ଜୀବନ ଦେବା ଉଦ୍ଦେଶ୍ୟରେ ପୋଲ ଉପରକୁ ଚଢ଼ିଗଲା ଯୁବକ, ତାଙ୍କୁ ବଞ୍ଚାଇବାକୁ ଗଲେ ଦୁଇଜଣ ଝିଅ,ଆଉ ତା ପରେ ….ଜାଣନ୍ତୁ ପୁରା ଘଟଣା

0

Get real time updates directly on you device, subscribe now.

ଜୀବନ ଈଶ୍ୱରଙ୍କ ଦ୍ଵାରା ଦିଆଯାଇଥିବା ଏକ ଅମୂଲ୍ୟ ସମ୍ପଦ ଅଟେ ଓ ଏହାର ମୂଲ୍ୟ ଆମକୁ ବୁଝିବାକୁ ହେବ। ପ୍ରତ୍ୟେକ ବ୍ୟକ୍ତି ନିଜର ଜୀବନକୁ ଭଲ ବନାଇବା ପାଇଁ ଲାଗିଛନ୍ତି। ଜୀବନରେ ଉଥାନ ପତନ ତ ଲାଗି ରହିଥାଏ। କେବେ ଜୀବନ ବହୁତ ଖୁସିରେ ଅତିବାହିତ ହୋଇଥାଏ ତ କେତେବେଳେ ସମସ୍ୟା ଜୀବନରେ ଲାଗିଥାଏ। କିନ୍ତୁ ସାଧାରଣତଃ ଦେଖାଯାଉଛି ଲୋକେ ନିଜ ଜୀବନରେ ବହୁତ ସମସ୍ୟାରେ ଆସି ନିଜ ଜୀବନ ହାରୁଛନ୍ତି, ଏମିତି କରିବା ବିଲକୁଲ ଠିକ ନୁହେଁ।

ଯଦି ଆପଣଙ୍କ ଜୀବନରେ ସମସ୍ୟା ରହିଛି ତାହେଲେ ଏହାକୁ ସାହସର ସହିତ ସାମ୍ନା କରନ୍ତୁ। ଯଦି ଆପଣ ଚେଷ୍ଟା କରିବେ ତାହେଲେ ନିଜ ଜୀବନକୁ ଭଲ ବନାଇ ପାରିବେ। ଏହାମଧ୍ୟରେ ବିହାରର ବୈଶାଳୀ ରୁ ଏକ ଖବର ସାମ୍ନାକୁ ଆସିଛି, ଯେଉଁଠାରେ ଫିଲ୍ମ ପରି ଅସଲି ଜିନିଷ ଦେଖିବାକୁ ମିଳିଛି। ଏହାଦେଖି ଲୋକ ଚିନ୍ତିତ ହୋଇ ପଡ଼ିଛନ୍ତି।

ଏଠାରେ ଜଣେ ଯୁବକ ନିଜ ଜୀବନ ହାରିବା ଉଦ୍ଦେଶ୍ୟରେ ପୁରୁଣା ଗଣ୍ଡକ ପୋଲ ଉପରକୁ ଚଢ଼ି ଯାଇ ନଦୀକୁ ଡେଇଁବାକୁ ଚେଷ୍ଟା କରିବା ସମୟରେ ତାଙ୍କୁ ଦୁଇଜଣ ଯୁବତୀ ଓ ଜଣେ ପଥଚାରୀ ବଞ୍ଚାଇଥିଲେ ଓ ତୁରନ୍ତ ପୋଲିସକୁ ଏହାର ଖବର ଦେଇଥିଲେ। ପୋଲିସ ଯୁବକକୁ ଏସଡ଼ିଆରଏଫ ପାଖକୁ ପଠାଇଥିଲେ। ଯୁବକ ଜଣକ ନିଜ ଜୀବନକୁ କାହିଁକି ଶେଷ କରିବାକୁ ଚାହୁଁଥିଲା ଏପର୍ଯ୍ୟନ୍ତ ଜଣା ପଡ଼ିନାହିଁ।

