ରାସ୍ତା ସାଇଡରେ ବସିଥିବା ଏହି ବୟସ୍କ ଲାକଙ୍କ ସୁମଧୁର ଗଳା ସମସ୍ତଙ୍କୁ କଲା ଦୀବାନା,ପ୍ରଥମେ ଭିଡ଼ିଓ ଦେଖନ୍ତୁ

0

Get real time updates directly on you device, subscribe now.

ଇଣ୍ଟରନେଟ ଜରିଆରେ ଆମେ ଦୁନିଆର କୋଣ ଅନୁକୋଣରେ ରହିଥିବା ପ୍ରତିଭାଶାଳୀ ବ୍ୟକ୍ତି ବିଶେଷଙ୍କ ପ୍ରତିଭା ଦେଖିବାକୁ ମିଳେ|ଏଵେ ଏପରି ଜଣେ ଟ୍ୟାଲେଣ୍ଟ ବୟସ୍କ ବ୍ୟକ୍ତିର ଭିଡିଓ ଭାଇରାଲ ହେଉଛି, ଯେଉଁଥିରେ ସେ ସଡକର କୋଣରେ ଵସି ବହୁତ ସୁନ୍ଦର ଗୀତ ଗାଉଥିବା ଦେଖାଯାଏ|

ବୟସ୍କ ବ୍ୟକ୍ତିଙ୍କ ପ୍ରତିଭା ଦେଖି ଲୋକମାନେ ତାଙ୍କ ଦୀବାନା ହେଉଛନ୍ତି|ତାଙ୍କ ଟ୍ୟାଲେଣ୍ଟ ସୋସିଆଲ ମିଡ଼ିଆ ପ୍ଲାଟଫର୍ମରେ ଧୁମ ମଚାଉଛି|ହାତରେ ଗୋଟିଏ ଛୋଟ ବାଦ୍ୟଯନ୍ତ୍ର ସହ ଯୁଗଳବନ୍ଦୀ କରି ବୟସ୍କ ବ୍ୟକ୍ତିଙ୍କ ଗୀତର ସ୍ୱର ଏତେ ମିଠା ଯେ କୈାଣସି ଜିନିଷର ଆବଶ୍ୟକ ପଡୁନାହିଁ|ତାଙ୍କ ପ୍ରତିଭାରେ ଲୋକମାନେ ଏତେ ପ୍ରଭାବିତ ଯେ ପ୍ରଶଂସା କରୁଛନ୍ତି|

ସଡକର କୋଣରେ ବସିଥିବା ବୟସ୍କ ବ୍ୟକ୍ତି ଯେତେବେଳେ ଗୀତ ଗାଇବା ଆରମ୍ଭ କରନ୍ତି, ସେତେବେଳେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ|ଯେପରି ଭାବରେ ସେ ସ୍ୱର ତାଳ ସହ ଗାଆନ୍ତି ଆପଣଙ୍କୁ ଆପଣଙ୍କ କାନରେ ଭରସା ହେବ ନାହିଁ,କେଵଳ ମନ୍ତ୍ରମୁଗ୍ଧ ହୋଇ ସଙ୍ଗୀତ ଶୁଣିବେ|ତାଙ୍କ ହାତରେ ଗୋଟିଏ ଛୋଟ ବାଦ୍ୟଯନ୍ତ୍ର ରହିଛି ଯାହାକୁ ସେ ସ୍ୱର ସହ ଯୁଗଳବନ୍ଦୀ କରି ବଜାଉଛନ୍ତି|ତାଙ୍କର ଗୀତ ଶୁଣି ଆପଣଙ୍କ ଧ୍ୟାନ କେଵଳ ଗୀତ ଉପରେ ରହିବ ତେଣୁ ଆପଣ ଭୂୟସୀ ପ୍ରଶଂସା କରିବେ|

ଭାଇରାଲ ହେଉଥିବା ଭିଡିଓକୁ comedynation.teb ନାମକ ଇନଷ୍ଟାଗ୍ରାମ ଏକାଉଣ୍ଟରୁ ସେୟାର କରାଯାଇଛି|ଏହାକୁ ହଜାର ହଜାର ଲୋକ ଲାଇକ କରିଛନ୍ତି ଓ ଶହ ଶହ ଲୋକ କମେଣ୍ଟ କରିଛନ୍ତି|ଜଣେ ୟୁଜର ଲେଖିଛନ୍ତି ଏଭଳି ପ୍ରତିଭାକୁ ଆଗକୁ ବଢ଼ାଇବା ଆବଶ୍ୟକ|ଆଉଜଣେ ଲେଖିଛନ୍ତି ଏଭଳି ପ୍ରତିଭା ଭଗବାନଙ୍କ ଦାନ|ଆଉଜଣେ ଏହାକୁ ରାନୁ ମଣ୍ଡଳ ସହ ତୁଳନା କରିଛନ୍ତି|ବହୁଲୋକ ଏଥିରେ ଇମୋଜି ଦେଇ ବ୍ୟକ୍ତିଙ୍କ ଭୂୟସୀ ପ୍ରଶଂସା କରିଛନ୍ତି|

Leave A Reply

Your email address will not be published.