ଏହି ପଲିସିରେ ମାସକୁ ମିଳିବ ୧୨ ହଜାର ଟଙ୍କା ପେନସନ, କେବଳ ଥରେ ଜମା କରାଇବାକୁ ପଡ଼ିବ ଟଙ୍କା,ଜାଣନ୍ତୁ ଏହି ପଲିସି ବିଷୟରେ ସଂପୂର୍ଣ୍ଣ ସୂଚନା

0

Get real time updates directly on you device, subscribe now.

ପ୍ରତ୍ୟେକ କର୍ମଚାରୀଙ୍କୁ ଅବସର ପରେ ପ୍ରତିମାସରେ ପେନସନର ଆବଶ୍ୟକ ହୋଇଥାଏ। ଏଥିପାଇଁ ଠିକ ସମୟରେ ପ୍ଲାନିଂ ଏବଂ ଠିକ ସ୍ଥାନରେ ନିବେଶ କରିବା ଆବଶ୍ୟକ ହୋଇଥାଏ। ଦେଶର ସବୁଠାରୁ ବଡ଼ ବୀମା କମ୍ପାନୀ ଏଲଆଇସି ସବୁ ବର୍ଗର ଲୋକମାନଙ୍କ ପାଇଁ ଆବଶ୍ୟକତାକୁ ଧ୍ୟାନରେ ରଖି ଏକ ପ୍ଲାନ ଲଞ୍ଚ କରିଥାଏ। କମ୍ପାନୀ ଲୋକମାନଙ୍କ ପେନସନ ସହିତ ଜଡ଼ିତ ଆବଶ୍ୟକତାକୁ ଧ୍ୟାନରେ ରଖି ଏଲଆଇସି ସରଳ ପେନସନ ପ୍ଲାନର ଆରମ୍ଭ କରିଛି।

ଯଦି ଆପଣ ନିକଟରେ ଅବସର ନେଇଛନ୍ତି ଏବଂ ଆପଣଙ୍କୁ ପିଏଫ ଫଣ୍ଡ ଏବଂ ଗ୍ରାଚୁଇଟି ଟଙ୍କା ମିଳିଛି, ତେବେ ଆପଣ ଏହି ପ୍ଲାନରେ ନିବେଶ କରିପାରିବେ ଏବଂ ପ୍ରତିମାସରେ ପେନସନ ପାଇପାରିବେ। ଏଥିପାଇଁ ଆପଣଙ୍କୁ ଆନ୍ୟୁଟି କିଣିବା ପାଇଁ ହେବ। ଏଲଆଇସି କାଲକୁଲେଟର ଅନୁସାରେ ଯଦି ଆପଣ ୩୦ ଲକ୍ଷ ଟଙ୍କାର ଆନ୍ୟୁଟି କିଣୁଛନ୍ତି ତେବେ ଆପଣଙ୍କୁ ପ୍ରତ୍ୟେକ ମାସରେ ୧୨,୩୮୮ ଟଙ୍କାର ପେନସନ ମଧ୍ୟ ମିଳିବ।

ତେବେ ଆପଣ ଆନ୍ୟୁଟି କିଣିବା ପାଇଁ ବ୍ୟକ୍ତିମାନଙ୍କ ବୟସ ସର୍ବନିମ୍ନ ୪୦ ବର୍ଷ ହୋଇଥିବା ଦରକାର। ସେହିଭଳି ସର୍ବାଧିକ ବୟସ ୮୦ ବର୍ଷ ହୋଇଥିବା ଆବଶ୍ୟକ। ଆପଣ ସର୍ବନିମ୍ନ ୧୨ ହଜାର ଟଙ୍କାର ବାର୍ଷିକ ଆନ୍ୟୁଟି କିଣିପାରିବେ। ଅବଶ୍ୟ ଏଥିରେ ନିବେଶ କରିବା ପାଇଁ କୌଣସି ସୀମା ରଖାଯାଇନାହିଁ । କେହି ବି ବ୍ୟକ୍ତି ଏହି ପ୍ଲାନ ଅନୁସାରେ ଥରେ ପ୍ରିମିୟମ ଭରିବା ପରେ ବାର୍ଷିକ, ଛଅ’ ମାସ, ତିନିମାସ ଆଧାରରେ ପେନସନ ପାଇପାରିବେ।

ଏଲଆଇସିର ସରଳ ପେନସନ ପ୍ଲାନ ଅନୁସାରେ ପଲିସି ଆରମ୍ଭ ହେବାର ୬ ମାସ ପରେ କେହି ବ୍ୟକ୍ତି ଲୋନ ନେଇପାରିବେ। ଜଏଣ୍ଟ ଲାଇଫ ଆନ୍ୟୁଟି ଅପ୍ସନ ନେଇଥିବା ବ୍ୟକ୍ତି ତାଙ୍କର ସମ୍ପର୍କୀୟଙ୍କ ନାମରେ ଏହି ଲୋନ ସୁବିଧା ପାଇପାରିବେ।

Leave A Reply

Your email address will not be published.