ପାଞ୍ଚଜଣ ମହିଳାଙ୍କ ସହିତ ଆଫେୟାରରେ ଥିଲା ଯୁବକ,ଜଣାପଡ଼ିବାରୁ ପାଞ୍ଚଜଣ ଯାକ ଦେଲେ ଶିକ୍ଷା,ଜାଣନ୍ତୁ ପୁରା ଘଟଣା

0

Get real time updates directly on you device, subscribe now.

କୌଣସି ବି ସମ୍ପର୍କରେ ସବୁଠାରୁ ବଡ଼ ଜିନିଷ ହେଉଛି ଭରସା, ଯଦି ଭରସା ଶେଷ ହୋଇଯାଏ ସେତେବେଳେ ସମ୍ପର୍କରେ ଦୂରତା ଆସିଥାଏ। ତଥାପି କିଛି ଲୋକେ ସମ୍ପର୍କରେ ଥାଇ ମଧ୍ୟ ଏହାକୁ ଖାତିର ନକରି ଅନ୍ୟ ସହିତ ଆଫେୟାର ବନାଇ ଥାଆନ୍ତି। ଏମିତି ଏକ ମାମଲା ଇଂଲଣ୍ଡରୁ ଦେଖିବାକୁ ମିଳିଛି ଯେଉଁଠାରେ ଜଣେ ବ୍ୟକ୍ତି 5 ଜଣ ମହିଳାଙ୍କ ସହିତ ପ୍ରେମ ସମ୍ପର୍କ ଖେଳିଥିଲା, ଏମାନଙ୍କ ମଧ୍ୟରୁ ଜଣେ ତାଙ୍କ ଗାର୍ଲଫ୍ରେଣ୍ଡ ମଧ୍ୟ ଥିଲେ।

ଜଣେ ଯୁବତୀକୁ ସେତେବେଳେ ଶକ୍ତ ଝଟକା ଲାଗିଲା ଯେତେବେଳେ ସେ ଜାଣିବାକୁ ପାଇଥିଲେ କି, ତାଙ୍କ ବୟଫ୍ରେଣ୍ଡ ଅନ୍ୟ ଚାରିଜଣଙ୍କ ସହିତ ଆଫେୟାରରେ ଅଛନ୍ତି। 27 ବର୍ଷର ଯୁବତୀ ଜଣକ ନିଜ ଏକ୍ସ ବୟଫ୍ରେଣ୍ଡ ବିଷୟରେ ଖୁଲାସା କରିଥିଲେ ଯୁବତୀ ଜଣକ କହିଥିଲେ କି, ବିଗତ 6 ମାସ ଧରି ସେ ତାଙ୍କ ବୟଫ୍ରେଣ୍ଡଙ୍କୁ ଡେଟ କରୁଥିଲେ। ଏବେ ତାଙ୍କୁ ଜଣାପଡ଼ିଲା ତାଙ୍କର ବୟଫ୍ରେଣ୍ଡ ତାଙ୍କ ପଛପଟେ ଆଉ ଚାରିଜଣ ମହିଳାଙ୍କ ସମ୍ବନ୍ଧରେ ଅଛନ୍ତି।

ମହିଳା କହିଥିଲେ, ଅଚାନକ ତାଙ୍କୁ ଅନୁଭବ ହୋଇଥିଲା କି, ତାଙ୍କ ବୟଫ୍ରେଣ୍ଡ ତାଙ୍କୁ ଧୋଖା ଦେଉଛନ୍ତି। ତାଙ୍କର ବୟଫ୍ରେଣ୍ଡ ଯେଉଁ ଯେଉଁ ମହିଳାଙ୍କ ସହିତ ଚକ୍କର ଚଲାଉଥିଲେ ସେହି ମହିଳା ମାନେ କେଉଁ ଉପାୟରେ ଯୁବତୀ ଜଣକ ସହିତ ପରିଚିତ। ଯୁବତୀ ଯେତେବେଳେ ସେହି ମହିଳାଙ୍କୁ ସୋସିଆଲ ମିଡ଼ିଆରେ ଫଲୋ କଲେ ସେତେବେଳେ ସେ ଜାଣିବାକୁ ପାଇଲେ ତାଙ୍କ ବୟଫ୍ରେଣ୍ଡ ମହିଳାଙ୍କ ସହିତ ଆଫେୟାରରେ ଅଛନ୍ତି।

ଜଣେ ଆଉଜଣଙ୍କୁ ଜାଣିଥିଲେ ଏହି 5 ମହିଳା:-

ଯୁବତୀ ଜଣଙ୍କ ଦେଖିଲେ ଅନ୍ୟ ମହିଳା ଜଣକ ତାଙ୍କ ବୟଫ୍ରେଣ୍ଡ ସହିତ ଫୋଟୋ ପୋଷ୍ଟ କରିଛନ୍ତି। ଏହାପରେ ତାଙ୍କୁ ଜଣାପଡିଥିଲା ତାଙ୍କ ବୟଫ୍ରେଣ୍ଡ ତାଙ୍କୁ ଧୋଖା ଦେଉଛନ୍ତି। ଧିରେ ଧିରେ ଯୁବତୀ ସେହି ଚାରିଜଣ ମହିଳାଙ୍କ ପତା ଲଗାଇଥିଲେ। ଏମାନଙ୍କ ମଧ୍ୟରୁ ଜଣେ ମହିଳା ଯୁବତୀଙ୍କ ଡ଼କ୍ଟର ଥିବାବେଳେ ଅନ୍ୟ ଜଣେ ମହିଳା ତାଙ୍କ କଜିନଙ୍କ ବନ୍ଧୁ ଓ ତୃତୀୟ ମହିଳାଙ୍କୁ ସେ ଏକ ପାର୍ଟିରେ ଭେଟ ହୋଇଥିଲେ।

ଯୁବତୀ ଜଣକ ଅନ୍ୟ ଚାରିଜଣ ମହିଳାଙ୍କୁ ତାଙ୍କ ବୟଫ୍ରେଣ୍ଡ ବିଷୟରେ କହିଲେ ଯିଏକି ତାଙ୍କୁ ଧୋକା ଦେଉଛନ୍ତି ଓ ଏହାପରେ ପାଞ୍ଚଜଣ ମିଶି ଯୁବକ ଠାରୁ ପ୍ରତିଶୋଧ ନେବାକୁ ଚାହିଁଥିଲେ। ଏହାପରେ ପାଞ୍ଚଜଣ ବ୍ୟକ୍ତିଙ୍କ ପାଖରେ ପହଞ୍ଚିଗଲେ। ପାଞ୍ଚଜଣଙ୍କୁ ଏକାସହ ଦେଖି ଯୁବକ ଜଣକ ଡ଼ରିଗଲା। ଏହାପରେ ସେ ସଫେଇ ଦେବାକୁ ଲାଗିଲେ ଓ କ୍ଷମା ମଧ୍ୟ ମାଗିଥିଲେ। ତୁରନ୍ତ ପାଞ୍ଚଜଣ ବ୍ୟକ୍ତିଙ୍କ ଠାରୁ ସମ୍ପର୍କ ଛିନ୍ନ କରି ଭଲ ବନ୍ଧୁ ହୋଇଗଲେ।

Leave A Reply

Your email address will not be published.