କ୍ୟାଚ ଧରିବାକୁ ଯାଇ ଛାତ ଉପରୁ ଖସି ପଡିଲେ ଯୁବକ,ଭିଡ଼ିଓ ଦେଖିଲେ ହସି ହସି ଗଡ଼ିଯିବେ

0

Get real time updates directly on you device, subscribe now.

ସୋସିଆଲ ମିଡ଼ିଆ ଏକ ଖୋଲା ବଜାର ପରି ଅଟେ। ଯେମିତି ବଜାରରେ ଆପଣଙ୍କୁ ପ୍ରତ୍ୟେକ ଜିନିଷ ମିଳେ ସେହିପରି ସୋସିଆଲ ମିଡ଼ିଆରେ ଇଂଷ୍ଟା, ଟ୍ୱିଟର, ଫେସବୁକ କିମ୍ବା ୟୁଟ୍ୟୁବର ପ୍ରତ୍ୟେକ ଭାଇରାଲ ଭିଡ଼ିଓ ଆପଣଙ୍କୁ ଦେଖିବାକୁ ମିଳିବ। ଯେଉଁ ଭିଡ଼ିଓ ଗୁଡ଼ିକ କିଛି ମଜାଳିଆ ହୋଇଥାଏ ତ କିଛି ହଇରାଣ କରିବା ଭଳି ହୋଇଥାଏ କ କିଛି ଇମୋଶନାଲ ହୋଇଥାଏ। ସାଧାରଣତଃ ଲୋକେ ମଜାଦାର ଭିଡ଼ିଓ ଦେଖିବାକୁ ବହୁତ ପସନ୍ଦ କରନ୍ତି ଓ ଆଜି ସୋସିଆଲ ମିଡ଼ିଆ ପ୍ଲାଟଫର୍ମରେ ଏହିପରି ଏକ ମଜାଦାର ଭିଡ଼ିଓ ଭାଇରାଲ ହେଉଛି ଯାହାକୁ ଦେଖିଲେ ଆପଣ ଜୋରରେ ହସିବାକୁ ଲାଗିବେ।

ଆପଣ ନିଶ୍ଚୟ କ୍ରିକେଟ ଦେଖିଥିବେ ଓ ଜାଣିଥିବେ କ୍ୟାଚ କେମିତି ଧରନ୍ତି କିନ୍ତୁ ଭାଇରାଲ ଭିଡ଼ିଓରେ ଏକ ଯୁବକଟିର କ୍ୟାଚ ଦେଖିବା ପରେ ଆପଣ ହଇରାଣ ହୋଇଯିବେ। ଭିଡ଼ିଓରେ ଆପଣ ଦେଖିବେ ଜଣେ ଯୁବକ ବଲ ଫିଙ୍ଗୁଛନ୍ତି ଓ ଆଉଜଣେ ଯୁବକ ଛାତ ଉପରେ ଏହାକୁ ଧରିବାପାଇଁ ଚେଷ୍ଟା କରୁଛନ୍ତି କିନ୍ତୁ ବଲ ତାଙ୍କ ପାଖରେ ପହଞ୍ଚୁ ନାହିଁ ଓ ସେ ଛାତ ଉପରୁ ସିଧା ତଳକୁ ଖସି ପଡ଼ୁଛନ୍ତି। ସେ ପଡ଼ିବା ସମୟରେ ଛାତର ରେଲିଂ ଧରିବାକୁ ଚେଷ୍ଟା ତ କରନ୍ତି କିନ୍ତୁ ଧରି ନପାରି ସିଧା ତଳେ ପଡ଼ୁଛନ୍ତି। ଭିଡ଼ିଓ ଦେଖି ଆପଣଙ୍କୁ ଲାଗୁଥିବ ଆଘାତ ଲାଗିନଥିବ କାରଣ ସେ ଜଲଦି ଉଠି ଦୌଡୁଛନ୍ତି।

ଦେଖନ୍ତୁ ଭିଡ଼ିଓ:-

ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଟ୍ୱିଟରରେ ଏହାକୁ @ViralPosts5 ଆକାଉଣ୍ଟରୁ ପୋଷ୍ଟ କରାଯାଇଛି। ମାତ୍ର 14 ସେକେଣ୍ଡର ଏହି ଭିଡ଼ିଓକୁ 15 ହଜାରରୁ ଉର୍ଦ୍ଧ୍ବ ଭିୟୁ ମିଳିସାରିଛି। ସେହିପରି ସହସ୍ର ଲାଇକ ମଧ୍ୟ ଏହାକୁ ମିଳିଛି, ଲୋକମାନେ ଭିଡ଼ିଓ ଦେଖି ନିଜର ପ୍ରତିକ୍ରିୟା ଦେବାକୁ ଲାଗିଛନ୍ତି। ଭିଡ଼ିଓ ଦେଖି ଆପଣ ମଧ୍ୟ ହସି ହସି ଗଡ଼ିଯିବେ।

Leave A Reply

Your email address will not be published.