ବିବାହକୁ ନେଇ ଚାପ ପକାଉଥିଲା ପ୍ରେମିକା, ହସ୍ପିଟାଲରେ କାମ କରୁଥିବା ପ୍ରେମିକ ଦେଇଦେଲା ମୃତ୍ୟୁର ଇଞ୍ଜେକ୍ସନ,ଜାଣନ୍ତୁ ପୁରା ଘଟଣା

0

Get real time updates directly on you device, subscribe now.

ୟୁପିର ଅଲିଗଢ଼ରେ 22 ବର୍ଷୀୟ ଯୁବତୀଙ୍କ ମୃତ୍ୟୁ ମାମଲାରେ ପୋଲିସର ଯାଞ୍ଚରେ ଆଶ୍ଚର୍ଯ୍ୟଜନକ ଖୁଲାସା ହୋଇଛି । ବିବାହ ପାଇଁ ଚାପ ପକାଇବା କାରଣରୁ ପ୍ରେମିକ ପ୍ରେମିକାକୁ ବିଷାକ୍ତ ଇଞ୍ଜେକ୍ସନ ଲଗାଇ ଦେଇଥିଲା, ଯାହାଦ୍ଵାରା ତାଙ୍କର ମୃତ୍ୟୁ ହୋଇଗଲା । ଦୁହିଁଙ୍କର ଗୋଟିଏ ପ୍ରାଇଭେଟ୍ ହସ୍ପିଟାଲରେ ଚାକିରି ସମୟରେ ପ୍ରେମ ସମ୍ପର୍କ ଆରମ୍ଭ ହୋଇଥିଲା । ଅଭିଯୁକ୍ତ ପ୍ରେମିକକୁ ପୋଲିସ ଗିରଫ କରିନେଇଛି । ତାକୁ ପଚରାଉଚରା କରିବାପରେ ପୋଲିସ ଏହି ଘଟଣାର ଖୁଲାସା କରିଛି ।

ସୂଚନା ଅନୁଯାୟୀ, କ୍ଲିନିକରେ ସନ୍ଦେହଜନକ ପରିସ୍ଥିତିରେ ଯୁବତୀଙ୍କ ଶବ ମିଳିଥିଲା । ଏହି ଘଟଣା କ୍ୱାର୍ଶି ଥାନା ଅଞ୍ଚଳର ଜୀବନଗଢ଼ର ଅଟେ । ପୋଲିସ ଅଧିକାରୀ ସିଭିଲ ଲାଇନ୍ସ ସ୍ୱେତାଭ ପାଣ୍ଡେ କହିଛନ୍ତି ଯେ ସୂଚନା ମିଳିଥିଲା ଯେ କ୍ୱାର୍ଶି ଥାନା ଅଞ୍ଚଳର ଜିବନଗଢ଼ କଲୋନୀର ଗଳି ନମ୍ୱର୍ 1 ରେ ଗୋଟିଏ ଘର ଭିତରେ ମହିଳାଙ୍କ ଶବ ପଡ଼ିଛି । ଏହାପରେ ପୋଲିସ ଏବଂ ଫରେନ୍ସିକ ଟିମ୍ ଘଟଣାସ୍ଥଳରେ ପହଞ୍ଚିଲେ । ଫରେନ୍ସିକ୍ ଟିମ୍ ଘଟଣାସ୍ଥଳରୁ ଅନେକ ଜିନିଷ ସଂଗ୍ରହ କରି ଯାଞ୍ଚ କଲେ ।

ପୋଲିସ ଘଟଣାସ୍ଥଳରୁ ଦୁଇଟି ସିରିଞ୍ଜ ଉଦ୍ଧାର କରିଛି :-

ପ୍ରଥମ ଦୃଷ୍ଟିରୁ ଏହା ଜଣାପଡିଥିଲା ଯେ ଘଟଣାସ୍ଥଳରେ ଏକରୁ ଅଧିକ ଲୋକ ଥିଲେ । ପୋଲିସ ଘଟଣାସ୍ଥଳରୁ ଦୁଇଟି ଶିରିଞ୍ଜ ମଧ୍ୟ ଉଦ୍ଧାର କରିଲା । ସେହିପରି ଯୁବତୀଙ୍କ ପରିବାର ଲୋକେ ଯେଉଁ ଅଭିଯୋଗ ଦେଇଛନ୍ତି, ସେଥିରେ ଏହା କୁହାଯାଇଛି ଯେ ମୃତ ଯୁବତୀଙ୍କର ରିଜବାନ ନାମକ ଜଣେ ଯୁବକଙ୍କ ସହିତ ପ୍ରେମ ସମ୍ପର୍କ ଥିଲା ।

ଗୋଟିଏ ପ୍ରାଇଭେଟ୍ ହସ୍ପିଟାଲରେ ଦୁହେଁ କାମ କରୁଥିଲେ । ଯୁବତୀ ସବୁବେଳେ ରିଜବାନଙ୍କୁ ବିବାହ ପାଇଁ ଚାପ ପକାଉଥିଲେ । ସେହିପରି ଅଭିଯୁକ୍ତ ରିଜବାନ ନିଜର ଦୋଷ ସ୍ବୀକାର କରି କହିଛନ୍ତି ଯେ ଓଭରଡୋଜ ଇଞ୍ଜେକ୍ସନରେ କିଛି ମିଶାଇ ଯୁବତୀଙ୍କୁ ଲଗାଇ ଦେଇଥିଲେ । ଏହାପରେ ତାଙ୍କର ମୃତ୍ୟୁ ହୋଇଗଲା । ଯେଉଁଠାରୁ ଶବ ମିଳିଲା, ସେଠାରେ ପୂର୍ବରୁ ଡେଲିଭରି କରାଯାଉଥିଲା ।

Leave A Reply

Your email address will not be published.