମୟରେ ଏପ୍ରିଲ ମାସର ପ୍ରଥମ ତାରିଖ ବା ଆଜିଠାରୁ ଅନେକ କିଛି ପରିବର୍ତ୍ତନ ହୋଇଛି। ମାସ ଆରମ୍ଭରୁ ପିଏଫ ଆକାଉଣ୍ଟଠାରୁ ନେଇ ଜିଏସଟି ପର୍ଯ୍ୟନ୍ତ ଅନେକ ନିୟମରେ ପରିବର୍ତ୍ତନ ହୋଇଯାଇଛି। ତେବେ ଆସନ୍ତୁ ଜାଣିବା ବର୍ତ୍ତମାନ କେଉଁ କେଉଁ ନିୟମରେ ସବୁ ପରିବର୍ତ୍ତନ ହୋଇଛି, କଣ ମହାଙ୍ଗା ହୋଇଛି ଓ ଶସ୍ତା କଣ ହୋଇଛି।

ପିଏଫ ଆକାଉଣ୍ଟର ଟିକସରେ ପରିବର୍ତ୍ତନ:-

ପିଏଫକୁ ୨.୫ ଲକ୍ଷକୁ ଅଧିକ ଯୋଗଦାନ ଟିକସଯୋଗ୍ୟ
ନୂଆ ମାସରୁ ସବୁଠାରୁ ବଡ ପରିବର୍ତ୍ତନ ହେଉଛି। ପିଏଫ ଆକାଉଣ୍ଟରେ ଅଧିକ ଯୋଗଦାନ କ୍ଷେତ୍ରରେ ସରକାର ସୀମା ଧାର୍ଯ୍ୟ କରିଛନ୍ତି। କେନ୍ଦ୍ରୀୟ ପ୍ରତ୍ୟେକ୍ଷ ଟିକସ ବୋର୍ଡ ଆୟକର ନିୟମ ୨୦୨୧ ଅନୁସାରେ, ଇପିଏଫ ଖାତାରେ ୨.୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଟିକସମୁକ୍ତ ଅର୍ଥ ଯୋଗଦାନ କ୍ଷେତ୍ରରେ ସୀମା ଲାଗୁ କରାଯାଇଛି। ଅଧିକ ଅର୍ଥ ଯୋଗଦାନ କ୍ଷେତ୍ରରେ ହେଉଥିବା ଆୟ ଉପରେ ସଦସ୍ୟ ଟିକସ ଦେବେ। ଏଥିସହ ସରକାରୀ କର୍ମଚାରୀଙ୍କ ଇପିଏଫକୁ ଟିକସମୁକ୍ତ ଅର୍ଥ ଯୋଗଦାନର ସୀମା ବାର୍ଷିକ ୫ଲକ୍ଷ ଟଙ୍କା ରଖାଯାଇଛି।

କ୍ରିପ୍ଟୋରୁ ଆୟ ଉପରେ ଲାଗଲା ଟିକସ:-

ଆଜିଠାରୁ ଏକ ପ୍ରମୁଖ ପରିବର୍ତ୍ତନ ହେବା ପାଇଁ ଯାଉଛି, କ୍ରିପ୍ଟୋକରେନ୍ସି ଉପରେ ଟିକସ ଲାଗୁ ବ୍ୟବସ୍ଥା ହୋଇଛି। ୨୦୨୨-୨୩ ବଜେଟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସମସ୍ତ ଭର୍ଚୁଆଲ ଡିଜିଟାଲ ସମ୍ପତ୍ତି କିମ୍ବା କ୍ରିପ୍ଟୋ କରେନ୍ସି ଉପରେ ୩୦ ପ୍ରତିଶତ ଟିକସ ଘୋଷଣା କରିଛନ୍ତି। ଏହା ଅଧିନରେ ଯଦି ନିବେଶକ କ୍ରିପ୍ଟୋ ସମ୍ପତ୍ତି ବିକ୍ରୟ କରିବାରେ କିଛି ଲାଭ କରନ୍ତି ତେବେ ତାଙ୍କୁ ମଧ୍ୟ ସରକାରଙ୍କୁ ଟିକସ ଦେବାକୁ ପଡିବ।

