Petrol-Diesel Price Today : କମୁନାହିଁ ତେଲର ଦାମ, ପେଟ୍ରୋଲ- ଡିଜେଲ ଉପରେ ଆଜି ପୁଣି 80 ପଇସା ଦର ବୃଦ୍ଧି, ଜାଣନ୍ତୁ ବର୍ତ୍ତମାନର ରେଟ

0

Get real time updates directly on you device, subscribe now.

Petrol-Diesel Price Today 30 March 2022: ଦେଶରେ ପେଟ୍ରୋଲ ଏବଂ ଡିଜେଲ ଦରବୃଦ୍ଧି କମିବାର ନାଁ ନେଉନାହିଁ । ଭାରତୀୟ ପେଟ୍ରୋଲିୟମ କଂପାନୀମାନେ ଆଜି ମାର୍ଚ୍ଚ 30 ତାରିଖ 2022ରେ ମଧ୍ୟ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟରେ ବୃଦ୍ଧି କରିଛନ୍ତି । ଜାତୀୟ ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ- ଡିଜେଲ ଉଭୟ ଇନ୍ଧନ ଦାମରେ ପ୍ରତି ଲିଟର ପିଛା 80-80 ପଇସା ବୃଦ୍ଧି ସହିତ ବର୍ତ୍ତମାନ ପେଟ୍ରୋଲ ଲିଟର ପିଛା 101 ଟଙ୍କା ପାର ହୋଇଗଲାଣି ।

ସାରା ଦେଶରେ ବଢୁଥିବା ପେଟ୍ରୋଲ ଦାମ ପାଇଁ ଲୋକେ ଚିନ୍ତିତ, ପ୍ରାୟ ସବୁ ରାଜ୍ୟରେ ପେଟ୍ରୋଲ 100 ଟଙ୍କାରୁ ଅଧିକ ଦାମରେ ବିକ୍ରି ହେଉଛି । ଏହା ମଧ୍ୟରେ ଗତ 9 ଦିନ ହେଲାଣି ତେଲର ମୂଲ୍ୟରେ କେବଳ ଦରବୃଦ୍ଧି ହେବାରେ ଲାଗିଛି । ଜାତୀୟ ରାଜଧାନୀ ଦିଲ୍ଲୀରେ ବର୍ତ୍ତମାନ ପେଟ୍ରୋଲ ଲିଟର ପିଛା 101.01 ଟଙ୍କା ଏବଂ ଡିଜେଲ ଲିଟର ପିଛା 92.27 ଟଙ୍କା ହୋଇଯାଇଛି ।

କୁହାଯାଉଛି ଯେ ସ୍ଥାନୀୟ ଟ୍ୟାକ୍ସ ଉପରେ ଆଧାର କରି ରାଜ୍ୟ ଗୁଡ଼ିକରେ ପେଟ୍ରୋଲ- ଡିଜେଲ ର ମୂଲ୍ୟ ଅଲଗା ଅଲଗା ହୋଇଥାଏ । ଆସନ୍ତୁ ଜାଣିବା ମୁଖ୍ୟ ମହାନଗର ଗୁଡିକରେ ପେଟ୍ରୋଲ- ଡିଜେଲର ଦାମ…

ଦିଲ୍ଲୀ :-

ପେଟ୍ରୋଲ – ଲିଟର ପିଛା 101.01 ଟଙ୍କା

ଡିଜେଲ – ଲିଟର ପିଛା 92.27 ଟଙ୍କା

ମୁମ୍ବାଇ :-

ପେଟ୍ରୋଲ – ଲିଟର ପିଛା 115.88 ଟଙ୍କା

ଡିଜେଲ – ଲିଟର ପିଛା 100.10 ଟଙ୍କା

ଚେନ୍ନାଇ :-

ପେଟ୍ରୋଲ – ଲିଟର ପିଛା 106.69 ଟଙ୍କା

ଡିଜେଲ – ଲିଟର ପିଛା 96.76 ଟଙ୍କା

କୋଲକାତା :-

ପେଟ୍ରୋଲ – ଲିଟର ପିଛା 110.52 ଟଙ୍କା

ଡିଜେଲ – ଲିଟର ପିଛା 95.42 ଟଙ୍କା

କେଉଁ ଦିନ କେତେ ବଢିଛି ଦାମ ?

ମାର୍ଚ୍ଚ 22 – 80 ପଇସାମା

ର୍ଚ୍ଚ 23 – 80 ପଇସା

ମାର୍ଚ୍ଚ 25 – 80 ପଇସା

ମାର୍ଚ୍ଚ 26 – 80 ପଇସା

ମାର୍ଚ୍ଚ 27 – 50 ପଇସା

ମାର୍ଚ୍ଚ 28 – 30 ପଇସା

ମାର୍ଚ୍ଚ 29 – 80 ପଇସା

ମାର୍ଚ୍ଚ 30 – 80 ପଇସା

SMS ଦ୍ଵାରା ଚେକ୍ କରନ୍ତୁ ପେଟ୍ରୋଲ- ଡିଜେଲର ଦାମ୍ :-

ଆପଣ ଗୋଟିଏ SMS ଦ୍ଵାରା ପ୍ରତିଦିନ ନିଜ ସହରରେ ପେଟ୍ରୋଲ- ଡିଜେଲର ଦାମ୍ ଜାଣିପାରିବେ । ଏଥିପାଇଁ ଇଣ୍ଡିଆନ ଅଏଲର ଗ୍ରାହକଙ୍କୁ RSP କୋଡ RSP 124305 ଲେଖି 9224992249 ନମ୍ୱରରେ ପଠାଇବାକୁ ପଡ଼ିବ ।

Leave A Reply

Your email address will not be published.