ଆପଣଙ୍କୁ ଜଣାଇଦେଉଛୁ କି, ଏହି ସମ୍ପୂର୍ଣ୍ଣ ମାମଲା ଉପରେ ଏମିତି କୁହାଯାଉଛି କି, ସୁରେଶ ପାସବାନଙ୍କ ପୁଅ ସନ୍ତୋଷ କୁମାର ନଗର ଥାନା କ୍ଷେତ୍ରର ହସ୍ପିଟାଲ ରୋଡ଼ ସ୍ଥିତ ପାଣି ଟାଙ୍କି ପାଖରେ ରୁହେ। ସେ ମଙ୍ଗଳବାର ଦିନ ସନ୍ଧ୍ୟାରେ ପୁରୁଣା ଗଣ୍ଡକ ପୋଲ ଉପରେ ପହଞ୍ଚି ଯାଇଥିଲେ। ଏହାପରେ ସନ୍ତୋଷ ସେଠାକୁ ଯାଇ ଏପଟ ସେପଟକୁ ଦେଖିବାକୁ ଲାଗିଥିଲେ ଓ ପୋଲର ରେଲିଂ ଉପରେ ଚଢ଼ିଗଲେ। ଯେମିତି ଯୁବକଟି ଡେଇଁବାକୁ ଚେଷ୍ଟା କରୁଥିଲା ସେତେବେଳେ ସାଇକେଲରେ ଯାଉଥିବା ଜଣେ ପଥଚାରୀ ଏହାକୁ ଜାଣି ପାରିଥିଲେ ଓ ତୁରନ୍ତ ଯୁବକକୁ ଧରି ନେଇଥିଲେ।

କିନ୍ତୁ ଏହାପରେ ଯୁବକ ଜଣକ ନିଜକୁ ବ୍ୟକ୍ତିଙ୍କ ଠାରୁ ଛଡ଼ାଇବାକୁ ଚେଷ୍ଟା କରିଥିଲା ଯେମିତି ସେ ନିଜ ଜୀବନକୁ ଶେଷ କରିବାର ନିଷ୍ପତ୍ତି ନେଇସାରିଛି। ଦୁଇଜଣ ନିଜ ଭିତରେ ସଙ୍ଘର୍ଷ କରୁଥିଲେ ଓ ଏହି ସମୟରେ ଦୁଇଜଣ ଯୁବତୀ ମଧ୍ୟ ସେଠାକୁ ଆସି ଯୁବକକୁ ପୋଲ ରେଲିଂରୁ ତଳକୁ ଓହ୍ଲାଇଥିଲେ।

ଏମିତି କୁହାଯାଉଛି କି, ଏହାମଧ୍ୟରେ ନଦୀରେ ପୂର୍ବରୁ ବୁଡ଼ି ଯାଇଥିବା ଏକ ଶ୍ରମିକର ଖୋଜା ଚାଲିଥିଲା। ଶୋର ଶବ୍ଦ ଶୁଣିବା ପରେ ଏସଡ଼ିଆରଏଫ ଟିମ ସେଠାକୁ ଆସି ସମ୍ପୂର୍ଣ୍ଣ ମାମଲା ସମ୍ଭାଳିଥିଲେ। ପୋଲ ଉପରେ ଏସଡ଼ିଆରଏଫ ଯୁବକକୁ ନିଜ ନିୟନ୍ତ୍ରଣକୁ ନେଇଥିଲା। ଏହାପରେ ତାଙ୍କୁ ନଗର ଥାନା ପୋଲିସକୁ ହସ୍ତାନ୍ତର କରି ଦିଆଯାଇଥିଲା।

ପରିବାର ଲୋକେ ଯୁବକଟିର ଏହିଭଳି ପଦକ୍ଷେପ ବିଷୟରେ କିଛି ଜାଣି ପାରିନଥିଲେ ଓ ସେ କହିଥିଲେ ପୁଅ ମାତ୍ର 10 ଟଙ୍କା ନେଇ କୌଣସି କାମରେ ବାହାରକୁ ଯାଇଥିଲା।

Leave A Reply

Your email address will not be published.