ଋଷର ପାଲଟା ଜବାବ : ଫେସବୁକ ଓ ଇନଷ୍ଟାଗ୍ରାମ ଉପରେ ଲାଗିଲା ବ୍ୟାନ ……

0

Get real time updates directly on you device, subscribe now.

ରୁଷ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧକୁ ଆଜି ୨୬ ଦିନ ବିତିଲାଣି। ଏହାର ପ୍ରତିବାଦରେ ଦୁନିଆର ଅଧିକାଂଶ ଦେଶ ବର୍ତ୍ତମାନ ରୁଷକୁ ବହିଷ୍କାର କରି ସାରିଲେଣି। ପାଶ୍ଚାତ୍ୟଦେଶଗୁଡିକ ରୁଷ ସହିତ ସଂପର୍କକୁ ଛିନ୍ନ କରିବାରେ ଲାଗିଛନ୍ତି। ଏମିତି ଉତ୍ତେଜନାମୂଳକ ସ୍ଥିତିରେ ରୁଷ ନିଜ ଦେଶରେ ଫେସବୁକ ଓ ଇନଷ୍ଟାଗ୍ରାମ ଇପରେ କଟକଣା ଲଗାଇଛି।

ରୁଷର ସାମାଜିକ ନେଟଓ୍ଵର୍କିଂ ସାଇଟ୍‌କୁ ଚରମପନ୍ଥୀ ସଙ୍ଗଠନର ଆଖ୍ୟା ଦେଇଛି। ରୁଷର ଏକ ଅଦାଲତ ଅତିବାଦୀ ଗତିବିଧକୁ ଦୃଷ୍ଟିରେ ରଖି ରୁଷରେ ଫେସବୁକ ଏବଂ ଇନଷ୍ଟାଗ୍ରାମ ଉପରେ ତୁରନ୍ତ ପ୍ରତିବନ୍ଧକ ଲଗାଇବାକୁ ଆଦେଶ ଦେଇଛନ୍ତି। ରୁଷ କୋର୍ଟର ଏହି ନିଷ୍ପତ୍ତି ଏମିତି ସମୟରେ ଶୁଣାଇଛନ୍ତିଯେ, ଯେଉଁ ସମୟରେ ଅଧିକାଂଶ କମ୍ପାନୀ ବର୍ତ୍ତମାନ ରୁଷରୁ ଛାଡୁଛନ୍ତି।

ଅନେକ ଦେଶ ମଧ୍ୟ ରୁଷ ଉପରେ ନିଜର ଆର୍ଥିକ କଟକଣା ଘୋଷଣା କରି ସାରିଛନ୍ତି। ଏହା ପରେ ଦେଶର ସବୁଠାରୁ ବଡ କମ୍ପାନୀ ଡାନୋନ, କୋକା କୋଲା ମଧ୍ୟ ନିଜର କାରବାର ବନ୍ଦ କରିବା ପାଇଁ ଘୋଷଣା କରିଛନ୍ତି। ଜୋତା ନିର୍ମାତାକାରୀ ଆମେରିକା କମ୍ପାନୀ ନାଇକ ଏବଂ ହୋମ ଫର୍ଣ୍ଣିଂସିଙ୍ଗ ସହ ଜଡିତ ସ୍ଵିଡେନ କମ୍ପାନୀ ଇକିଆ ମଧ୍ୟ ରୁଷରେ ନିଜର ଷ୍ଟୋର ଅସ୍ଥାୟୀ ଭାବରେ ବନ୍ଦ କରିବା ପାଇଁ ଘୋଷଣା କରି ସାରିଛନ୍ତି।

ମେଟା ରୁଷର ନ୍ୟୁଜ ଆଉଟଲେଟ୍ ଆରଟି ଏବଂ ସ୍ପୁଟନିକର ଆକ୍ସେସ ବ୍ଲକ କରିବାକୁ ଘୋଷଣା କରିସାରିଛି। ଟୁଇଟର ରୁଷର ସରକାରୀ ମିଡିଆ ଖବରର ଭିଜିବିଲିଟି ଏବଂ ଆମ୍ପ୍ଲିଫିକେସନ ହ୍ରାସ କରିବା ପାଇଁ ଘୋଷଣା କରିଛି।

Leave A Reply

Your email address will not be published.