ପୂଅ ବୟସର ପ୍ରେମିକ ସହିତ ରହିଲେ ଲିଭଇନ ରିଲେସନରେ, ୬୭ ବର୍ଷୀୟା ମହିଳା ଏକାଠି ରହିବା ପାଇଁ କୋର୍ଟରେ କରିଲେ ଆବେଦନ

0

Get real time updates directly on you device, subscribe now.

କଥାରେ ଅଛି ପ୍ରେମ ହେଉଛି ଅନ୍ଧ। କେତେବେଳେ କାହାକୁ ପ୍ରେମ ହୋଇଯାଏ ତାହା ଜଣାପଡେ ନାହିଁ। ପ୍ରେମ ଜାତି, ଧର୍ମ କି ରଙ୍ଗରୂପ ଦେଖେ ନାହିଁ। କାହାକୁ କେତେ ବେଳେ କାହା ସହିତ ପ୍ରେମ ହୋଇଯାଇପାରେ। ଏହା ଏକ ସୁନ୍ଦର ଅନୁଭବ ଅଟେ। ଆଜିକାଲି କମ ବୟସର ପୁଅମାନେ ମଧ୍ୟ ନିଜ ଠାରୁ ବଡ଼ ପୁଅଙ୍କୁ ପ୍ରେମ କରୁଥିବାର ଦେଖିବାକୁ ମିଳୁଛି। ମଧ୍ୟ ପ୍ରଦେଶର ଗ୍ଵାଲିୟରରେ ସେଭଳି ଏକ ନିଆରା ପ୍ରେମ କାହାଣୀ ଦେଖିବାକୁ ମିଳିଛି। ଏଠାରେ ଜଣେ ୬୭ ବର୍ଷୀୟା ମହିଳାଙ୍କର ହୃଦୟ ୨୮ ବର୍ଷର ଯୁବକଙ୍କ ଉପରେ ଆସିଯାଇଛି। ତେବେ ଖାସ କଥା ହେଉଛିକି ଯୁବକ ଜଣକ ମଧ୍ୟ ମହିଳାଙ୍କୁ ନିଜର ହୃଦୟ ଦେଇ ବସିଛନ୍ତି ଓ ଉଭୟେ ବିବାହ କରିବା ପାଇଁ କୋର୍ଟରେ ପହଞ୍ଚିଛନ୍ତି। ଉଭୟେ ଏକାଠି ଲିଭଇନରେ ରହିବା ପାଇଁ କୋର୍ଟ ପେପରରେ ଏକ ଦସ୍ତଖତ କରିଛନ୍ତି।

ବୟସର ବାଡ଼ ବତା ଏମାନଙ୍କ ପାଇଁ କିଛି କାଟୁ କରିନାହିଁ। ସମାଜର ନୀତି ନିୟମକୁ ମଧ୍ୟ ଏମାନେ ଖାତିର କରିନାହାନ୍ତି। କେବଳ ପ୍ରେମ ପାଇଁ। ଉଭୟ ପରସ୍ପର ସହ ସାରା ଜୀବନ ରହିବା ପାଇଁ ଇଚ୍ଛା କରିଛନ୍ତି। ଏଥିପାଇଁ କୋର୍ଟଙ୍କ ମଞ୍ଜୁରୀ ଚାହିଁଛନ୍ତି। ୬୭ ବର୍ଷର ରାମକଲୀ ନିଜର ପୁଅ ବୟସର ୨୮ ବର୍ଷର ଭୋଲୁଙ୍କୁ ଭଲ ପାଇ ବସିଛନ୍ତି। ଏହି ପ୍ରେମୀ ଯୁଗଳ ପରସ୍ପରକୁ ବହୁତ ପ୍ରେମ କରନ୍ତି। ଏକାଠି ରହିବାକୁ ମଧ୍ୟ ଚାହୁଁଛନ୍ତି, କିନ୍ତୁ ବିବାହ କରିବାକୁ ନୁହେଁ। ଏଣୁ ଏମାନେ ଲିଭଇନ ରିଲେସନ୍‌ସିପ୍‌ରେ ରହିବା ପାଇଁ ଇଚ୍ଛା ପ୍ରକାଶ କରିଛନ୍ତି।

ରାମକଲୀ ଓ ଭୋଲୁ ନିଜର ସମ୍ପର୍କରେ ମୋହର ମାରିବା ପାଇଁ କୋର୍ଟରେ ନୋଟାରୀ କରାଇଛନ୍ତି। ଉଭୟେ କହିଛନ୍ତିକି, ଆମେ ପରସ୍ପରକୁ ବହୁତ ଭଲ ପାଉଛୁ ଓ ଏକାଠି ରହିବା ପାଇଁ ଚାହୁଁଛୁ। ଉଭୟେ ସାବାଳକ ଅଟନ୍ତି। ଲିଭଇନରେ ରହିବା ସମୟରେ ଭବିଷ୍ୟତରେ ଯେମିତି କୌଣସି ପ୍ରକାର ସମସ୍ୟା ନ ହୁଏ, ତେଣୁ ସେମାନେ ନିଜର ସମ୍ପର୍କକୁ କୋର୍ଟରେ ନୋଟାରୀ କରି ନିଜ ପାଇଁ ମଞ୍ଜୁରୀ ନେଇଛନ୍ତି।

Leave A Reply

Your email address will not be published.