୨୬ ତାରିଖ ବେଳକୁ ଆକାଶରୁ ବର୍ଷିବ ନିଆଁ , ଭୁବନେଶ୍ୱରରେ ତାପମାତ୍ରା ୪୫ ଡିଗ୍ରୀ ଛୁଇଁବ !

0

Get real time updates directly on you device, subscribe now.

ଗ୍ରୀଷ୍ମର ପ୍ରକୋପ ବଢିବ, ମାର୍ଚ୍ଚ ମାସ ତାତିବ। ଆକାଶରୁ ନିଆଁ ବର୍ଷିବ। ଆସନ୍ତା ୨୬ ତାରିଖ ବେଳକୁ ଗ୍ରୀଷ୍ମ ତାର ପ୍ରକୋପ ଦେଖାଇବ। ଜନଜୀବନ ହେବ ଅସ୍ତବ୍ୟସ୍ତ। ପାରଦ ୪୫ ଡିଗ୍ରୀ ସେଲସିୟସ୍‌ ବଢ଼ିପାରେ।

ଖବର ଅନୁସାରେ, ଆଣ୍ଡାମାନ ସାଗର ଅଞ୍ଚଳରେ ରବିବାର ଦିନ ସଂଧ୍ୟାରେ ଘଣ୍ଟାପ୍ରତି ୫୫ କିମି ବେଗରେ ପବନ ବୋହୁଥିଲା। ଆଗାମୀ ୨୪ ଘଣ୍ଟାରେ ଏହା ଏକ ଡିପଡିପ୍ରେସନ୍‌ର ପରିଣତ ହେବ। ପରେ ଆସନ୍ତା ୩୬ ଘଣ୍ଟାରେ ଏହା ବାତ୍ୟାରେ ପରିଣତ ହେବ। ମିଆଁମାର ପାଣିପାଗ ବିଭାଗର ପୁର୍ବାନୁମାନ ଅନୁସାରେ, ବାତ୍ୟା ଆସାନୀ ୨୨ ତାରିଖରେ ସଂଧ୍ୟା ସମୟରେ ଉପକୂଳ ନିକଟବର୍ତ୍ତୀ ହେବ। ଚଳିତ ବର୍ଷର ଏହା ପ୍ରଥମ ବାତ୍ୟା। ଏଥିରେ ମିଆଁମାର ଅଧିକ ପ୍ରଭାବିତ ହେବ ବୋଲି ଅନୁମାନ କରାଯାଉଛି। ପରେ ବାତ୍ୟା ଧିରେ ଧୀରେ କୋକି ଦୀପ ଅଭିମୁଖେ ଯିବ। ବାତ୍ୟାର ପ୍ରଭାବ ଓଡିଶା ଉପରେ ବିଶେଷ ପଡିବ ବୋଲି ଆକଳନ କରାଯାଉଛି। କିଛି ଜିଲ୍ଲାରେ ୨.୫ ମିଲିମିଟରର ବର୍ଷା ହେବାର ଅନୁମାନ କରାଯାଉଛି।

ଅନ୍ୟପଟେ ଭୁବନେଶ୍ୱରରେ ଏହାର ବିପରୀତ ପ୍ରଭାବ ପଡିବ। ଆଗାମୀ ସପ୍ତାହରେ ତାପମାତ୍ରା ବଢିବ। ୨୬ ମାର୍ଚ୍ଚରେ ଭୁବନେଶ୍ୱରରେ ତାପମାତ୍ରା ୪୨-୪୫ ଡିଗ୍ରୀ ମଧ୍ୟରେ ରହିବାକୁ ଥିବା ସମୟରେ ୨୨ ଏବଂ ୨୫ ମାର୍ଚ୍ଚରେ ତାପାମାତ୍ରା ୪୦ ଡିଗ୍ରୀରେ ରହିପାରେ। ଭୁବନେଶ୍ୱର ବାସୀଙ୍କୁ ଆଗାମୀ ଦିନରେ ପ୍ରବଳ ଖରାର ତାପ ସହିବା ପାଇଁ ପଡିବ। ଏହାପରେ ଅପ୍ରେଲ୍‌ ମାସରେ ପୁରା ଓଡିଶବାସୀ ପ୍ରବଳ ଗରମ ଅନୁଭବ ହେବ ବୋଲି ଆକଳନ କରାଯାଉଛି। ମାର୍ଚ୍ଚ ୩୧ ତାରିଖରୁ ଅପ୍ରେଲ୍‌ ୬ ପର୍ଯ୍ୟନ୍ତ ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ବଲାଙ୍ଗୀର ଜିଲ୍ଲାର କିଛି ସ୍ଥାନରେ ତାପମାତ୍ରା ଉପରମୁହାଁ ରହିବ ବୋଲି ଅନୁମାନ କରାଯାଉଛି।

Leave A Reply

Your email address will not be published.