ଚଳନ୍ତି ଗାଡିରୁ କଲେ ଗଜବ ପ୍ରକାରର ଚୋରି,ଭିଡିଓ ଦେଖି ପୋଲିସ ମଧ୍ୟ ଆଶ୍ଚର୍ଯ୍ୟ,ଦେଖନ୍ତୁ ଭିଡିଓ

0

Get real time updates directly on you device, subscribe now.

ଆପଣ ସୋସିଆଲ ମିଡିଆରେ ଚୋରୀ ଓ ଲୁଟ୍ ର ବହୁ ଭିଡିଓ ଦେଖିଥିବେ|କିଛି ଭିଡିଓ ଦେଖି ନିଜ ଆଖି ଉପରେ ଭରସା ହେଉ ନଥିବ|କିଛି ଚୋର ଏତେ ହୁସିଆର ଥିଲେ ଯେ ଯାହାର ଚୋରୀ ଯଦି କ୍ୟାମେରାରେ ରେକର୍ଡ ହୋଇଥାନ୍ତା ତେଵେ ଦୁନିଆ ଆଶ୍ଚର୍ଯ୍ୟ ହୋଇ ଯାଇଥାନ୍ତା|କିଛି ଚୋର ଚୋରୀ କରିବା ପାଇଁ କିଛି ଅଜବ ତରିକା ଆପଣେଇଥାନ୍ତି|ଏଵେ ଏପରି ଏକ ଅଜବ ଚୋରୀର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି|

ଚୋରୀର ଏହି ଭିଡିଓ ଆଶ୍ଚର୍ଯ୍ୟ ତ କରେ,ଏହାସହ ବହୁ ମଜାଦାର ମଧ୍ୟ ଅଟେ|ଏଥିରେ ଚୋରୀ କରିବା ପାଇଁ ଚୋର ଯେଉଁ ଉପାୟ ଆପଣେଇଥିଲେ ଦେଖିକରି ଆପଣଙ୍କ ହୋଶ ମଧ୍ୟ ଉଡିଯିବ|ଭିଡିଓରେ ଦେଖାଯାଏ ଯେ ଗାଡିର ପଛରେ କିଛି ଜିନିଷ ଲଦା ଯାଇଥାଏ|ଏହି ଗାଡି ସଡକରେ ଚାଲୁଥାଏ|ଏଵେ ଗାଡିବାଲା କ’ଣ ଭାବିପାରିବ ଯେ ଚଳନ୍ତି ଗାଡିରୁ ମଧ୍ୟ ଜିନିଷ ଚୋରୀ ହୋଇପାରେ|ଯଦିଓ ଏହି ଭିଡିଓରେ ଏପରି ହିଁ ହେଲା|

View this post on Instagram

A post shared by abcd (@swami_7773)

ଭିଡିଓରେ ଆପଣ ଦେଖିପାରିବେ ଯେ ସେତେବେଳେ ଗାଡିର ପଛରେ ଗୋଟିଏ ବାଇକ ଆସେ|ସେହି ବାଇକରେ ଦୁଇଜଣ ବସିଥିଲେ|ଜଣେ ବ୍ୟକ୍ତି ବାଇକ ଚଳାଉଥାଏ ସେତେବେଳେ ଜଣେ ବ୍ୟକ୍ତି ଚଳନ୍ତି ବାଇକରୁ ଜିନିଷ ଲଦା ଯାଇଥିବା ଗାଡି ଉପରକୁ ଚଢିଯାଏ |ଏହାପରେ ସେ ପଛରୁ ଜିନିଷ ଓହ୍ଲାଇ ଗାଡିର ପଛେ ପଛେ ଚାଲୁଥିବା ବାଇକକୁ ଦେଇଥାଏ|ଏହି ଭିଡିଓକୁ ବାଇକ ପଛରେ ଆସୁଥିବା କାର ବାଲା ରେକର୍ଡ କରିନେଇଛି|ଆପଣ ବୋଧହୁଏ ପୂର୍ବରୁ ଏଭଳି ଖତରନାକ ଚୋରୀ ଦେଖିନଥିବେ|

ସଡକରେ ଚଳନ୍ତି ଗାଡିରୁ ଚୋରୀ କରିବା ବାସ୍ତବରେ ଆଶ୍ଚର୍ଯ୍ୟର ଘଟଣା|ଯଦିଓ ଏପର୍ଯ୍ୟନ୍ତ ଜଣାପଡିନାହିଁ ଏହା କେଉଁଠି କାର ଘଟଣା ଅଟେ|ଭିଡିଓକୁ swami_7773  ନାମକ ଇନଷଷ୍ଟାଗ୍ରାମ ଏକାଉଣ୍ଟରୁ ସେୟାର କରାଯାଇଛି|ଏହାକୁ ଏପର୍ଯ୍ୟନ୍ତ ୨୦ ଲକ୍ଷ୍ୟରୁ ଉର୍ଦ୍ଧ୍ବ ଥର ଦେଖାଯାଇଛି|୫୦ ହଜାରରୁ ଉର୍ଦ୍ଧ୍ବ ଲୋକ ଭିଡିଓକୁ ଲାଇକ କରିଛନ୍ତି|ଜଣେ ୟୁଜର ଏହାକୁ “ଦିନରେ ଡକାୟତି”ବୋଲି କହିଲେ|

Leave A Reply

Your email address will not be published.