ବସ୍ତି ବାସିନ୍ଦାମାନଙ୍କ ପାଇଁ ଖୁସି ଖବର: ଏଣିକି ୪୫ ବର୍ଗମିଟର ପର୍ଯ୍ୟନ୍ତ ରାଜ୍ୟ ସରକାର ମାଗଣାରେ ଜମି ଯୋଗାଇବେ

0

Get real time updates directly on you device, subscribe now.

ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ରହୁଥିବା ବସ୍ତିବାସିନ୍ଦାମାନଙ୍କ ପାଇଁ ଏକ ଖୁସି ଖବର ଆସିଛି। ଏଣିକି ସେମାନଙ୍କୁ ରାଜ୍ୟ ସରକାର ମାଗଣାରେ ଜମି ଯୋଗାଇବେ। ସେମାନେ ରହୁଥିବା ସ୍ଥାନରେ ଜମିର ଅଧିକାର ମିଳିବ। ଏ ସମ୍ପର୍କରେ ଓଡ଼ିଶା ପୌର ନିଗମ ସଂଶୋଧନ ବିଲ୍‌ ଆଜି ବିଧାନସଭାରେ ପାରିତ ହୋଇଛି। ଏହି ବସ୍ତିଗୁଡ଼ିକରେ ୪୫ ବର୍ଗମିଟର ପର୍ଯ୍ୟନ୍ତ ଜମି ଉପରେ ବସ୍ତିବାସିନ୍ଦାମାନଙ୍କୁ ଜମିର ଅଧିକାର ମିଳିବ।

ସେହିପରି ଅର୍ଥନୈତିକ ଦୁର୍ବଳ ବସ୍ତିବାସିନ୍ଦାମାନଙ୍କ ପାଇଁ ୩୦ ବର୍ଗମିଟର ଜମି ମାଗଣାରେ ସରକାର ଯୋଗାଇବେ। ଜମି ଅଧିକାର ସହିତ ସେମାନଙ୍କୁ ପ୍ରଧାନମନ୍ତ୍ରୀ ସହରାଞ୍ଚଳ ଆବାସ ଯୋଜନାରେ ମଧ୍ୟ ସାମିଲ କରାଯିବ। ରାଜ୍ୟ ସରକାରଙ୍କର ଏହି ନୂଆ ଆଇନ ଯୋଗୁଁ ୫ଟି ମହାନଗର ନିଗମର ପ୍ରାୟ ଅଢେଇ ଲକ୍ଷ ପରିବାର ପାଇଁ ଉପକୃତ ହେବ। ସେହିପରି ମହାପ୍ରଭୁ ଜଗନ୍ନାଥ ମନ୍ଦିର ପରିଚାଳନା କମିଟିର ଜମିଜମାକୁ ଦୀର୍ଘଦିନ ଧରି ଦଖଲ କରି ଆସୁଥିଲେ ମଧ୍ୟ ଲୋକମାନଙ୍କ ପାଖରେ କୌଣସି ପ୍ରକାର ଅଧିକାର ନଥିଲା।

ଏହି ଜମିକୁ ସେମାନଙ୍କ ସପକ୍ଷରେ ହସ୍ତାନ୍ତରଣ କରିବା ପାଇଁ ଶ୍ରୀଜଗନ୍ନାଥ ମନ୍ଦିର ସଂଶୋଧନ ବିଲକୁ ଆଜି ବିଧାନସଭାରେ ପାରିତ କରାଯାଇଛି। ବର୍ଷ ବର୍ଷ ଧରି ଦଖଲରେ କରାଯାଇଥିବା ମହାପ୍ରଭୁଙ୍କ ଜମିକୁ ପୂର୍ବରୁ ହସ୍ତାନ୍ତର କରିବା ପାଇଁ ସରକାରଙ୍କ ଠାରୁ ଅନୁମତି ଆଣିବାକୁ ପଡୁଥିଲା। ସଂଶୋଧିତ ବିଲ ପାଇଁ ଆଉ ସରକାରଙ୍କୁ ଠାରୁ ଅନୁମତିର କୌଣସି ଆବଶ୍ୟକ ହେବନାହିଁ। ଏଥିରେ ହଜାର ହଜାର ଲୋକ ଅନେକ ମାତ୍ରାରେ ଉପକୃତ ହେବେ।

Leave A Reply

Your email address will not be published.