ମହାମାରୀ ପରେ‌ କ୍ୟୁବାରେ କଙ୍କଡାଙ୍କ ଆତଙ୍କ, ସବୁଆଡେ ଘେରିଲେ ଲୋକମାନଙ୍କୁ,ଜାଣନ୍ତୁ ପୁରା ଘଟଣା

0

Get real time updates directly on you device, subscribe now.

କରୋନା ମହାମାରୀ ପରେ କ୍ୟୁବା ଦେଶ ଏଵେ କଙ୍କଡା ଆତଙ୍କରେ ଚିନ୍ତିତ|କଙ୍କଡା କ୍ୟୁଵାର ବହୁ ତଟୀୟ ଅଞ୍ଚଳରେ ପଶିବା ଆରମ୍ଭ କରି ଦେଲାଣି|ଯେଉଁ ଗତିରେ ଏହି କଙ୍କଡା ସମୁଦ୍ରରୁ ଵାହାରି ମାଟି ଆଡକୁ ଆସୁଛନ୍ତି କୈାଣସି ଫିଲ୍ମ ଦୃଶ୍ୟ ଭଳି ଲାଗୁଛି|ଯେପରି କିଏ ବଦଲା ନେବାକୁ ଵାହାରେ|ନାଲି, ହଳଦିଆ, ନାରଙ୍ଗୀ ଓ କଳା ରଙ୍ଗର କଙ୍କଡା ସବୁଆଡେ ମାଟିରେ ତଥା ସଡକରେ , କାନ୍ଥରେ, ଜଙ୍ଗଲରେ ଓ ଘରର ଜାଗା ଜାଗାରେ ଅଧିକାର କରି ସାରିଲେଣି|କ୍ୟୁବାର ଯେଉଁ ଅଞ୍ଚଳରେ କଙ୍କଡାର ଆତଙ୍କ ସର୍ବାଧିକ ତାହା ଅଫ ପିଗ୍ସ ଅଟେ|

ସ୍ଥାନୀୟ ନିବାସୀଙ୍କ ଅନୁସାରେ କ୍ୟୁବାର ଏହି ଅଫ ପିଗ୍ସ ସମୁଦ୍ରତଟ ଆଖପାଖରେ ପ୍ରବାସୀ କଙ୍କଡାର ବଡ ଗୋଷ୍ଠୀ ସହର ଆଡକୁ ବଢ଼ୁଛନ୍ତି|ଦୁଇ ବର୍ଷ ମହାମାରୀ ପରେ ଏଠାରେ ସବୁ ସାମାନ୍ୟ ହେଵାକୁ ଯାଉଥିଲା ପୁଣି ଏଵେ କଙ୍କଡା ଏକ ବଡ ସମସ୍ୟା ସୃଷ୍ଟି କରିଛି|ଦୁଇବର୍ଷ ଲକଡାଉନ୍ କାରଣରୁ କଙ୍କଡାକୁ ପୂରା ମୁକ୍ତି ମିଳିଥିଲା|ଏମାନେ କେଉଁଠାକୁ ଯିବା ଆସିବା କରିବା ସହ ପ୍ରଜନନ କଲେ|ଫଳରେ ଦେଶରେ ଏମାନଙ୍କ ସଂଖ୍ୟା ଅହେତୁକ ଭାବେ ବୃଦ୍ଧି ପାଇଲା|ୱ ଅଫ ପିଗ୍ସ ଅଞ୍ଚଳରେ କୋଟି କୋଟି ସଂଖ୍ୟାରେ କଙ୍କଡା ବୁଲୁଛନ୍ତି|

ଜଣେ ସ୍ଥାନୀୟ ନାଗରିକ ୪୬ ବର୍ଷୀୟ ଏଞ୍ଜେଲ ଇରାଓଲା ଅନୁସାରେ,”ପୂର୍ବ ୨ ବର୍ଷ ଧରି ଟ୍ରାଫିକ ଓ ପର୍ଯ୍ୟଟନ ବହୁ କମ ରହିଛି”

କ୍ୟୁବାର ପରିବେଶ ମନ୍ତ୍ରଣାଳୟର ବୈଜ୍ଞାନିକ ରିନାଲ୍ଡୋ ସଣ୍ଟାନା ଏଗ୍ଲିଭର କହିଛନ୍ତି ଯେ ,”ବୈଜ୍ଞାନିକ ମାନେ ଏହି ତଥ୍ୟର ସୂଚନା ପାଇବାକୁ ଚେଷ୍ଟା କରୁଛନ୍ତି ଯେ ଏହି କଙ୍କଡା ଏତେ ଶୀଘ୍ର କିପରି ବାହାରିଲେ ? କ’ଣ ଏହା ପଛର କରୋନା କାରଣ ଫଳରେ ଏତେ ବୃଦ୍ଧି ହୋଇଗଲା ?ଏହା ସମୟ ତାଙ୍କର ବିସ୍ଥାପିତ ହେବାର ନୁହେଁ ପୁଣି ଏହା କାହିଁକି ବାହାରକୁ ବାହାରୁଛନ୍ତି|

Leave A Reply

Your email address will not be published.