ଦମ୍ପତି ଘରେ ଭୂତ ଦେଖିଥିବାର ଦାବି,କହିଲେ – “ନାଇଟ୍ ଡ୍ରେସ ପିନ୍ଧିଥିବା ମହିଳାଙ୍କ ଆତ୍ମାଙ୍କୁ ସିସିଟିଭି କଲା ରେକର୍ଡ”

0

Get real time updates directly on you device, subscribe now.

ଭୂତ ଅଛନ୍ତି ନା ନାହିଁ ଏହା ଉପରେ ଜବାବ ଦେବା କଷ୍ଟସାଧ୍ୟ|ଏହି ପ୍ରଶ୍ନର ଜବାବ କେବଳ ହଁ ବା ନାହିଁ ହୋଇପାରେ|କିଛି ଲୋକ ଭୂତପ୍ରେ ଉପରେ ବିଶ୍ୱାସ କରୁଥିଲା ବେଳେ କିଛି ଲୋକ ଏହାକୁ ନାକାର କରନ୍ତି|କିନ୍ତୁ ଭୂତ ସହ ଜଡ଼ିତ ବହୁ ଖବର ଚର୍ଚ୍ଚାରେ ରହିଥାଏ|ଯଦିଓ ନ୍ୟୁଜ18 ଇଣ୍ଡିଆ ସେହି ଖବରକୁ ଦେଖାଏ ସତ୍ୟ ନା ନାହିଁ ତାହା ଦାବି କରିନଥାଏ|ନିକଟରେ ଆମେରିକାରେ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି ଯାହା ଉପରେ ବିଶ୍ୱାସ କରିବା କଷ୍ଟକର|ଏଠାରେ ଦମ୍ପତି ଦାବି କରିଛନ୍ତି ଯେ ତାଙ୍କ ଘରର ସିସିଟିଭି କ୍ୟାମେରାରେ ଭୂତ ଦେଖିଲେ|

ପୁଣି ଆଉଥରେ ଦୋହରାଇଲେ ହେବ ଯେ ଆମେ ଏହି ଦାବି ସତ୍ୟ ହେବା ଜାଣିନାହିଁ କିନ୍ତୁ ଦମ୍ପତି ଯେତେବେଳେ ଏଭଳି ଆଶ୍ଚର୍ଯ୍ୟ ଦାବି କଲେ ସେତେବେଳେ ସେ ସୋସିଆଲ ମିଡିଆରେ ଚର୍ଚ୍ଚିତ ହୋଇଥିଲେ|ଦ ମିରର ୱେବସାଇଟ ରିପୋର୍ଟ ଅନୁସାରେ ଆମେରିକାର ମିନେସୋଟାରେ ରହୁଥିବା ଜୋଇ ଓ ଏମି ରେଡକ ଦାବି କରିଛନ୍ତି ଯେ ତାଙ୍କ ଘରେ ନାଇଟି ପିନ୍ଧୁଥିବା ଜଣେ ମହିଳାଙ୍କ ଆତ୍ମା ରହିଛି|

ରିପୋର୍ଟ ଅନୁସାରେ ଦମ୍ପତି ଦୁଇବର୍ଷ ପୂର୍ବେ ଏହି ଘରେ ସିଫ୍ଟ ହୋଇଥିଲେ|୩୭ ଵର୍ଷୀୟ ଜୋଇ କହିଛନ୍ତି ଯେ ତାଙ୍କ ଘର ମାଲିକ ଘର ପ୍ରବେଶ ସମୟରେ ଚେତାବନୀ ଦେଇଥିଲେ ଯେ ଘର ଭୂତର ଆଶ୍ରୟସ୍ଥଳୀ ଓ ଏଠାରେ ଆତ୍ମା ରହେ କିନ୍ତୁ ସେ ବିଶ୍ୱାସ କରିନଥିଲେ|ଏଵେ ସେ କହିଛନ୍ତି ଯେତେବେଳେ ମୁଁ ସିସିଟିଭି କ୍ୟାମେରାରେ ଦେଖିଲି ସେତେବେଳେ ବିଶ୍ୱାସ ହେଲା|ଘରେ ଗୃହପାଳିତ ପଶୁମାନଙ୍କର ଗତିବିଧି ଲକ୍ଷ୍ୟ ପାଇଁ ସିସିଟିଭି ଲଗାଇଛନ୍ତି|କ୍ୟାମେରାରେ ଜଣେ ମହିଳା ନାଇଟି ପିନ୍ଧିଥିଲା ଓ ବାଳ ଖୋଲାକରି ଠିଆ ହୋଇଥିଲା|

ଦମ୍ପତି କହିଛନ୍ତି ଯେ ଘଟଣା ପରେ ତାଙ୍କୁ ମୃତ୍ୟୁ ପରର ଜୀବନ ଉପରେ ବିଶ୍ୱାସ ହେଲା|ଆଖପାଖରେ ଥିବା ଲୋକଙ୍କ ସୂଚନା ଅନୁସାରେ ଏହିଘରେ ବର୍ଷ ବର୍ଷ ପୂର୍ବେ ମହିଳାଙ୍କ ସେହି କୋଠରୀରେ ମୃତ୍ୟୁ ଘଟିଥିଲା ଯେଉଁଥିରେ ଏଵେ ତାଙ୍କ ବେଡ଼ରୁମ ରହିଛି|ଯେତେବେଳେ ଶବ ହସ୍ପିଟାଲ ନିଆଗଲା ସେତେବେଳେ ମହିଳା ନାଇଟି ପିନ୍ଧିଥିଲା|ଯେତେବେଳେ ଦମ୍ପତି ଏହି ଭିଡିଓ ଦେଖିଲେ ସେତେବେଳେ ବିଶ୍ୱାସ ହେଲାନାହିଁ|ଜୋଇ ତୁରନ୍ତ ସମ୍ପର୍କୀୟ ଘରକୁ ଭିଡିଓ ନେଇ ଦେଖିବାରୁ ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ|ଯଦିଓ ଏଵେ ଏହି ସମ୍ପର୍କରେ କେହି ଜାଣିବାକୁ ଚାହୁଁନାହାଁନ୍ତି|ଦମ୍ପତିଙ୍କ କହିବାନୁଯାୟୀ ଭିଡିଓ ଦେଖିବା ପରେ ଲାଗୁଛି କେହି ତାଙ୍କ ପିଛା କରୁଛନ୍ତି|

Leave A Reply

Your email address will not be published.