ବିମାନ ଦୁର୍ଘଟଣାର ଠିକ୍ ପୂର୍ବର ଭିଡିଓ ଆସିଲା ସାମ୍ନାକୁ, 3 ମିନିଟରେ ତଳେ ଆସି ପଡ଼ିଲା ପ୍ଲେନ,ଦେଖନ୍ତୁ ଭିଡ଼ିଓ

0

Get real time updates directly on you device, subscribe now.

ଚାଇନା ଇଷ୍ଟର୍ନ ଏୟାରଲାଇନ୍ସର ବିମାନ ସୋମବାର ଦିନ ଦୁର୍ଘଟଣାର ଶିକାର ହୋଇଗଲା, ଯେଉଁଥିରେ ପ୍ରାୟ 132ଜଣ ଲୋକ ବସିଥିଲେ । ଦୁର୍ଘଟଣା ପରେ ତୁରନ୍ତ ଘଟଣାସ୍ଥଳରେ ରେସ୍କ୍ୟୁ ଟିମ୍ ପହଞ୍ଚି ଯାଇଥିଲେ । ବର୍ତ୍ତମାନ ଘଟଣା ପରେ ଅନେକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି, ଯାହାକୁ ପ୍ଲେନ୍ କ୍ରାସ ହେବାର ଠିକ୍ ପୂର୍ବର ବୋଲି କୁହାଯାଇଛି ।

ବିମାନରେ ବସିଥିଲେ 132 ଜଣ ଲୋକ :-

ବୋଇଙ୍ଗ 737 ବିମାନ ତେଙ୍ଗାସିୟାନ କାଉଣ୍ଟିର ବୁଝୋ ସହରରେ ଦୁର୍ଘଟଣାଗ୍ରସ୍ତ ହୋଇଗଲା, ଯାହାଦ୍ଵାରା ଆଖପାଖ ପାହାଡି ଅଞ୍ଚଳରେ ନିଆଁ ଲାଗିଗଲା । 132 ଯାତ୍ରୀ ଏବଂ କେବିନ୍ କୃଙ୍କୁ ନେଇ ଏହି ବିମାନ କୁନମିଙ୍ଗରୁ ଗୁଆନଝୋ ଯାଉଥିଲା । ଦୁର୍ଘଟଣା ପୂର୍ବରୁ ATC ଠାରୁ ବିମାନର ଯୋଗାଯୋଗ କଟି ଯାଇଥିଲା ଏବଂ ବର୍ତ୍ତମାନ ଦୁର୍ଘଟଣାର କାରଣକୁ ଜାଣିବାକୁ ଚେଷ୍ଟା କରାଯାଉଛି ।

କେବଳ ତିନ ମିନିଟରେ ତଳେ ଆସି ପଡ଼ିଲା :-

ସୂଚନା ଅନୁଯାୟୀ କେବଳ ତିନ ମିନିଟ ଭିତରେ ଏହି ବିମାନ ହଜାର ହଜାର ମିଟର ଉଚ୍ଚତାରୁ ତଳେ ଆସି ପଡ଼ିଲା । ଦୁର୍ଘଟଣା ପୂର୍ବରୁ ଶେଷଥର ବିମାନର ଉଚ୍ଚତା ପ୍ରାୟ 3ହଜାର ଫୁଟ ରେକର୍ଡ କରାଯାଇଥିଲା । ଘଟଣାର ଗୋଟିଏ ଭିଡ଼ିଓରେ ବିମାନ ଦୁର୍ଘଟଣା ପରେ ଚାରିପଟେ କେବଳ ଧୂଆଁ ଦେଖାଯାଉଛି । ସେହିପରି ଅନ୍ୟ ଭିଡିଓ ଗୋଟିଏ କାରରୁ ରେକର୍ଡ କରାଯାଇଛି, ଯେଉଁଥିରେ ପ୍ଲେନ କୌଣସି ରକେଟ ଭଳି ତଳକୁ ଯାଉଥିବାର ଦେଖାଯାଇଛି ।

ସୂଚନା ଅନୁଯାୟୀ ପୁରା ବିମାନ ପାହାଡ଼ ଗୁଡ଼ିକ ମଧ୍ୟରେ ପଡ଼ିଗଲା ଏବଂ ତାପରେ ଲାଗିଥିବା ନିଆଁ ଦ୍ଵାରା ଜଙ୍ଗଲ ଝଲସି ଉଠିଲା । ବିମାନରେ ବସିଥିବା ଯାତ୍ରୀମାନଙ୍କ ବଞ୍ଚିବାର ସମ୍ଭାବନା ବହୁତ୍ କମ ରହିଛି । ବର୍ତ୍ତମାନ ସୁଦ୍ଧା କାହାର ମୃତ୍ୟୁ ବିଷୟରେ କୌଣସି ଅଫିସିଆଲ୍ ଡାଟା ଜାରି କରାଯାଇନାହିଁ । କିନ୍ତୁ ଚୀନର ରାଷ୍ଟ୍ରପତି ଶୀ ଜିନପିଙ୍ଗ ବିମାନ ଦୁର୍ଘଟଣା ଉପରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ।

ସେ କହିଛନ୍ତି ଯେ ବିମାନ ଦୁର୍ଘଟଣାର ଖବର ଶୁଣି ସେ ଆଶ୍ଚର୍ଯ୍ୟ ହୋଇଛନ୍ତି ଏବଂ ଦୁର୍ଘଟଣା ପରେ ତୁରନ୍ତ ରେସକ୍ୟୁ ଅଭିଯାନ ଚଳାଇବା ପାଇଁ ଆଦେଶ ଦିଆଯାଇଛି । ଜିନପିଙ୍ଗ କହିଛନ୍ତି ଯେ ଦୁର୍ଘଟଣାର କାରଣ ଜାଣିବାପାଇଁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ଏବଂ ଏୟାରଲାଇନ ସେକ୍ଟରକୁ ଲୋକଙ୍କ ଜୀବନ ସୁରକ୍ଷା ପାଇଁ ଭଲ ଭାବେ ତିଆରି କରିବା ଜରୁରୀ ଅଟେ ।

Leave A Reply

Your email address will not be published.