ଡାକଘରର ଆୟ:-

ଡାକ ଘର ମାସିକ ଆୟ ଯୋଜନା, ବରିଷ୍ଠ ନାଗରିକ ସଞ୍ଚୟ ଜମା କିମ୍ବା ଡାକଘର ଅବଧି ଜମା ଯୋଜନାରେ ବିନିଯୋଗ ସହ ଜଡିତ ନିୟମରେ ପରିବର୍ତ୍ତନ ହେବାକୁ ଯାଉଛି। ଏହି ଯୋଜନାଗୁଡିକରେ ସୁଧର ପରିମାଣ ଏପ୍ରିଲ ପହିଲାରୁ ନଗଦ ଆକାରରେ ଉପଲବ୍ଧ ହେବ ନାହିଁ। ଏଥିପାଇଁ ଆପଣଙ୍କୁ ସଞ୍ଚୟ ଖାତା ଖୋଲିବା ପାଇଁ ପଡିବ।

ମହଙ୍ଗା ହେଲା ଔଷଧ:-

ସାଧାରଣ ଲୋକମାନଙ୍କ ପାଇଁ ଔଷଧର ମୂଲ୍ୟ ବୃଦ୍ଧି ଚିନ୍ତା ବଢାଇଲା। ମୁଦ୍ରାସ୍ପୀତିର ପ୍ରଭାବରେ ୮ଶହ ଜରୁରୀ ଔଷଧର ମୂଲ୍ୟ ୧୦.୭ ପ୍ରତିଶତ ବୃଦ୍ଧି ହୋଇଛି। ଏଥିରେ ଜ୍ଵର, ସଂକ୍ରମଣ, ଚକ୍ତଚାପ, ହୃଦରୋଗ ଭଳି ରୋଗରେ ଉପଯୋଗ ହେଉଥିବା ଔଷଧର ମଧ୍ୟ ମୂଲ୍ୟ ବଢିଛି।

ଇ-ଚାଲାଣ ନିୟମ ହେବ ସରଳ:-

ସିବିଆଇସି ଦ୍ରବ୍ୟ ଏବଂ ଜିଏସଟି ଅଧିନରେ ଇ-ଚାଲାଣ ପ୍ରଦାନର କାରବାର ସୀମାକୁ ମଧ୍ୟ ୫୦ କୋଟି ଟଙ୍କାରୁ ୨୦ କୋଟି ଟଙ୍କାକୁ ହ୍ରାସ କରାଯାଇଛି।

ଆକ୍ସିସ ବ୍ୟାଙ୍କ ନିୟମରେ ଏକ ବଡ ପରିବର୍ତ୍ତନ:-

ଯେଉଁ ଗ୍ରାହକଙ୍କ ପାଇଁ ଆକ୍ସିସ୍ ବ୍ୟାଙ୍କରେ ଦରମା କିମ୍ବା ସଞ୍ଚୟ ଖାତା ଅଛି ସେମାନଙ୍କ ପାଇଁ ବଡ ଖବର ଆସିଛି। ବ୍ୟାଙ୍କ ସଞ୍ଚୟ ଖାତାରେ ସର୍ବନିମ୍ନ ବାଲାନ୍ସ ସୀମାକୁ ୧୦ହଜାର ରୁ ୧୨ହଜାର ଟଙ୍କାକୁ ବୃଦ୍ଧି କରିଦିଆଯାଇଛି।

ଗ୍ୟାସ ସିଲିଣ୍ଡର ମୂଲ୍ୟ ହେଲା ବୃଦ୍ଧି:-

ପ୍ରତ୍ୟେକ ମାସ ପରି ଚଳିତ ମାସରେ ପୁଣିଥରେ ଗ୍ୟାସ ସିଲିଣ୍ଡରର ମୂଲ୍ୟରେ ପରିବର୍ତ୍ତନ ହୋଇପାରେ ବୋଲି କୁହାଯାଉଛି। ବର୍ତ୍ତମାନ ଦେଶରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ଦିନକୁ ଦିନ ବଢିଚାଲିଛି। ସେହିଭଳି ଭାବରେ ଗ୍ୟାସର ଦର ପୁଣି ବଢିବ ବୋଲି ଏକ ସୂଚନାରୁ ଜଣାପଡିଛି। ନିକଟରେ ଏଲପିଜି ସିଲିଣ୍ଡରର ମୂଲ୍ୟରେ ୫୦ ଟଙ୍କା ବୃଦ୍ଧି ହୋଇଥିଲା, ଯାହାକି ସାଧାରଣ ଲୋକମାନଙ୍କୁ ବହୁତ ଚିନ୍ତାରେ ପକାଇଥିଲା।

Leave A Reply

Your email address will not be published.