ଝିଅ ଜନ୍ମ ହେବାରୁ ଶାଶୁଘର ଲୋକେ ହେଲେ ଅସନ୍ତୁଷ୍ଟ, ମାକୁ ବାନ୍ଧି ଲୁହା ଛଡ଼ ଗରମ କରି ସେକିଲେ,ଜାଣନ୍ତୁ ପୁରା ଘଟଣା

0

Get real time updates directly on you device, subscribe now.

ପରିବାରରେ ଝିଅମାନଙ୍କ ଜନ୍ମକୁ ଆଜି ବି ଅନେକ ଅନ୍ଧବିଶ୍ୱାସୀ ଲୋକମାନେ ଅଶୁଭ ବୋଲି ବିଶ୍ୱାସ କରନ୍ତି । ମଧ୍ୟପ୍ରଦେଶର ଦେବାସ ଜିଲ୍ଲାରେ ଝିଅ ଜନ୍ମ କରିଥିବାରୁ ଶାଶୁଘର ଲୋକେ ମାକୁ କେବଳ ମାଡ ମାରିନାହାନ୍ତି ବରଂ ତାଙ୍କୁ ଗରମ ଲୁହା ଛଡ଼ରେ ସେକିଦେଲେ ।

ଝିଅ ଜନ୍ମ କରିବାରୁ କହିଲେ ଦୋଷୀ :-

ଇଣ୍ଡିଆ ଡଟ କମ ୱେବସାଇଟ ଅନୁଯାୟୀ, ଦେବାସ ଜିଲ୍ଲାର ନରୀୟାଖେଡା ଗାଁରେ ମାର୍ଚ୍ଚ 16 ତାରିଖରେ ଏହି ଘଟଣା ଘଟିଛି । ପୋଲିସ କହିବା ଅନୁଯାୟୀ, ଇନ୍ଦୋର ଜିଲ୍ଲାର ବାସିନ୍ଦା ଲକ୍ଷ୍ମୀ 3 ବର୍ଷ ପୂର୍ବରୁ ଦେବାସର ନରୀୟାଖେଡା ଗାଁର ବଲ୍ଲୁ ଝାଲା ସହିତ ବିବାହ କରିଥିଲେ । ବିବାହର ଏକ ବର୍ଷ ପରେ ସେ ଝିଅକୁ ଜନ୍ମ ଦେଲେ । କିଛି ସମୟ ପରେ ଲକ୍ଷ୍ମୀଙ୍କ ସାନ ଯାଆ ଗୋଟିଏ ପୁଅକୁ ଜନ୍ମ ଦେଇଥିଲେ । ଅଭିଯୋଗ ରହିଛି ଯେ ଏହା ପରଠାରୁ ସ୍ବାମୀ ଏବଂ ଶାଶୂଘର ଲୋକେ ସବୁ ସମୟରେ ତାଙ୍କୁ ଅପମାନ ଦେଉଥିଲେ ଏବଂ ପୁଅ ଜନ୍ମ ନ କରିବାରୁ ଦୋଷୀ ବୋଲି କହୁଥିଲେ ।

ଶାଶୁଘର ଲୋକେ କରୁଥିଲେ ମାରପିଟ :-

ପୀଡ଼ିତା କହିଛନ୍ତି ଯେ ଆରମ୍ଭରେ ତାଙ୍କ ଉପରେ ଓଲଟା ସିଧା କଥାବାର୍ତ୍ତା କରୁଥିଲେ । ଏହାପରେ ଶାଶୁଘର ଲୋକେ ତାଙ୍କ ସହିତ ମାରପିଟ କରିବା ଆରମ୍ଭ କରିଦେଲେ । ଅଭିଯୋଗ ରହିଛି ଯେ ମାର୍ଚ୍ଚ 16 ତାରିଖରେ ଲକ୍ଷ୍ମୀଙ୍କ ସ୍ବାମୀ ବଲ୍ଲୁ, ତାଙ୍କ ଶ୍ବଶୁର, ଶାଶୁ, ଦିଅର ଏବଂ ଲକ୍ଷ୍ମୀଙ୍କ ସାନ ଜାଆ ତାଙ୍କ ସହିତ ମାରପିଟ କଲେ । ଏହାସହିତ ତାଙ୍କୁ ବାନ୍ଧି ଲୁହା ଛଡ଼ ଗରମ କରି ସେକିଦେଲେ ।

କେସ କରିବାପରେ ହେଲେ ଫେରାର :-

ଏହି ଘଟଣାର ସୂଚନା ମିଳିବା ପରେ ଲକ୍ଷ୍ମୀଙ୍କ ବାପଘର ଲୋକେ ତାଙ୍କ ଶାଶୁଘରେ ପହଞ୍ଚିଲେ ଏବଂ ଲକ୍ଷ୍ମୀଙ୍କୁ ହସ୍ପିଟାଲରେ ଭର୍ତ୍ତି କଲେ । ସେଠାରୁ ଏହି ମାମଲାର ଅଭିଯୋଗ ପୋଲିସ ଠାରେ କରାଗଲା । ପୋଲିସ କହିଛି ଯେ ପୀଡ଼ିତାଙ୍କ ଅଭିଯୋଗ ଉପରେ ଅଭିଯୁକ୍ତ ସ୍ବାମୀ, ଶ୍ବଶୁର, ଶାଶୁ, ଦିଅର ଏବଂ ଲକ୍ଷ୍ମୀଙ୍କ ସାନ ଜାଆଙ୍କ ବିରୋଧରେ ବିଭିନ୍ନ ଧାରା ଗୁଡିକ ଅନୁଯାୟୀ କେସ କରାଯାଇଛି । ଘଟଣା ପରଠାରୁ ଅଭିଯୁକ୍ତ ମାନେ ଫେରାର ଅଛନ୍ତି । ସେମାନଙ୍କୁ ଗିରଫ କରିବାପାଇଁ ପୋଲିସ ସେମାନଙ୍କୁ ଲଗାତାର ଖୋଜୁଛି ।

Leave A Reply

Your email address will not be published.