ଇଏ ହେଉଛନ୍ତି ଦେଶର ସବୁଠାରୁ ଛୋଟ ଓକିଲ, ଦିନଥିଲା ଉଚ୍ଚତା ପାଇଁ ଉଡାଉଥିଲେ ମଜାକ୍,ଆଜି ସମସ୍ତେ ତାଙ୍କୁ କରୁଛନ୍ତି ସଲାମ ! ଜାଣନ୍ତୁ ତାଙ୍କ ବିଷୟରେ କିଛି
ଆପଣମାନେ ଏହି ଗୀତ ଶୁଣିଥିବେ ,”କାହାକୁ କୈାଣସି ଜିନିଷ ସହଜରେ ମିଳେନାହିଁ… କିନ୍ତୁ କିଛି ଲୋକ ଏପରି ଯେ ନିଜର ପରିଶ୍ରମ ବଳରେ ସଫଳତା ହାସଲ କରି ସ୍ୱପ୍ନ ପୂରଣ କରିଥାନ୍ତି|ଏଭଳି କିଛି କାହାଣୀ ପଞ୍ଜାବରାଜ୍ୟର ଜଳନ୍ଧର ସହରର କୋର୍ଟରେ ଓକିଲ ହରବିନ୍ଦର କୈର |ସେ ରୁଵି ନାମରେ ପରିଚିତ ଓ ଲୋକପ୍ରିୟ|ସେ ତାଙ୍କ ଜୀବନରେ ଆସିଥିବା ସମସ୍ତ ବା-ଧାବି-ଘ୍ନ ଅତିକ୍ରମ କରି ସଫଳତା ପାଇଛନ୍ତି ଓ ଅଲଗା ବ୍ୟକ୍ତିତ୍ଵ ସୃଷ୍ଟି କରିଛନ୍ତି|ଚାଲନ୍ତୁ ସେ ସମ୍ପର୍କରେ ଜାଣିବା
ସୂଚନାଯୋଗ୍ୟ ଯେ ୨୪ ବର୍ଷିୟା ହରବିନ୍ଦରକୁ ସଫଳତା ମା-ମ-ଲାରେ କାହାଠାରୁ ପଛରେ ନାହାନ୍ତି କିନ୍ତୁ ତାଙ୍କ ଉଚ୍ଚତା କମ ହେବା କାରଣରୁ ଲୋକମାନେ ତାଙ୍କୁ କମେଣ୍ଟ କରୁଥିଲେ|ତାଙ୍କ ଉଚ୍ଚତା ୩ ଫୁଟ ୧୧ ଇଞ୍ଚ ଅଟେ କିନ୍ତୁ ସେ ଉଚ୍ଚତାକୁ ସଫଳତାରେ ଯୋଡି ନଥିଲେ|ସେ ଭାରତର ସବୁଠାରୁ ଛୋଟ ଆଡଭୋକେଟ ଅଟନ୍ତି|ଆଜି ସେ ନା କେବଳ ନ୍ୟା-ୟ ଦେବାପାଇଁ କୋର୍ଟରେ ଲ-ଢ଼ୁଛନ୍ତି ଏହା ସହ ତାଙ୍କର ଭଳି ଲୋକଙ୍କ ପ୍ରେରଣା ପାଲଟିଛନ୍ତି|
ମିଡିଆ ରିପୋର୍ଟ ଅନୁସାରେ ରୁବିଙ୍କ ସ୍ୱପ୍ନ ଏୟାର ହଷ୍ଟ୍ରେସ ବନିବା ପାଇଁ ଥିଲା କିନ୍ତୁ କମ ଉଚ୍ଚତା ଯୋଗୁଁ ତାହା ସାକାର ହୋଇ ପାରିଲା ନାହିଁ|ଏକ ଇଣ୍ଟରଭ୍ୟୁ ସମୟରେ ସେ ଏହି କଥାର ଖୁଲାସା କରିଥିଲେ|ଯେତେବେଳେ ତାଙ୍କ ଉଚ୍ଚତା ବଢୁନଥିଲା ପରିବାର ସଦସ୍ୟ ତାଙ୍କୁ ଡାକ୍ତରଙ୍କ ପାଖରେ ଦେଖାଇଲେ ମେଡିଟେସନ ,ଯୋଗ କରାଇଲେ କିନ୍ତୁ କିଛି ପ୍ରଭାବ ପଡିଲା ନାହିଁ|ସେ ଏଥିପାଇଁ ବହୁ ପ୍ରୟାସ କରିଥିଲେ କିନ୍ତୁ ଲୋକମାନେ ମଜାକ ଉଡାଇଥିଲେ|ଫଳରେ ତାଙ୍କୁ ଆ-ତ୍ମହ-ତ୍ୟା କରିବା ବି-ଚା-ର ମଧ୍ୟ ଆସିଥିଲା|
ସେ ଏୟାରହଷ୍ଟ୍ରେସ ବନିବା ସ୍ୱପ୍ନ ଛାଡିଦେଲେ କିନ୍ତୁ ବ୍ୟକ୍ତିତ୍ଵ ବନାଇବା ପାଇଁ ପଛଘୁଞ୍ଚା ଦେଲେ ନାହିଁ|ଦ୍ୱାଦଶ ପଢ଼ିସାରି ସେ ଲ ରେ ପଢ଼ାପଢ଼ି କଲେ ଫଳରେ ସେ ଆଜି ଆଡଭୋକେଟ ଭାବେ କାର୍ଯ୍ୟ କରୁଛନ୍ତି|କିନ୍ତୁ ଏଵେ ତାଙ୍କ ସ୍ୱପ୍ନ ଜଜ୍ ବନିବା ପାଇଁ ରହିଛି ତେଣୁ ସେ ଦିନରାତି ପରିଶ୍ରମ କରୁଛନ୍ତି|
ଏବେ ସେ ଜଳନ୍ଧର କୋର୍ଟରେ ଆଡଭୋକେଟ ଭାବେ କାର୍ଯ୍ୟ କରୁଛନ୍ତି କିନ୍ତୁ ତାଙ୍କ ପାଇଁ ଏହି ଯାତ୍ରା ଏତେ ସହଜ ନଥିଲା|ଲୋକମାନେ ତାଙ୍କର ମଜାକ ଉଡାଉଥିଲେ ଓ ଛୋଟ ଛୁଆ କମେଣ୍ଟ କରୁଥିଲେ|ବହୁବାର କୋର୍ଟ ରୁମରେ ମଧ୍ୟ ରିଡର ତାଙ୍କୁ କହିଲା ଯେ ଛୁଆକୁ ଓକିଲ ଡ୍ରେସ୍ ପିନ୍ଧାଇ କ’ଣ ପାଇଁ ଆଣିଛନ୍ତି|ଏହାପରେ ତାଙ୍କ ଓକିଲ ସାଥିଙ୍କୁ କହିବାକୁ ପଡିଲା ଯେ ସେ ଜଣେ ଆଡଭୋକେଟ ଅଟନ୍ତି|ସେ ଓକିଲ ସହ ମୋଟିଭେସନାଲ ସ୍ପିକର ଅଟନ୍ତି|