BOSS ହେବ ତ ଏମିତି ! ନିଜର କର୍ମଚାରୀଙ୍କୁ ଦେଲେ ଏତେଵଡ ଉପହାର,ଆପଣ ଭାବି ମଧ୍ୟ ପାରିବେନି

0

Get real time updates directly on you device, subscribe now.

ସାଧାରଣତଃ ଲୋକଙ୍କୁ ଆପଣ ବସଙ୍କ ପଛରେ ଖରାପ କରୁଥିବା ଦେଖାଯାଏ, କିନ୍ତୁ ଯେତେବେଳେ କୈାଣସି ଵସ ତାଙ୍କ କର୍ମଚାରୀଙ୍କୁ ସରପ୍ରାଇଜ ଦେଇଥାଏ ତେବେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଥାନ୍ତି|ହଁ ଆଜ୍ଞା, ଏପରି କିଛି କାନାଡାରେ ଦେଖିବାକୁ ମିଳିଛି, ଯେତେବେଳେ ଜଣେ ବସ ତାଙ୍କ କର୍ମଚାରୀଙ୍କୁ ଭାବନାରେ ଛାଡ଼ିଦେଲେ|ମହାମାରୀ ସମୟରେ କଠିନ ପରିଶ୍ରମ ପାଇଁ ଧନ୍ୟବାଦ ଦେବାପାଇଁ ଜଣେ ଵସ ଆଶ୍ଚର୍ଯ୍ୟର କାମ କରିଛନ୍ତି|ବସ ନିଜର ସମସ୍ତ କର୍ମଚାରୀଙ୍କୁ ଆକର୍ଷଣୀୟ ଲୁଇସ ଭଟନର ଏକ ବ୍ୟାଗ ଉପହାରରେ ଦେଲେ ,ଯାହାର ଦାମ ଏକଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ଅଟେ|

କାନାଡାର ଜଣେ ଦନ୍ତ ଚିକିତ୍ସକ ଡାକ୍ତର ୟୁସୁଫ ଚାବନ ନିଜ ଦଳର ପ୍ରତ୍ୟେକ ସଦସ୍ୟ ପାଇଁ ବ୍ୟାଗ କିଣିଲେ ଯାହାର ଦାମ ୧୦୦୦$ (୧ ଲକ୍ଷରୁ ଉର୍ଦ୍ଧ୍ବ) ହୋଇପାରେ|ଆଲବର୍ଟାର ଏଡମାଣ୍ଟନରେ ଅକ୍ସଫୋର୍ଡ ଡେଣ୍ଟାଲର ଓନର ଓ ଡେଣ୍ଟିଷ୍ଟର ଏକ ଭିଡିଓରେ ସାଧାରଣ ଭାବନା ସହ ଦିଆଯାଇଥିଲା ଯାହା ଏଵେ ଭାଇରାଲ ହେଉଛି|କମ୍ପାନୀ ଦ୍ଵାରା ପୋଷ୍ଟ କରାଯାଇଥିବା ଟିକଟକ ଭିଡିଓରେ ଦେଖାଯାଏ ଯେ ଡେଣ୍ଟିଷ୍ଟ ନିଜ କର୍ମଚାରୀଙ୍କ ଉପରେ ବହୁ ଟଙ୍କା ଖର୍ଚ୍ଚ କଲେ ଫଳରେ ଡାକ୍ତର ଚାବନ ଏପର୍ଯ୍ୟନ୍ତ ସବୁଠାରୁ ଭଲ ବସ ଭାବେ ପରିଚିତ|

ଭିଡିଓରେ ତାଙ୍କୁ ଗୋଟିଏ ସଂପି ସେଣ୍ଟର ଆଖପାଖରେ ଦର୍ଜନେ ପ୍ରତିଷ୍ଠିତ ବ୍ୟାଗ କିଣା ଯାଉଥିବା ଦେଖାଯାଇଥିଲା|ଛୋଟ କ୍ଲିପରେ ସେ ଏହା କୁହାଯାଉଥିବା ଶୁଣାଯାଏ କି ଆମର ଵସ ଲୁଇ ବ୍ୟାଗ ସହ ଆମର କର୍ମଚାରୀଙ୍କୁ ଆଶ୍ଚର୍ଯ୍ୟ କରିଛନ୍ତି|ଭିଡିଓକୁ ଏପର୍ଯ୍ୟନ୍ତ ଲକ୍ଷ ଲକ୍ଷ ଥର ଦେଖାଯାଇଛି ଓ ଏହାକୁ ଏପର୍ଯ୍ୟନ୍ତ ୨୧୭ ହଜାରରୁ ଉର୍ଦ୍ଧ୍ବ ଲାଇକ ମିଳିଛି|ଏହି ଭିଡିଓରେ ବହୁ ୟୁଜର୍ସ ନିଜ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି|କିଛି ଲୋକ କହିଛନ୍ତି ମାଲିକର ଅଧିକ ଉଦାରତା ଉପରେ ବିଶ୍ୱାସ କରି ପାରିବେ ନାହିଁ|

Leave A Reply

Your email address will not be published.